ETV Bharat / bharat

Terror funding case: ଜମ୍ମୁ-କାଶ୍ମୀରରେ NIAର ଚଢାଉ - ଟେରର ଫଣ୍ତିଂ କେସ

ଟେରର ଫଣ୍ତିଂ ମାମଲା ନେଇ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥାର(NIA) ଚଢାଉ । ଅଧିକ ପଢନ୍ତୁ

Terror funding case: ଜମ୍ମୁ-କାଶ୍ମୀରରେ NIAର ଚଢାଉ

author img

By

Published : Jun 16, 2022, 2:14 PM IST

ଶ୍ରୀନଗର: ଟେରର ଫଣ୍ତିଂ ମାମଲା ନେଇ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥାର(NIA) ଚଢାଉ । ଏହି କ୍ରମରେ ଆଜି ଏଲଓସିରେ ଚଢାଉ କରିଛି ଏନଆଇଏ । ସିଆଇଏସଅଫ,ଏନଆଇଏ ଏବଂ ଜାମ୍ମୁ କାଶ୍ମୀର ପୋଲିସ ଦ୍ବାରା ଏ ମିଳିତ ଅପରେସନ କରାଯାଉଛି । ଉତ୍ତର କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପରେ ବ୍ରେକ ଲଗାଇବା ପାଇଁ ଶ୍ରୀନଗରର ବିଭିନ୍ନ ସ୍ଥାନରେ ଏନଆଇଏ ନେତୃତ୍ବରେ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା ।

ଜମ୍ମୁ କାଶ୍ମୀର, ବାରାମୁଲା, ଏଲଓଏସି, ଏବଂ ହଣ୍ତଓ୍ବାରେ ଚଢାଉ ମଧ୍ୟ ଜାରି ରହିଛି । ଏଲଓସିରେ ଜଣେ ସନ୍ଧିଗ୍ଧ ବ୍ୟବସାୟୀ ଓ ତାଙ୍କ ସହ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ ହୋଇଥିଲା । ରେଡ୍‌ବେଳେ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ସହ ଡିଜିଟାଲ ଉପକରଣ NIA ଜବତ କରିଛି ବୋଲି ଦାବି କରିଛି । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣକ ଅର୍ଥ ଯୋଗାଉଥିବାର ଅଭିଯୋଗ ହୋଇଛି । ଜାମ୍ମୁ କାଶ୍ମୀର ଏବଂ ପାକିସ୍ତାନ ସୀମା ମଧ୍ୟରେ ଏ କାରବାର ହେଉଥିବାର ଜଣାପଡିଛି ।

2008 ମସିହାରେ ସଲାମାବାଦ, ବାରାମୁଲ୍ଲା ଜିଲ୍ଲାର ଉରି ଏବଂ ପୁଞ୍ଚ ଜିଲ୍ଲାର ଚାକାନ-ଦା-ବାଗରେ ଅବସ୍ଥିତ ଦୁଇଟି ବାଣିଜ୍ୟ ସୁବିଧା କେନ୍ଦ୍ର (TFC) ମାଧ୍ୟମରେ ଏହି ବାଣିଜ୍ୟ ଆରମ୍ଭ ହୋଇଥିଲା । ଏପ୍ରିଲ 2019ଠାରୁ ଏହି ବାଣିଜ୍ୟକୁ ସ୍ଥଗିତ ରଖାଯାଇଛି । 16 ଡିସେମ୍ବର 2016ରେ ଏନଆଇଏ ଦ୍ବାରା ମାମଲା ପଞ୍ଜିକୃତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.