ETV Bharat / bharat

ନିପା ଭାଇରସ୍: ମୃତ ବାଳକ ସଂସ୍ପର୍ଶରେ ଆସିଥିବା ୮ ଜଣଙ୍କ ରିପୋର୍ଟ ନେଗେଟିଭ

author img

By

Published : Sep 7, 2021, 12:28 PM IST

Updated : Sep 7, 2021, 1:12 PM IST

କେରଳ ସରକାରଙ୍କୁ ଆଶ୍ବସ୍ତି । ନିପା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ବାଳକ ସଂସ୍ପର୍ଶରେ ଆସିଥିବା ୮ ଜଣଙ୍କ ରିପୋର୍ଟ ଆସିଛି ନେଗେଟିଭ । ଏମାନେ ବାଳକର ସଂସ୍ପର୍ଶରେ ଆସିଥିଲେ । ଅଧିକ ପଢନ୍ତୁ...

ନିପା ଭାଇରସ୍: ମୃତ ବାଳକ ସଂସ୍ପର୍ଶରେ ଆସିଥିବା ୮ ଜଣଙ୍କ ରିପୋର୍ଟ ନେଗେଟିଭ
ନିପା ଭାଇରସ୍: ମୃତ ବାଳକ ସଂସ୍ପର୍ଶରେ ଆସିଥିବା ୮ ଜଣଙ୍କ ରିପୋର୍ଟ ନେଗେଟିଭ

ଥିରୁଅନନ୍ତପୁରମ: କେରଳର କୋଝିକୋଡ଼ ଜିଲ୍ଲାରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ୧୨ ବର୍ଷ ବାଳକର ମୃତ୍ୟୁ ପରେ ଚିନ୍ତାରେ ପଡ଼ିଯାଇଥିଲେ କେରଳ ସରକାର । କିନ୍ତୁ ବର୍ତ୍ତମାନ ସରକାରଙ୍କୁ ମିଳିଛି ଆଶ୍ବସ୍ତି । କାରଣ ମୃତ ବାଳକର ସଂସ୍ପର୍ଶରେ ଆସିଥିବା ୮ ଜଣଙ୍କ ନମୁନା ପରୀକ୍ଷା ହେବା ପରେ ରିପୋର୍ଟ ନେଗେଟିଭ ଆସିଛି । ରିପୋର୍ଟ ନେଗେଟିଭ ଆସିବା ଖବର ସରକାରଙ୍କୁ ଆଶ୍ବସ୍ତି ଦେଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମଙ୍ଗଳବାର କହିଛନ୍ତି ।

ମୃତ ବାଳକର ଅଭିଭାବକ ଓ ସ୍ବାସ୍ଥ୍ୟକର୍ମୀଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ ଏହି ଲୋକମାନେ ବାଳକର ଅଧିକ ସଂସ୍ପର୍ଶରେ ଆସିଥିଲେ । ତେବେ ଆଜି(ମଙ୍ଗଳବାର) ମଧ୍ୟ ଅନେକ ନମୁନା ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ମୃତ ବାଳକର ସଂସ୍ପର୍ଶରେ ମୋଟ ୨୫୧ ଜଣ ଲୋକ ଆସିଥିବା ବେଳେ ତନ୍ମଧ୍ୟରୁ ୧୨୯ ଜଣ ହେଉଛନ୍ତି ସ୍ବାସ୍ଥ୍ୟକର୍ମୀ । ମୋଟ ସଂସ୍ପର୍ଶକଙ୍କ ମଧ୍ୟରୁ ୫୪ ଜଣ ହାଇ-ରିସ୍କ କାଟେଗୋରିରେ ଥିବାରୁ ସେମାନଙ୍କୁ ମେଡିକାଲ କଲେଜର ଆଇସୋଲେସନ ୱାର୍ଡରେ ରଖାଯାଇଥିଲା । ଏହି ୫୪ ଜଣଙ୍କ ମଧ୍ୟରୁ ୩୦ ଜଣ ସ୍ବାସ୍ଥ୍ୟକର୍ମୀ ଥିଲେ । ତେବେ ଯେଉଁମାନଙ୍କ ମଧ୍ୟରେ ନିପା ଭାଇରସର ଲକ୍ଷଣ ଦେଖାଯାଉଥିଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଏହା ବି ପଢନ୍ତୁ: Nipah virus: ନିପାର ଉତ୍ପତ୍ତିସ୍ଥଳ ଖୋଜିବାକୁ ଅଣ୍ଟା ଭିଡ଼ିଲା କେରଳ

ନିପା ଭାଇରସ ଯୋଗୁଁ କେରଳର କୋଝିକୋଡ଼, କନ୍ନୁର, ମଲପ୍ପୁରମ ଓ ୱୟାନାଡ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଥିଲା । ସ୍ଥାନୀୟ ଅଧିକାରୀ ଭାଇରସର ଉତ୍ପତ୍ତି ସ୍ଥଳକୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଯାହା ଫଳରେ ଆଗକୁ ଏହି ସଂକ୍ରମଣକୁ ରୋକାଯାଇପାରିବ । ତେବେ ସୂଚନା ଥାଉ କି ମୃତ୍ୟୁବରଣ କରିଥିବା ନାବାଳକକୁ ଗତ ଅଗଷ୍ଟ ୨୭ ତାରିଖରେ ଜ୍ବର ହୋଇଥିଲା । ଏହାପରେ ତାକୁ କୋଝିକୋଡ଼ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା । ସ୍ବାସ୍ଥ୍ୟରେ କିଛି ସୁଧାର ଆସିନଥିବାରୁ ପୁଣି ଅନ୍ୟ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ରବିବାର ନାବାଳକର ମୃତ୍ୟୁ ଘଟିଛି । ଭାଇରସ ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ମୃତ ନାବାଳକର ନମୁନାକୁ ପୁଣେ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି ।ଗତ ୨୦୧୮ ମସିହାରେ କୋଝିକୋଡ ଜିଲ୍ଲାରେ ପ୍ରଥମ ନିପା ଭାଇରସ ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସରେ କେରଳରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 7, 2021, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.