ETV Bharat / bharat

ISIS ଲିଙ୍କ୍‌ ସନ୍ଦେହ, ୬ଟି ରାଜ୍ୟରେ NIAର ଚଢ଼ାଉ - ୬ଟି ରାଜ୍ୟରେ NIAର ଚଢ଼ାଉ

ISIS ଲିଙ୍କ୍‌ ନେଇ ୬ଟି ରାଜ୍ୟର ୧୩ଟି ସ୍ଥାନରେ ଚଢ଼ାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ଏହି କ୍ରମରେ କିଛି ଲୋକଙ୍କୁ ଅଟକ ରଖାଯାଇଥିଲେ କିଛି ସନ୍ଦେହଜନକ ଦସ୍ତାବିଜ ଜବତ ହୋଇଛି । ଅଧିକ ପଢ଼ନ୍ତୁ

ISIS ଲିଙ୍କ୍‌ ଗତିବିଧି ସନ୍ଦେହ, ୬ଟି ରାଜ୍ୟରେ NIAର ଚଢ଼ାଉ

author img

By

Published : Jul 31, 2022, 6:31 PM IST

ନୂଆଦିଲ୍ଲୀ: ISIS ଲିଙ୍କ୍‌ ନେଇ ୬ଟି ରାଜ୍ୟର ୧୩ଟି ସ୍ଥାନରେ ଚଢ଼ାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ମଧ୍ୟ ପ୍ରଦେଶ, ଗୁଜୁରାଟ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶର ୧୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଏହି କ୍ରମରେ ଅନେକ ସନ୍ଦେହଜନକ ଦସ୍ତାବିଜ୍‌ ଜବତ ହୋଇଥିବା ସୂଚନା ମିଳିଛି ।

ମଧ୍ୟ ପ୍ରଦେଶର ରାଇସେନ ଓ ଭୋପାଳରେ ଜାତୀୟ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି । ସେହିଭଳି ଗୁଜୁରାଟର ଭାରୁକ୍‌, ସୁରଟ, ନଭସାରୀ ଓ ଅହମ୍ମଦାବାଦରେ ଚଢ଼ାଉ ହୋଇଥିଲା । ବିହାରର ଅରାରିୟା, କର୍ଣ୍ଣାଟକର ଭଟକାଲ, ତୁମକୁର୍‌ରେ ଚଢ଼ାଉ ବେଳେ କିଛି ଲୋକଙ୍କୁ ଅଟକ ରଖିଛି NIA । ସେହିଭଳି ମହାରାଷ୍ଟ୍ରର କୋହ୍ଲାପୁର ନାଣ୍ଡେଡ୍ ଜିଲ୍ଲା ଓ ଉତ୍ତର ପ୍ରଦେଶର ଦେବବନ୍ଦ ଜିଲ୍ଲାରେ NIA ISIS ଲିଙ୍କ୍‌ ସନ୍ଦେହରେ କିଛି ବ୍ୟକ୍ତିଙ୍କୁ ଅଟକ ରଖିଛି ।

ଏହିସବୁ ଅଞ୍ଚଳରେ ସନ୍ଦେହଜନକ ଗତିବିଧି ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲା । ଜୁନ୍‌ ୨୫ ତାରିଖରେ ରୁଜୁ ହୋଇଥିବା ଏହି ମାମଲାରେ 153A, and 153Bର ସେକ୍ସନ 18, 18B, 38, 39 ଓ 40 IPC ଧାରା ଲଗାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.