ETV Bharat / bharat

ଆକ୍ସନ ମୁଡରେ NIA, ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଚଢାଉ

ଆତଙ୍କବାଦୀ, ସ୍ମଗଲର ଓ ଗ୍ୟାଙ୍ଗଷ୍ଟାର ଉପରେ ଆକ୍ସନ ନେଇଛି ଏନଆଇଏ । ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା ଓ ରାଜସ୍ଥାନରେ ଏନଆଇଏ ଚଢାଉ ଜାରି ରଖିଛି । ଅଧିକ ପଢନ୍ତୁ

author img

By

Published : Oct 18, 2022, 10:02 AM IST

Updated : Oct 18, 2022, 11:08 AM IST

ଆକ୍ସନ ମୁଡରେ ଏନଆଇଏ, ଦିଲ୍ଲୀ ସମେତ 5 ସ୍ଥାନରେ ଚଢାଉ

ନୂଆଦିଲ୍ଲୀ: ଆକ୍ସନ ମୁଡରେ ଜାତୀୟ ଅନୁସନ୍ଧାନ ଏଜେନ୍ସି । ଆତଙ୍କବାଦୀ, ସ୍ମଗଲର ଓ ଗ୍ୟାଙ୍ଗଷ୍ଟାର ଉପରେ ଆକ୍ସନ ନେଇଛି ଏନଆଇଏ (National Investigation Agency)। ଦେଶର ପ୍ରାୟ 5 ରାଜ୍ୟରେ 50ରୁ ଅଧିକ ସ୍ଥାନରେ ଏନଆଇଏ ଚଢାଉ କରିଛି । ଦେଶ ତଥା ବିଦେଶରେ ଥିବା ଆତଙ୍କବାଦୀ ଲିଙ୍ଗ, ଗ୍ୟାଙ୍ଗଷ୍ଟାର ଓ ଡ୍ରଗ୍ସ ଚୋରା ଚାଲାଣକାରୀ କାର୍ଯ୍ୟକୁ ପଣ୍ଡ କରିବାକୁ ଏହି ଛାପା ମାରିଛି ଏନଆଇଏ ।

  • National Investigation Agency (NIA) conducted raids at multiple locations in Punjab, Haryana, Rajasthan and Delhi-NCR region today to dismantle the emerging nexus between terrorists, gangsters and drug smugglers/traffickers based in India and abroad. pic.twitter.com/EbzSoxFjNZ

    — ANI (@ANI) October 18, 2022 " class="align-text-top noRightClick twitterSection" data=" ">

ସୂଚନା ମୁତାବକ, ଦିଲ୍ଲୀ ଏନସିଆର ସମେତ ପଞ୍ଜାବ, ହରିୟାଣା ଓ ରାଜସ୍ଥାନରେ ଏନଆଇଏ ଚଢାଉ ଜାରି ରଖିଛି । ହରାୟାଣାର ୧୦ ଜିଲ୍ଲା, ପଞ୍ଜାବର ୩ ରୁ୪ ଜିଲ୍ଲାରେ ଏନ୍‌ଆଇଏର ରେଡ୍ ଜାରି ରହିଛି । ଏହା ପୂର୍ବରୁ ଅକ୍ଟୋବର 14ରେ ଏନଆଇଏ ଡ୍ରଗ୍ସ କାରବାର ମାମଲାରେ ଜମ୍ମୁ କାଶ୍ମୀର ପୁଞ୍ଜ ଜିଲ୍ଲା ସହିତ ଅନେକ ସ୍ଥାନରେ ତଲାସି ନେଇଥିଲା । ଏନଆଇଏ ମୁତିବାକ ଏ ନେଇ କାହାକୁ ଗିରଫ କରାଯାଇନାହିଁ । ଚଳିତ ବର୍ଷ ସୁରକ୍ଷାବଳ ପଡୋଶୀ ଦେଶ ପାକିସ୍ତାନରୁ ଭାରତ ସୀମାକୁ 191 ଡ୍ରୋନର ଅବୈଧ ଅନୁପ୍ରବେଶ ଦେଖିବାକୁ ମିଳିଛି । ଯାହା ଦେଶର ସୁରକ୍ଷା ଉପରେ ବଡ ବିପଦ ଆଣିଛି ।

ଏହା ବି ପଢନ୍ତୁ...Sidhu Moose Wala murder case: ବିଭିନ୍ନ ସ୍ଥାନରେ ଛାପା ମାରିଲା NIA

ଏହାପୂର୍ବରୁ ସେପ୍ଟେମ୍ବର ମାସରେ, ଏନଆଇଏର ନେତୃତ୍ୱାଧୀନ ଏକାଧିକ ଏଜେନ୍ସି ୧୫ଟି ରାଜ୍ୟର ୯୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ ଏବଂ ଦେଶରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବାରେ ସମ୍ପୃକ୍ତ ଥିବା ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ୧୦୬ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲେ । କେରଳରେ ସର୍ବାଧିକ ୨୨ ଜଣ ପିଏଫ୍‌ଆଇ କାର‌୍ୟ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି । ସେପ୍ଟେମ୍ବର 12 ତାରିଖରେ ଦିଲ୍ଲୀ, ଏନସିଆର, ହରିୟାଣା ଏବଂ ପଞ୍ଜାବର ବିଭିନ୍ନ ସ୍ଥାନରେ ଏନଆଇଏର ଚଢାଉ କରିଥିଲା । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟା ଘଟଣାରେ ଟେରର ଗ୍ୟାଙ୍ଗ ଲିଙ୍କ ସାମ୍ନାକୁ ଆସିବା ପରେ ଏହି ଚଢାଉ କରିଥିଲା ଏନଆଇଏ ।

Last Updated : Oct 18, 2022, 11:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.