ETV Bharat / bharat

ଖୋଜା ପଡିଛି ଦାଉଦ ଇବ୍ରାହିମ, ସୂଚନା ଦେଲେ ମିଳିବ ୨୫ ଲକ୍ଷ

author img

By

Published : Sep 1, 2022, 12:59 PM IST

ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମକୁ କାବୁ କରିବା ଲାଗି ଭାରତରେ ତତ୍ପରତା ପ୍ରକାଶ ପାଇଛି । ଦାଉଦ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିକୁ ୨୫ ଲକ୍ଷ ଅର୍ଥ ଦେବା ଲାଗି ଘୋଷଣା କଲା NIA । ଅଧିକ ପଢନ୍ତୁ

ଖୋଜା ପଡିଛି ଦାଉଦ ଇବ୍ରାହିମ, ସୂଚନା ଦେଲେ ୨୫ ଲକ୍ଷ ଦେବ NIA

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମକୁ (Dawood Ibrahim) କାବୁ କରିବା ଲାଗି ଭାରତରେ ତତ୍ପରତା ପ୍ରକାଶ ପାଇଛି । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIA) ଉପରେ ୨୫ ଲକ୍ଷ ଟଙ୍କା ଘୋଷଣା କରିଛି । ଯେଉଁ ବ୍ୟକ୍ତି ଇବ୍ରାହିମ ସମ୍ପର୍କରେ ସୂଚନା ଦିଏ ତାକୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ଏହାସହିତ ଦାଉଦର ଅନ୍ୟ ସହଯୋଗୀଙ୍କ ଉପରେ ମଧ୍ୟ ପୁରସ୍କାର ରାଶି ଘୋଷଣା କରିଛି ଏଜେନ୍ସି ।

ଚଳିତ ବର୍ଷ ଫେବୃଆରୀରେ ଏନଆଇଏ ଇବ୍ରାହିମ ବିରୋଧରେ ଏକ ନୂଆ ମାମଲା ରୁଜୁ କରିଥିଲା । ଏଜେନ୍ସି ସୂଚନା ପାଇଥିଲା ଯେ 'ଡି' କମ୍ପାନୀ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ISI ଏବଂ ଆତଙ୍କବାଦୀ ଗୋଷ୍ଠୀ ସହାୟତାରେ ଭାରତରେ ଏକ ସ୍ବତନ୍ତ୍ର ୟୁନିଟ୍ ପ୍ରସ୍ତୁତ କରିଛି, ଯାହା ମାଧ୍ୟମରେ ବଡ ରାଜନେତା ଏବଂ ବ୍ୟବସାୟୀଙ୍କୁ ଟାର୍ଗେଟ କରିବାର ଯୋଜନା ରହିଛି । ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀମାନଙ୍କ ଉପରେ ଚଢାଉ କରିଛି ।

ମୁମ୍ବାଇ ଏବଂ ମୀରା-ଭାୟନ୍ଦରର ମୋଟ ୨୯ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ବିପୁଳ ପରିମାଣର ଟଙ୍କା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହି ସମୟରେ ଦାଉଦର ସନ୍ଦିଗ୍ଧ ସହଯୋଗୀଙ୍କ ଠାରୁ ଇଲେକ୍ଟ୍ରୋନିକ୍ସ ଉପକରଣ, ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଦାଉଦ ଇବ୍ରାହିମ ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ରହିଛି । ତାକୁ ଧରିବା ଲାଗି ପୂର୍ବରୁ ମଧ୍ୟ ପୁରସ୍କାର ରାଶି ଘୋଷଣା କରାଯାଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦାଉଦର ସମ୍ପୃକ୍ତି ଥିବାବେଳେ, ଅନେକ ଘଟଣାରେ ସେ ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.