ETV Bharat / bharat

ସେନାରେ ଯୋଗ ଦେଲେ ପୁଲୱାମା ଶହୀଦଙ୍କ ପତ୍ନୀ - ପୁଲୱାମା ସହିଦଙ୍କ ପତ୍ନୀ

ଜମ୍ମୁ-କାଶ୍ମୀର ପୁଲୱାମା ଆକ୍ରମଣରେ ଶହୀଦ ମେଜର୍ ବିଭୂତି ଢୌଣ୍ଡିୟାଲଙ୍କ ପତ୍ନୀ ନୀତିକା କୌଲ ଭାରତୀୟ ସେନାରେ ଆଜି ସାମିଲ ହୋଇଛନ୍ତି । ନୀତିକା ସେନାରେ ଲେଫ୍ଟନାଣ୍ଟ ଜେନେରାଲ ଭାବରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ସେନାରେ ଯୋଗ ଦେଲେ ପୁଲୱାମା ସହିଦଙ୍କ ପତ୍ନୀ
ସେନାରେ ଯୋଗ ଦେଲେ ପୁଲୱାମା ସହିଦଙ୍କ ପତ୍ନୀ
author img

By

Published : May 29, 2021, 3:42 PM IST

Updated : May 29, 2021, 5:18 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ମେଜର ବିଭୂତି ଢୌଣ୍ଡିୟାଲଙ୍କ ପତ୍ନୀ ନୀତିକା କୌଲ ଆଜି ଭାରତୀୟ ସେନାରେ ସାମିଲ ହୋଇଛନ୍ତି । ନୀତିକା ସେନାରେ ଲେଫ୍ଟନାଣ୍ଟ ଜେନେରାଲ ଭାବରେ ଯୋଗ ଦେଇଛନ୍ତି । 18 ଫେବୃଆରୀ 2019ରେ ହୋଇଥିବା ପୁଲୱାମା ଆକ୍ରମଣରେ ମେଜର ବିଭୂତି ଢୌଣ୍ଡିୟାଲ ଶହୀଦ ହୋଇଥିଲେ ।

ସେନାରେ ଯୋଗ ଦେଲେ ପୁଲୱାମା ସହିଦଙ୍କ ପତ୍ନୀ

ନୋଏଡାରେ କାର୍ଯ୍ୟରତ ଥିବା ନୀତିକା ଚାକିରୀ ଛାଡି ଡିସେମ୍ବର 2019ରେ ଆହ୍ଲାବାଦରେ ମହିଳା ସ୍ପେଶାଲ ଏଣ୍ଟ୍ରି ସ୍କିମ ପରୀକ୍ଷା ଦେଇଥିଲେ । ଗତ ବର୍ଷ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ସ୍କ୍ରିନିଂ ପରୀକ୍ଷା, ସାଇକୋଲୋଜି ପରୀକ୍ଷା, ଗ୍ରାଉଣ୍ଡ ଟେଷ୍ଟ, ଇଣ୍ଟରଭ୍ୟୁ ଓ ମେଡିକାଲ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ସେନାରେ ଯୋଗ ଦେଲେ ପୁଲୱାମା ଶହୀଦଙ୍କ ପତ୍ନୀ

ମାର୍ଚ୍ଚ 2020 ରେ ଏହାର ମେରିଟ ତାଲିକା ପ୍ରକାଶ ପାଇଲା । ମେରିଟ୍ ତାଲିକା ପ୍ରକାଶ ପାଇବା ପରେ ନୀତିକା ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ) ରୁ ଏକ କଲ୍ ଚିଠି ପାଇଥିଲେ। ବର୍ତ୍ତମାନ ତାଲିମ ସମାପ୍ତ ପରେ ନୀତିକା ଆନୁଷ୍ଠାନିକ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଭାବରେ ସେନାରେ ଯୋଗ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 29, 2021, 5:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.