ETV Bharat / bharat

ମୋଦିଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାଶ୍ମୀରରେ NIA ମୁଖ୍ୟ, ସଭାସ୍ଥଳରେ କଲେ ସୁରକ୍ଷା ଯାଞ୍ଚ - କାଶ୍ମୀରରେ ଏନଆଇଏର ସୁରକ୍ଷା ଯାଞ୍ଚ

ଆସନ୍ତାକାଲି କାଶ୍ମୀରର ସାମ୍ବାରୁ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାଶ୍ମୀରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ NIA ମୁଖ୍ୟ । ଏନକାଉଣ୍ଟର ସ୍ଥଳ ମଧ୍ୟ କଲେ ପରିଦର୍ଶନ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାଶ୍ମୀରରେ NIA ମଖ୍ୟ, ସଭାସ୍ଥଳରେ କଲେ ସୁରକ୍ଷା ଯାଞ୍ଚ

author img

By

Published : Apr 23, 2022, 9:47 PM IST

ଶ୍ରୀନଗର: ଆସନ୍ତାକାଲି କାଶ୍ମୀରର ସାମ୍ବାରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପୂର୍ବରୁ ଆଜି (ଶନିବାର) ସେଠାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ମୁଖ୍ୟ କୁଲଦୀପ ସିଂ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିବା ସୁଞ୍ଜଓ୍ୱାନ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଛନ୍ତି ।

ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଜାମ୍ମୁରେ ପହଞ୍ଚିଥିଲେ ଏନଆଇଏ ମୁଖ୍ୟ । ତାଙ୍କ ସହ ଜାମ୍ମୁ ସେକ୍ଟରର CRPFର ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏନକାଉଣ୍ଟର ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । ପରେ ପ୍ରଧାନମନ୍ତ୍ରୀ ସାମିଲ ହେବାକୁ ଥିବା ସଭାସ୍ଥଳ ସାମ୍ବା ଜିଲ୍ଲାର ପାଲି ପଞ୍ଚାୟତକୁ ଉଭୟ ଅଧିକାରୀ ପରିଦର୍ଶନ କରିବା ସହ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ ।

ତେବେ ଆସନ୍ତାକାଲି (ଏପ୍ରିଲ 24) ରେ ପଞ୍ଚାୟତରାଜ ଦିବସରେ ଜମ୍ମୁକଶ୍ମୀର ପାଲିରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ଜମ୍ମୁକଶ୍ମୀର ସୁଞ୍ଜଓ୍ୱାନରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ 4ଜଣ ଆହତ ହୋଇଥିଲେ । 2 ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.