ETV Bharat / bharat

ପୁଣେକୁ ଫେରିଲା ନାଇଟ କଫ୍ୟୁ, 28 ଯାଏଁ କଟକଣା - ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର

ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଣେରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାତି 11 ଟାରୁ ସକାଳ 6ଟା ଯାଁଏ ସହରରେ କର୍ଫ୍ୟୁ ଜାରି ରହିବ।

ପୁଣେକୁ ଫେରିଲା ନାଇଟ କଫ୍ୟୁ
ପୁଣେକୁ ଫେରିଲା ନାଇଟ କଫ୍ୟୁ
author img

By

Published : Feb 21, 2021, 1:24 PM IST

ମୁମ୍ବାଇ: ମହାରାଷ୍ଟକୁ ପୁଣି ଫେରିଲା ନାଇଟ କଫ୍ୟୁ । ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଣେରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ରାତି 11 ଟାରୁ ସକାଳ 6ଟା ଯାଁଏ ସହରରେ କର୍ଫ୍ୟୁ ଜାରି ରହିବ।

ଏହି ନିଷ୍ପତ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି । ବିଭାଗୀୟ କମିଶନର ସୌରଭ ରାଓ ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ଏହା ସମୟରେ କୋରୋନାରେ ନୂଆ ହଟସ୍ପଟ୍ ଅଞ୍ଚଳ ଗୁଡିକୁ ଚିହ୍ନଟ କରାଯାଇ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରାଯିବ । ଏହାସହ ପୁଣେ ସହର ଏବଂ ଜିଲ୍ଲାର ସ୍କୁଲ ଓ କଲେଜଗୁଡ଼ିକ ମଧ୍ୟ 28 ଫେବୃଆରୀ ପର୍ଯ୍ୟନ୍ତ ବନ୍ଦ ରହିବ ।

ଏହାବାଦ ଘରୋଇ କ୍ଲାସ୍ ମଧ୍ୟ ବନ୍ଦ ରହିବ । ହୋଟେଲ, ରେସ୍ତୋରାଁ ରାତି 11ଟା ପର୍ଯ୍ୟନ୍ତ ଖୋଲା ରହିବ । ବିବାହ ସମାରୋହରେ କେବଳ 200 ନିମନ୍ତ୍ରିତ ଅତିଥିଙ୍କୁ ଆସିବାକୁ ଅନୁମତି ଦିଆଯିବ । ଏଥିପାଇଁ ପୋଲିସ ପ୍ରଶାସନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.