ଜୟପୁର: ଉଦୟପୁର ଦରଜୀ କହ୍ଲେୟାଲାଲ୍ ହତ୍ୟାକାଣ୍ଡ ମାମଲାରେ(Udaipur tailor killing case) ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଏହି ଅଭିଯୁକ୍ତର ନାମ ହେଉଛି ଫରହାଦ୍ ମହମ୍ମଦ ଶେଖ୍(Farhad Mohammad Sheikh) । ଶନିବାର ସନ୍ଧ୍ୟାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ଫରହାଦକୁ ଗିରଫ କରିଛି । ଏହାକୁ ମିଶାଇ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଫରହାଦ ମହମ୍ମଦ ଶେଖ୍ ମୁଖ୍ୟ ଅଭିଯୁକ୍ତ ରିଆଜ ଅଖତାରିର ଘନିଷ୍ଠ ସହଯୋଗୀ ଅଟେ । କହ୍ଲେୟାଲାଲଙ୍କ ହତ୍ୟା ଷଡଯନ୍ତ୍ରରେ ସେ ଜଡିତ ଥିଲା । ଏନେଇ NIA ପକ୍ଷରୁ ସୂଚନା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ଗତ ଜୁନ ୨୮ରେ କହ୍ଲେୟାଲାଲ୍ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ରିଆଜ ଅଖତାରି ଓ ଗୌସ ମହମ୍ମଦ ଦୋକାନ ଭିତରେ କହ୍ଲେୟାଲାଲଙ୍କ ଗଳାକାଟି ହତ୍ୟା କରିଥିଲେ । ଦୁଇ ହତ୍ୟାକାରୀ ସୋସିଆଲ ମିଡିଆରେ ହତ୍ୟା ସମୟର ଭିଡିଓ ପୋଷ୍ଟ କରିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଏହାର କିଛି ସମୟ ମଧ୍ୟରେ ହିଁ ଦୁହିଁଙ୍କୁ ଗିରଫ କରିଥିଲା ପୋଲିସ । ପରେ ଏହି ଘଟଣାରେ ଜଡିତ ଅନ୍ୟ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲେ NIA ।