ETV Bharat / bharat

Sunjuwan Terrorist Attack Case: ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା NIA

ସଞ୍ଜୁଓ୍ବାନ ଆତଙ୍କୀ ଆକ୍ରମଣ ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା NIA । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ JEM ର ସକ୍ରିୟ ସଦସ୍ୟ ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ । ଅଧିକ ପଢନ୍ତୁ

author img

By

Published : May 26, 2022, 5:46 PM IST

Sunjuwan Terrorist Attack case: ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା NIA
Sunjuwan Terrorist Attack case: ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା NIASunjuwan Terrorist Attack case: ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା NIA

ଶ୍ରୀନଗର: କାଶ୍ମୀରର ସଞ୍ଜୁଓ୍ବାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଗିରଫ ଅଭିଯୁକ୍ତର ନାମ ଅବିଦ ଅହମ୍ମଦ ମିର (Abid Ahmad Mir) ଓ ସେ ପୁଲଓ୍ବାମା ପୁତ୍ରିଗାମର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗିରଫ ଅଭିଯୁକ୍ତ ବିରୋଧରେ କେସ ନମ୍ବର RC-03/2022/ ରୁଜୁ କରାଯାଇ ସହ ପଚରା ଉଚରା ଜାରି ରହିଛି ।

ପ୍ରାଥମିକ ତଦନ୍ତରୁ ଗିରଫ ଅଭିଯୁକ୍ତ ଅମିର ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ (JeM)ର ସକ୍ରିୟ ସଦସ୍ୟ ଥିବା ସ୍ପଷ୍ଟ ହୋଇଛି । କିଛି ଦିନ ପୂର୍ବରୁ ଅନ୍ୟ ଜଣେ ଆତଙ୍କବାଦୀ ବିଲାଲ ଅହମ୍ମଦ ଓ୍ବାଗାକୁ ଗିରଫ ପରେ ଅମିର ସମ୍ପର୍କରେ ସୂଚନା ପାଇଥିଲା NIA । ତେବେ ଆଜି ତାକୁ ଗିରଫ କରିବାରେ ସଫଳତା ମିଳିଛି । ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡ ବିଧି ଆଇନ (IPC)ର ଧାରା 120-B, 121-A, 302, 307, & 307 ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ଆର୍ମ ଆକ୍ଟରେ ମାମଲା ରୁୁଜୁ ହୋଇଛି ।

ଏପ୍ରିଲ 22 ତାରିଖରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବଳ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ CISF ଜଣେ ASI ଶହୀଦ ହେବା ସହ ଅନ୍ୟ କିଛି ଯବାନ ମଧ୍ୟ ଆହତ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ଦୁଇ ଆତଙ୍କବାଦୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ କିଛି ସେଠାରୁ କୌଶଳକ୍ରମେ ଖସି ଯିବାରେ ସକ୍ଷମ ହୋଇଥିଲେ । ଘଟଣା ପରେ ସ୍ଥାନୀୟ ବାହୁଫର୍ଟ (Bahu Fort )ଥାନାରେ ଏତଲା ନମ୍ବର FIR No. 115/2022 ରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପରେ ଏହି ଘଟଣାର ତଦନ୍ତଭାର ଜାତୀୟ ତଦନ୍ତକାରୀ ସଂସ୍ଥା (NIA)କୁ ହସ୍ତାନ୍ତର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.