ETV Bharat / bharat

ତେଜସ୍ୱୀ ହେବେ ନୀତିଶଙ୍କ ରାଜନୈତିକ ଉତ୍ତରାଧିକାରୀ ! - ତେଜସ୍ବୀ ଯାଦବ

ତେଜସ୍ବୀ ହେବେ ନୀତିଶ କୁମାରଙ୍କ ରାଜନୈତିକ ଉତ୍ତରାଧିକାରୀ (Nitish announced his successor)। 2025 ବିହାର ବିଧାନସଭା ନିର୍ବାଚନ ତେଜସ୍ବୀଙ୍କ ନେତୃତ୍ବରେ ଲଢାଯିବା ନେଇ ନୀତିଶଙ୍କ ସଙ୍କେତ । ଅଧିକ ପଢନ୍ତୁ

Nitish announced his successor ! 2025 ରେ ତେଜସ୍ବୀଙ୍କ ନେତୃତ୍ବରେ ନିର୍ବାଚନ ଲଢେଇ
Nitish announced his successor ! 2025 ରେ ତେNitish announced his successor ! 2025 ରେ ତେଜସ୍ବୀଙ୍କ ନେତୃତ୍ବରେ ନିର୍ବାଚନ ଲଢେଇଜସ୍ବୀଙ୍କ ନେତୃତ୍ବରେ ନିର୍ବାଚନ ଲଢେଇ
author img

By

Published : Dec 13, 2022, 9:36 PM IST

ହାଇଦ୍ରାବାଦ: 2024 ସାଧାରଣ ନିର୍ବାଚନ ପୂର୍ବରୁ ବଡ ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ୟେଡିୟୁ ମୁଖ୍ୟ ନୀତିଶ କୁମାର (Nitish announced his successor to Tejashwi Yadav )। ନୀତିଶଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ । 2025ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ତେଜସ୍ବୀଙ୍କ ନେତୃତ୍ବରେ ଲଢାଯିବା ନେଇ କହି ଏକଥାର ସଙ୍କେତ ଦେଇଛନ୍ତି ନିଜେ ନୀତିଶ ।

  • #WATCH | I am saying this from the beginning... (He) will definitely do it. You understand it right?: CM Nitish Kumar on giving Tejashwi Yadav leadership for 2025 Assembly elections in Bihar pic.twitter.com/gUoubpyTLE

    — ANI (@ANI) December 13, 2022 " class="align-text-top noRightClick twitterSection" data=" ">

ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆଜି ବିଧାନମଣ୍ଡଳ ଦଳ ବୈଠକରେ ଏହି ସୂଚନା ଦେଇ ନୀତିଶ କହିଛନ୍ତି, 2025 ନିର୍ବାଚନରେ ତେଜସ୍ବୀଙ୍କୁ ଆଗକୁ ଆଣିବାକୁ ପଡିବ । ଆହୁରି ମଧ୍ୟ ସେ ନିଜ ସମ୍ପର୍କରେ କହିଛନ୍ତି, ସେ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷା ରଖିନାହାନ୍ତି । ଭାରତୀୟ ଜନତା ପାର୍ଟିକୁ ପରାଜିତ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଓ ସେ ଦିଗରେ ସେ କାର୍ଯ୍ୟ ଜାରି ରଖିବେ । କିନ୍ତୁ 2025ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ଲଢାଯିବାକୁ ଯାଉଥିବା ସେ ସ୍ପଷ୍ଟ କରିଛନ୍ତି (Nitish announced his successor to Tejashwi Yadav) ।

  • Bihar | Right now we are working together, under Nitish Kumar's guidance. Challenge is the 2024 elections and we will fight for that: Deputy CM Tejashwi Yadav, Patna pic.twitter.com/BS8Ck5YnsM

ବିହାର ରାଜନୀତିର ପୋଖତ ଖେଳାଳି କୁହାଯାଉଥିବା ନୀତିଶ କୁମାର ଭାରତୀୟ ଜନତା ପାର୍ଟି ସରକାରରେ କେନ୍ଦ୍ରମନ୍ତ୍ରୀ ସମେତ ବିଜେପି ସମର୍ଥିତ ସରକାରରେ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ସେହିପରି ଚଳିତବର୍ଷ ସେ ବିଜେପି ସହ ମେଣ୍ଟ ଭାଙ୍ଗି କଂଗ୍ରେସ ଓ ଆରଜେଡି ମହାମେଣ୍ଟ ସମର୍ଥନରେ ସରକାର ଗଠନ କରି ବିଜେପିକୁ ବିରୋଧୀ ଦଳକୁ ରାସ୍ତା ମଧ୍ୟ ଦେଖାଇଛନ୍ତି । ବିଭିନ୍ନ ସମୟରେ ରାଜନୈତିକ ଗଣତିକୁ ଭୁଲ ପ୍ରମାଣିତ କରି ଅପ୍ରତ୍ୟାଶିତ ଭାବେ ବିହାରର ମୁଖ୍ୟମନ୍ତ୍ରୀ ଆସନ ଅଧିକାର କରିବାରେ ନୀତିଶଙ୍କ ରେକର୍ଡ ମଧ୍ୟ ରହିଛି । ତେବେ ଏହାରି ମଧ୍ୟରେ ସେ ବିଜେପି ହାତ ଛାଡି ମହାମେଣ୍ଟ ସମର୍ଥିତ ସରକାର ଚଳାଉଥିବା ବେଳେ ବିଜେପିକୁ ପରାଜିତ କରିବା ପାଇଁ ମଧ୍ୟ ଖସଡା ପ୍ରସ୍ତୁତ କରିବାରେ ଲାଗିଛନ୍ତି ।

ଯଦି ବିଜେପି ବିରୋଧରେ 2024 ସାଧାରଣ ନିର୍ବାଚନରେ ମିଳିତ ବିରୋଧୀ ତୃତୀୟ ସାମୁଖ୍ୟ ଗଠନ କରନ୍ତି, ତେବେ ନୀତିଶ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବର ଦାବିଦାର ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ସେ ବାରମ୍ବାର ଏହି ଚର୍ଚ୍ଚାକୁ ଖଣ୍ଡନ କରିଆସୁଛନ୍ତି । 2025 ରେ ତେଜସ୍ବୀଙ୍କୁ ବିହାର ରାଜନୀତିର କମାଣ ସମ୍ଭାଳିବା ନେଇ ଇସାରା ଦେଇଛନ୍ତି ନୀତିଶ । ଯାହାକି ତେଜସ୍ବୀଙ୍କୁ ନୀତିଶଙ୍କ ରାଜନୈତିକ ଉତ୍ତାରାଧିକାରୀ ଭାବେ ମଧ୍ୟ ଚିତ୍ରଣ କରାଯିବା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.