ETV Bharat / bharat

ବନ୍ୟାରେ ଭାସୁଛି ଆସାମ, 24 ଘଣ୍ଟାରେ ଗଲା 19 ଜୀବନ

author img

By

Published : Jul 2, 2022, 12:14 PM IST

ଆସାମରେ ବନ୍ୟା ପରେ ବଢୁଛି ଦୁର୍ଦ୍ଦଶା । ବନ୍ୟା ଓ ଭୁସ୍ଖଳନ ଯୋଗୁଁ ମୋଟ ମୃତ୍ୟୁ ସଂଖ୍ୟା ୧୭୩କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Assam Flood: ୨୪ ଘଣ୍ଟାରେ ଗଲା ୧୯ ଜୀବନ, ମୃତ୍ୟୁ ସଂଖ୍ୟା ୧୭୩

ଗୌହାଟୀ: ଆସାମରେ ବନ୍ୟା ପରେ ବଢୁଛି ଦୁର୍ଦ୍ଦଶା । ବର୍ଷା କମିଥିଲେ ସୁଧା ଆଜି ବି ପାଣି ଘେରରେ ଅନେକ ଲୋକେ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ୨୪ ଘଣ୍ଟାରେ ପୁଣି ୧୯ ଜଣଙ୍କର ମୃତ୍ୟୁ ହୋଇଛି । ୩୦ଟି ଜିଲ୍ଲାର ଏବେ ମଧ୍ୟ ୨୯.୭୦ ଲକ୍ଷ ବନ୍ୟା ପ୍ରଭାବିତ ରହିଛନ୍ତି । ବନ୍ୟା ଓ ଭୁସ୍ଖଳନ ଯୋଗୁଁ ମୋଟ ମୃତ୍ୟୁ ସଂଖ୍ୟା ୧୭୩କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବର୍ତ୍ତମାନ ୨ହଜାର ୪୫୦ ଟି ଗ୍ରାମ ପାଣି ଘେରରେ ରହିଥିବା ବେଳେ ୬୩ ହଜାର ୩୧୪ ହେକ୍ଟର ଚାଷ ଜମି ବନ୍ୟାପାଣିରେ ବୁଡି ରହିଛି । କାଚର ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ହୋଇଥିବା ବେଳେ ଡେଲୁଗରେ ୧୪.୪ଲକ୍ଷ ଓ ନାଓଗାଁରେ ୪.୩୨ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତଙ୍କ ପାଇଁ ୨୩ଟି ଜିଲ୍ଲାରେ ଏପର୍ଯ୍ୟନ୍ତ ୮୯୪ ରିଲିଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ ୩ ଲକ୍ଷରୁ ଊର୍ଦ୍ଧ୍ବ ପ୍ରଭାବିତ ଆଶ୍ରୟ ନେଇଛନ୍ତି । ବନ୍ୟା ଯୋଗୁଁ ରାଜ୍ୟରେ ଏନେକ ଗୃହ ଭାଙ୍ଗିବା ସହ ବ୍ରିଜ ମଧ୍ୟ ଭୁଶୁଡି ପଡିଛି । ଗତ ଶୁକ୍ରବାର ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ସିଲଚର ଓ କାଚର ଜିଲ୍ଲାରେ ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ । ସେଠାରେ ପିଇବା ପାଣି, ମେଡିସିନ ଓ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାରୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.