ETV Bharat / bharat

Budget 2022: ଧୂସର ବାଦାମୀ ରଙ୍ଗର ପରିପାଟି ପିନ୍ଧି ସଂସଦରେ ସୀତାରମଣ - ବାଦାମୀ ରଙ୍ଗର ଶାଢୀରେ ସଂସଦରେ ସୀତାରମଣ

୨୦୨୨-୨୩ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଲାଲ୍‌ ରଙ୍ଗର ବଜେଟ୍ ଟ୍ୟାବଲେଟ୍ ସହ ଧୂସର ବାଦାମୀ ରଙ୍ଗର ହ୍ୟାଣ୍ଡଲୁମ ଶାଢୀ ପିନ୍ଧି ସଂସଦରେ ପହଞ୍ଚିଛନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

Budget 2022
Budget 2022
author img

By

Published : Feb 1, 2022, 11:29 AM IST

ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ବର୍ଷ ୨୦୨୨-୨୩ ବଜେଟ ଉପସ୍ଥାପନ । ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲାଲ୍‌ ରଙ୍ଗର ବଜେଟ୍ ଟ୍ୟାବଲେଟ୍ ସହ ଧୂସର ବାଦାମୀ ରଙ୍ଗର ହ୍ୟାଣ୍ଡଲୁମ ଶାଢୀ ପିନ୍ଧି ସଂସଦରେ ପହଞ୍ଚିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାକୁ ମିଶାଇ, ୪ର୍ଥ ଥର ବଜେଟ ଆଣିବେ ସୀତାରମଣ ।

ଅର୍ଥମନ୍ତ୍ରୀ ପିନ୍ଧିଥିବା ଶାଢୀ ଧୂସର ବାଦାମୀ ରଙ୍ଗର । ଅଫ ହ୍ବାଇଟ ବର୍ଡର ସହ ଏକ ସାଧାସିଧା ଲୁକରେ ନଜର ଆସିଛନ୍ତି ନିର୍ମଳା ସୀତାରମଣ । ଶାଢୀରେ ବାଦାମୀ ଓ ନାଲି ଦୁଇଟି ରଙ୍ଗ ରହିଛି । ବାଦାମୀ ଏବଂ ନାଲି ରଙ୍ଗରେ ଏକ ଗୁରୁତ୍ବ ରହିଛି । ବାଦାମୀ ରଙ୍ଗ ସୁରକ୍ଷିତ, ନିର୍ଭରଶୀଳତା ଓ ନିରାପଦ ହୋଇଥିବାବେଳେ ନାଲି ରଙ୍ଗ ପ୍ରେମ ଓ ଶକ୍ତିର ପ୍ରତୀକ । ଏକ ଧଳା ରଙ୍ଗର ସାଲ ସହ ଏକ ଧଳା ମାସ୍କ ମଧ୍ୟ ପିନ୍ଧିଛନ୍ତି ନିର୍ମଳା । ନାଲି ବିନ୍ଦି ସହ ଛୋଟ କାନଫୁଲ, ସୁନା ଚେନ ଓ ଚୁଡି ପିନ୍ଧିଛନ୍ତି ଅର୍ଥମନ୍ତ୍ରୀ । କୋରୋନା ମହାମାରୀ ପାଇଁ ଦସ୍ତଖସ୍ତ ବହିଖାତା ବଦଳରେ ଏକ ବଜେଟ୍ ଟ୍ୟାବଲେଟ୍ ଧରି ସଂସଦରେ ପହଞ୍ଚିଛନ୍ତି ଯାହା ନାଲି ରଙ୍ଗର ହୋଇଥିବା ବେଳେ ସେଥିରେ ଅଶୋକ ସ୍ତମ୍ଭ ରହିଛି ।

ପ୍ରକାଶ ଥାଉ କି ଆଜି ଉପସ୍ଥାପିତ ହେବ ବର୍ଷ ୨୦୨୨-୨୩ର ବଜେଟ । ଅର୍ଥପେଡିକୁ ନେଇ ଭଲ ଆଶାରେ ରହିଛନ୍ତି ସବୁ ବର୍ଗ । ମହାମାରୀରେ ଛନ୍ଦି ହୋଇଥିବା ଅର୍ଥନୀତିକୁ ସମ୍ଭାଳିବା ଏହି ବଜେଟ । କୋରୋନା କାଳରେ ଏହି ବଜେଟ ଏକ ବଡ ଆହ୍ବାନ ହେବ । ଚାକିରୀ ଓ ରୋଜଗାର ଉପରେ ରହିପାରେ ବେଶୀ ଫୋକସ୍ ରହିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.