ETV Bharat / bharat

Maoist link: ତେଲେଙ୍ଗାନା, ଆନ୍ଧ୍ର ଓ ଛତିଶଗଡରେ NIA ରେଡ - ଜାତୀୟ ତଦନ୍ତକାରୀ ସଂସ୍ଥା

Maoist link ସନ୍ଦେହରେ ତେଲେଙ୍ଗାନା, ଆନ୍ଧ୍ର ଓ ଛତିଶଗଡର ୧୪ରୁ ଉର୍ଦ୍ଧ୍ବ ସ୍ଥାନରେ NIA ରେଡ ଜାରି । ସ୍କାନରରେ ବିଳ୍ପବୀ କବି ଓ ବାମପନ୍ଥୀ ଛାତ୍ରନେତା । ଅଧିକ ପଢନ୍ତୁ

Suspected Maoist link: ତେଲେଙ୍ଗାନା, ଆନ୍ଧ୍ର ଓ ଛତିଶଗଡର ୧୪ରୁ ଉର୍ଦ୍ଧ୍ବ ସ୍ଥାନରେ NIA ରେଡ

author img

By

Published : Nov 18, 2021, 7:33 PM IST

ହାଇଦ୍ରାବାଦ: ମାଓ ଲିଙ୍କ ଅଭିଯୋଗରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡରେ ଏକକାଳୀନ ୧୪ ସ୍ଥାନରେ ଚଢାଉ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) । ଆଜି NIA ର ପୃଥକ ପୃଥକ ଟିମ ୩ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରଖିଥିବା ସୂଚନା ମିଳିଛି ।

ଏହି ୩ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଦେଶର ସର୍ବାଧିକ ମାଓ ବା ବାମପନ୍ଥୀ ଉଗ୍ରବାଦ ଗତିବିଧି (LWE) ଅଧିକ ରହିଥିବା କାରଣରୁ ଏହି ଚଢାଉ ହୋଇଛି । ହାଇଦ୍ରାବାଦ ସହର ସମେତ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଜିଲ୍ଲାରେ ମଧ୍ୟ NIA ସର୍ଚ୍ଚ ଜାରି ରହିଛି ।

ନାମ ଗୋପନ ରଖି ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ନିକଟରେ ମହାରାଷ୍ଟ୍ରରେ ହୋଇଥିବା ଏନକାଉଣ୍ଟରରେ ୨୭ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଏମାନଙ୍କ ଗତିବିଧି ଓ ନେଟଓ୍ବାର୍କ ନେଇ କିଛି ନୂଆ ସୂଚନା NIA ହାତରେ ଲାଗିଛି । ଉକ୍ତ ସ୍ଥାନରେ ମାଓ କ୍ୟାମ୍ପ ଓ ଏକାଧିକ ମାଓ ସାମଗ୍ରୀ ଠାବ ହୋଇଥିବାବେଳେ ଏହି ଜବତ ସାମଗ୍ରୀରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଏହି ଚଢାଉ ଜାରି ରହିଥିବା ପ୍ରାଥମିକ ଭାବେ କହିଛନ୍ତି ସମ୍ପୃକ୍ତ ପୋଲିସ ଅଧିକାରୀ ।

ଆଜି ଚାଲିଥିବା ଚଢାଉରେ ଆନ୍ଧ୍ରର ଜଣାଶୁଣା ବିପ୍ଳବୀ କବି ଜି କଲ୍ୟାଣ ରାଓଙ୍କ ବାସଭବନ ସମେତ ହାଇଦ୍ରାବାଦସ୍ଥିତ ଓସମାନିଆ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରନେତା NIA ସ୍କାନରରେ ରହିଥିବା ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.