ETV Bharat / bharat

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର 2 ସହଯୋଗୀଙ୍କୁ ବାନ୍ଧିଲା NIA

author img

By

Published : May 13, 2022, 10:17 AM IST

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର 2 ସହଯୋଗୀଙ୍କୁ ବାନ୍ଧିଲା ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଉଭୟଙ୍କୁ ଆଜି ମୁମ୍ବାଇର ସ୍ବତନ୍ତ୍ର ଏନଆଇଏ କୋର୍ଟରେ ହାଜର କରାଯିବ । ଅଧିକ ପଢନ୍ତୁ

ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର 2 ସହଯୋଗୀଙ୍କୁ ବାନ୍ଧିଲା NIA

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର 2 ସହଯୋଗୀଙ୍କୁ ବାନ୍ଧିଲା ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଗିରଫ ହୋଇଥିବା ଦୁଇ ସହଯୋଗୀ ହେଲେ ଆରିଫ ଅବୁବାକର ଶେଖ(Arif Abubakar Shaikh ) ଓ ସବୀର ଅବୁବାକର ଶେଖ ( Shabbir Abubakar Shaikh)। ଏହାସହ ଅଧିତ ତଦନ୍ତ ଜାରି ରହିଛି । ଗିରଫ ହୋଇଥିବା ୨ଜଣ ମୁମ୍ବାଇର ପଶ୍ଚିମ ଉପକଣ୍ଠରେ ଡି-କମ୍ପାନୀର ସିଣ୍ଡିକେଟ୍ ଚଳାଉଥିଲେ । ଏବଂ ବେଆଇନ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ପାଣ୍ଠି ଯୋଗାଣରେ( terror funding) ଜଡିତ ଥିଲେ ।

ଉଭୟଙ୍କୁ ଆଜି ମୁମ୍ବାଇର ସ୍ବତନ୍ତ୍ର ଏନଆଇଏ କୋର୍ଟରେ ହାଜର କରାଯିବା । ପରେ ଉଭୟଙ୍କୁ ରିମାଣ୍ତରେ ନେବା ପାଇଁ ଆବେଦନ କରିବ ଏନଆଇଏ । ପାକିସ୍ତାନରୁ ଏକ ଆନ୍ତର୍ଜାତୀୟ ଅପରାଧିକ ସିଣ୍ଡିକେଟ୍ ପରିଚାଳନା କରୁଥିବା ଛୋଟା ଶକିଲଙ୍କ ବିରୋଧରେ ଇଣ୍ଟରପୋଲ ଏକ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ସେ ଚୋରାଚାଲାଣ, ନିଶା କାରବାର ତଥା ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଛନ୍ତି । ଏହି ଘଟଣାର ତଦନ୍ତରେ ସହଯୋଗ ପାଇଁ ଏନଆଇଏ ୨୪ ଜଣ ଲୋକଙ୍କୁ ସମନ ମଧ୍ୟ କରିଛି ।

ଗତ ୯ ତାରିଖରେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ଘରେ ଏନଆଇଏ ପକ୍ଷରୁ ରେଡ କରାଯାଇଥିଲା । ୧୨ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ଏନଆଇଏ । ୧୯୯୩ରେ ମୁମ୍ବାଇରେ ହୋଇଥିବା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ଦାଉଦକୁ ୨୦୦୩ରେ ଜାତିସଂଘ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା । ଏଥିସହ ଦାଉଦ ଇବ୍ରାହିମ ଉପରେ ୨୫ ମିଲିୟନ ଡଲାରର ଫାଇନ ମଧ୍ୟ ଲଗାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.