ETV Bharat / bharat

ଗୋରଖପୁରରେ 9 କଏଦୀ ଏଚଆଇଭି ପଜେଟିଭ୍‌ - ଗୋରଖପୁର କଏଦୀ ଏଚଆଇଭି

ଉତ୍ତରପ୍ରଦେଶର ଗୋରଖପୁର ଜେଲରେ 9 ଜଣ କଏଦୀ ଏଚଆଇଭି ପଜେଟିଭ୍‌ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ଏଚଆଇଭି ପଜେଟିଭ୍
ଏଚଆଇଭି ପଜେଟିଭ୍
author img

By

Published : Mar 13, 2021, 11:19 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଅଭାବନୀୟକାଣ୍ଡ ଦେଖିବାକୁ ମିଳିଛି । ଗୋରଖପୁର ଜେଲରେ 9 ଜଣ କଏଦୀ ଏଚଆଇଭି ପଜେଟିଭ୍‌ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି ।

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ କଏଦୀମାନଙ୍କର ଏଚଆଇଭି ଟେଷ୍ଟ କରାଯାଇଥିଲା । ଯେଉଁଥିରେ 9 ଜଣ ପଜେଟିଭ୍‌ ଆସିଛନ୍ତି । ପରେ ସେମାନଙ୍କ ଚିକିତ୍ସା କରାଯାଉଛି । ତେବେ ଏପରି କିପରି ହେଲା ସେନେଇ ପ୍ରଶାସନ ଯାଞ୍ଚ ଚଳାଇଛି ।

ସେପଟେ ଏମାନଙ୍କ ଠାରେ କେବେ ଓ କିପରି ଏଚଆଇଭି ପଜେଟିଭ୍‌ ହୋଇଛି ତାହା କହିବା କଷ୍ଟସାଧ୍ୟ ବୋଲି ବିଆରଡି ମେଡିକାଲ ମାଇକ୍ରୋବାଓଲୋଜୀ ବିଭାଗର ଅଧ୍ୟକ୍ଷ ଡ. ଅମରେଶ ସିଂ କହିଛନ୍ତି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଯାଞ୍ଚରେ କୌଣସି ସୁରାକ ମିଳିନଥିବାବେଳେ 9 କଏଦୀଙ୍କ ଉପରେ କଡା ନଜର ରଖାଯାଇଛି ।

ସେହିପରି ଯେଉଁ କଏଦୀଙ୍କ ଠାରେ ଲକ୍ଷଣ ଦେଖାଦେଇଛି ସେମାନଙ୍କୁ ଜେଲରେ ରଖାଯିବ ନା ହସ୍ପିଟାଲରେ ଭର୍ତ୍ତି କରାଯିବ ସେନେଇ ବିଚାର କରାଯାଉଛି । ସୂଚନାଥାଉକି, ଗୋରଖପୁର ଜେଲରେ 18ଶହ କଏଦୀ ରହିଛନ୍ତି । ଯେଉଁଥିରେ 12ଶହ କଏଦୀଙ୍କ ଏଚଆଇଭି ଟେଷ୍ଟ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.