ETV Bharat / bharat

କଶ୍ମୀରରେ ବଢୁଛି ଆତଙ୍କୀ କାର୍ଯ୍ୟକଳାପ, ପୁଲୱାମାରେ ଛାପା ମାରିଲା NIA

ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର (National Investigation Agency) ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି(ବୁଧବାର) ଏଏନଆଇ ପକ୍ଷରୁ ଦକ୍ଷିଣ କାଶ୍ମୀରର ଅନେକ ସ୍ଥାନରେ ଚଢାଉ ଜାରି ରଖିଛି । ଅଧିକ ପଢନ୍ତୁ

author img

By

Published : Jul 20, 2022, 11:22 AM IST

କାଶ୍ମୀରରେ ବଢୁଛି ଆତଙ୍କୀ କାର୍ଯ୍ୟକଳାପ
କାଶ୍ମୀରରେ ବଢୁଛି ଆତଙ୍କୀ କାର୍ଯ୍ୟକଳାପ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏର (National Investigation Agency) ଅଭିଯାନ ଜାରି ରହିଛି । ଏହି କ୍ରମରେ ଆଜି(ବୁଧବାର) ଏଏନଆଇ ପକ୍ଷରୁ ଦକ୍ଷିଣ କାଶ୍ମୀରର ଅନେକ ସ୍ଥାନରେ ରେଡ୍ ପରିଚାଳନା କରୁଛି । ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ NIA ପକ୍ଷରୁ ରେଡ କରାଯାଇଛି । ବିନ୍ଦୋଜ, ତାତାବ, ପାରଗାମ ଏବଂ ଦରଗାମରେ ଛାପା ମାରିଛି NIA ।

NIA ଅଧିକାରୀ, CRPF ଅଧିକାରୀ ଓ ସ୍ଥାନୀୟ ପୋଲିସର ମିଳିତ ଟିମ କିଛି ଗ୍ରୁପରେ ଭାଗ ହୋଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏହା ପୂର୍ବରୁ ଏନଆଇଏର ଏକାଧିକ ୟୁନିଟ ଏପରି ସନ୍ଦେହଜନକ ବ୍ୟକ୍ତି ଓ ସଂଗଠନ ଉପରେ କଡା ନଜର ରଖିଥିଲା । ଦେଶ ବିରୋଧୀ କାର୍ଯ୍ୟକଳାପ ଓ ବିଦେଶୀ ଆତଙ୍କୀ ସଂଗଠନକୁ ଭାରତରୁ ଯାଉଥିବା ଆର୍ଥିକ ସହୟତା ସଂଗ୍ରହ ଆଦି ଉପରେ ମିଳିଥିବା ଗୁଇନ୍ଦା ତଥ୍ୟ ଆଧାରରେ ଏହି ଚଢାଉ ଆରମ୍ଭ କରଛି । ସେହିପରି ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.