ETV Bharat / bharat

ଦିଲ୍ଲୀ ବିସ୍ଫୋରଣର ଯାଞ୍ଚ କରିବ NIA - ସ୍ପେଶାଲ ସେଲ ମାମଲା ରୁଜୁ

ନୂଆଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ଯାଞ୍ଚ କରିବ ଏନଆଇଏ । ଏହି ଘଟଣାରେ ପ୍ରଥମେ ସ୍ପେଶାଲ ସେଲ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା । ଅଧିକ ପଢନ୍ତୁ...

israeli embassy blast
ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ପୋରଣ ଘଟଣାକୁ ଯାଞ୍ଚ କରିବ ଏନଆଇଏ
author img

By

Published : Feb 2, 2021, 9:45 PM IST

ନୂଆଦିଲ୍ଲୀ: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାର ଯାଞ୍ଚ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ଏହି ଘଟଣାରେ ପ୍ରଥମେ ସ୍ପେଶାଲ ସେଲ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା ।

ସୂଚନାଥାଉକି ଗତ 29 ଜାନୁଆରୀରେ ସଂନ୍ଧ୍ୟା ସମୟରେ ଏପିଜେ ଅବଦୁଲ କଲାମ ରୋଡ ସ୍ଥିତି ଇସ୍ରାଏଲ ଦୂତାବାସ ନିକଟରେ ଏକ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ସେଭଳି କୌଣସି ଅଘଟଣ ଘଟି ନଥିଲା କିନ୍ତୁ ସେଠାରେ ଥିବା ତିନୋଟି କାର କ୍ଷତି ଗ୍ରସ୍ତ ହୋଇଥିଲା ।

ଆଇଇଡି ବ୍ୟବହାର କରି ଏହି ବିସ୍ଫୋରଣ କରାଯାଇଥିଲା । ଏହି ବିସ୍ଫୋରଣରେ ସାଇକେଲ ବେରିଂ ବ୍ୟବହାର କରାଯାଇଥିଲା ଏବଂ ଘଟଣାସ୍ଥଳରୁ ଏକ ଚିଠି ମଧ୍ୟ ପାଇଥିଲା ତଦନ୍ତକାରୀ ସଂସ୍ଥା । ଯାହା ଇସ୍ରାଏଲ ଦୂତାବାସର ଆମ୍ବାସଡରଙ୍କ ସମ୍ବନ୍ଧରେ ଲେଖାଯାଇଥିଲା । ଏହି ବିସ୍ଫୋରଣକୁ ଟ୍ରେଲର ବୋଲି ଦର୍ଶାଯାଇଛି । ତଦନ୍ତ କାରୀ ସଂସ୍ଥା ଚିଠି ଆନୁସାରେ କହିଛନ୍ତି ଯେ ଏଠାରେ କୌଣସି ଇରାନୀ ନାଗରିକ ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି ।

ଏହି ଘଟଣାରେ ଇରାନର ନାମ ଆସିଲା ପାରେ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ନିଜ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଦେଇଛି । ସ୍ପେଶାଲ ସେଲ ଘଟଣାସ୍ଥଳରୁ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପାଇବା ସହ ସେଠାରେ ଥିବା ସିସିଟିଭି ଫୁଟେଜକୁ ମଧ୍ୟ ଜବତ କରିଛି । ଏହି ମାମାଲାର ମହତ୍ତ୍ବକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରଣାଳୟ ତଦନ୍ତ ପାଇଁ ଏନଆଇଏକୁ ହସ୍ତାନ୍ତର କରିଛି । ଏନଆଇଏ ଏହି ମାମାଲାର ସମସ୍ତ ଫାଇଲକୁ ଦିଲ୍ଲୀ ପୋଲିସକୁ ପ୍ରଦାନ କରିବ । ଏହା ବ୍ୟବତ ଫରେନସିକ ଯାଞ୍ଚ ରିପୋର୍ଟ ମଧ୍ୟ ଏନଆଇଏକୁ ପ୍ରଦାନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.