ପଶ୍ଚିମବଙ୍ଗ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ । ଜଣେ ଆତଙ୍କବାଦୀଙ୍କୁ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗନା ଜିଲ୍ଲାରୁ ଗିରଫ କରିଛି ଏନଆଇଏ । ମଙ୍ଗଳବାର ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନାଁକୁ ଗୁପ୍ତ ରଖିଛି ଏନଆଇଏ । ଜୁଲାଇ 2020ରେ ରାଜ୍ୟରୁ ଗିରଫ ହୋଇଥିବା ଚାରିଜଣ ଜେଏମବି ଆତଙ୍କବାଦୀଙ୍କ ସହ ଏ ଆତଙ୍କୀ ଘନିଷ୍ଠ ସହଯୋଗୀ ବୋଲି ସନ୍ଦେହ କରାଯାଉଛି ।
ଗିରଫ ହୋଇଥିବା ଆତଙ୍କବାଦୀ ଜଣକ ଅଲ କାଏଦା ଏବଂ ହରକାଟ-ଉଲ-ଜିହାଦ-ଅଲ-ଇସଲାମି (ହୁଜି) ସହ ଲିଙ୍କ ଥିବା ନେଇ ଆଶଙ୍କା କରାଯାଉଛି । ସେ ପଶ୍ଚିମବଙ୍ଗରେ ଆତଙ୍କବାଦୀ ମଡ୍ୟୁଲ ସ୍ଥାପନ କରୁଛନ୍ତି ବୋଲି କହିଛ ଏନଆଇଏ । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଅନେକ ଜେଏମବି ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଗତ ବର୍ଷ ଜେଏମବି ସଂଗଠନ ସହ ଅନ୍ୟ କିଛି ସଂଗଠନର ଆତଙ୍କୀଙ୍କୁ ରାଜ୍ଯରୁ ଗିରଫ କରାଯାଇଛି । 2019ରେ ଏନଆଇଏ କହିଥିଲା ଯେ, ଜେଏମବି ଭାରତରେ ଏହାର ନେଟୱାର୍କକୁ ବ୍ୟାପକ କରିବାକୁ ଚେଷ୍ଟା କରୁଛି। ଯାହା ଦେଶ ପାଇଁ ବଡ ବିପଦ ଆଣିପାରେ ।
@ANI