ETV Bharat / bharat

ଦିଲ୍ଲୀରେ ଆତଙ୍କୀ ହମଲା ଷଡ଼ଯନ୍ତ୍ର, ୩ ଗ୍ୟାଙ୍ଗ ମୁଖିଆଙ୍କୁ ବାନ୍ଧିଲା NIA

author img

By

Published : Sep 24, 2022, 5:50 PM IST

ଦେଶର ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଆତଙ୍କୀ ହମଲା ଷଡ଼ଯନ୍ତ୍ର ହେଲା ପଣ୍ଡ । ୩ ଗ୍ୟାଙ୍ଗ ମୁଖିଆଙ୍କୁ ଗିରଫ କଲା NIA । ଅଧିକ ପଢନ୍ତୁ

ଦିଲ୍ଲୀରେ ଆତଙ୍କୀ ହମଲାର ଷଡ଼ଯନ୍ତ୍ର, ୩ ଗ୍ୟାଙ୍ଗ ମୁଖିଆଙ୍କୁ ବାନ୍ଧିଲା NIA

ନୂଆଦିଲ୍ଲୀ: ରାଜଧାନୀରୁ ୩ ଗ୍ୟାଙ୍ଗ ମୁଖିଆଙ୍କୁ ବାନ୍ଧିଲା ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । ଏମାନେ ଦେଶର ରାଜଧାନୀରେ ଆତଙ୍କୀ ହମଲା କରିବା ପାଇଁ ଯୋଜନା କରୁଥିଲେ । ଭାରତରେ ଓ ବିଦେଶରେ ଏମାନେ ଅପରାଧିକ କାର୍ଯ୍ୟ ଚଳାଇଥିବା ନେଇ ମଧ୍ୟ ଏମାନଙ୍କ ବିରୋଧରେ ଅଭିଯୋଗ ଆସିବା ସହ ମାମଲା ରୁଜୁ ହୋଇଛି ।

ଏ ନେଇ ଏନଆଇଏ ର ଜଣେ ମୁଖପାତ୍ର କହିଛନ୍ତି, "ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ୩ ଗ୍ୟାଙ୍ଗ ମୁଖିଆଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ଗତ ଶୁକ୍ରବାର ଗିରଫ କରାଯାଇଛି । ଦିଲ୍ଲୀ ବୱାନା ଗ୍ରାମର ନୀରଜ ସେରାୱତ, ହରିୟାଣା ଗୁରୁଗ୍ରାମର ନରେଶ ଚୌଧୁରୀ ଓ ପଞ୍ଜାବ ଅଜିତ ସିଂ ନଗରର ଭୁପିନ୍ଦ୍ର ସିଂ ବୋଲି ସେମାନଙ୍କ ପରିଚୟ ମିଳିଛି ।"

ଏହା ବି ପଢନ୍ତୁ- ଅକ୍ଟୋବର ୧ରେ 5G ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ମୋଦି

ଏମାନେ ବିଭିନ୍ନ ପ୍ରକାର ଅପରାଧିକ ମାମଲା ଯେପରିକି ହତ୍ୟା, ଆତଙ୍କବାଦ ଆକ୍ରମଣ, ଟଙ୍କା ହଡ଼ପରେ ଜଡ଼ିତ ରହିଛନ୍ତି । ଏହି ଅପରାଧୀମାନେ ଅପରାଧିକ କାର୍ଯ୍ୟ କରିବା ଲାଗି ଟଙ୍କା ଏକଜୁଟ କରନ୍ତି । ଡ୍ରଗ୍ସ ଓ ମାରଣାସ୍ତ୍ର କାରବାର କରି ଟଙ୍କା ଠୁଳ କରୁଥିବା ମୁଖପାତ୍ର କହିଛନ୍ତି । ଏହି ଅପରାଧୀଙ୍କ ବିରୋଧରେ FIR ନଂ ୨୪୭ରେ ପ୍ରଥମେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ମାମଲା ରୁଜୁ କରିଥିଲା । ଗତ ଅଗଷ୍ଟ ୭ ତାରିଖରେ ମୋଟ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବାବେଳେ ଏମାନେ ସେଥିରେ ସାମିଲଥିଲେ ।

ତେବେ ଏହି ସମସ୍ତ ଅପରାଧୀଙ୍କ ବିରୋଧରେ ସମାନ ଅଭିଯୋଗ ରହିଥିଲା । ସେମାନେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । ଜାତୀୟ ତଦନ୍ତକାରୀ ଏଜେନ୍ସି ଅଗଷ୍ଟ ୨୬ ତାରିଖରେ ନିଜ ଆଡୁ ମାମଲାରୁ ପୁନଃ ପଞ୍ଜୀକରଣ କରିଥିବା ମୁଖପାତ୍ର ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.