ETV Bharat / bharat

ଖଲିସ୍ତାନୀ ଆତଙ୍କବାଦୀ ବିରୋଧରେ ଏନଆଇଏର ଆକ୍ସନ, ଗୁରପତୱନ୍ତ ପନ୍ନୁର ସମ୍ପତ୍ତି ଜବତ - ଆତଙ୍କବାଦୀ ଗୁରପତୱନ୍ତ ବିରୋଧରେ ଆକ୍ସନ

ଖଲିସ୍ତାନୀ ଗୁରପତୱନ୍ତ ପନ୍ନୁର ସମସ୍ତ ସମ୍ପତ୍ତି ଜବତ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପଞ୍ଜାବର ଅମ୍ରିତସର ଓ ଚଣ୍ଡିଗଡରେ ଥିବା ସମ୍ପତ୍ତି ଜବତ କରିଛି NIA। ଅଧିକ ପଢନ୍ତୁ

nia action against terrorist gurpatwant
ଗୁରପତୱନ୍ତ ପନ୍ନୁର ସମ୍ପତ୍ତି ଜବତ
author img

By ETV Bharat Odisha Team

Published : Sep 23, 2023, 9:14 PM IST

ଚଣ୍ଡିଗଡ: ଆକ୍ସନ ମୋଡରେ NIA। ଖଲିସ୍ତାନୀ ଗୁରପତୱନ୍ତ ପନ୍ନୁର ସମସ୍ତ ସମ୍ପତ୍ତି ଜବତ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଗୁରପତୱନ୍ତଙ୍କ ପଞ୍ଜାବର ଅମ୍ରିତସର ଓ ଚଣ୍ଡିଗଡରେ ଥିବା ସମ୍ପତ୍ତି ଜବତ ହୋଇଛି। ସେଥିମଧ୍ୟରେ ଖାନକୋଟରେ 46 ଟି କେନାଲ, ଚଣ୍ଡିଗଡ଼ର ସେକ୍ଟର 15 ସି ରେ ଥିବା ତାଙ୍କ ଘର ରହିଛି। ଏସବୁ ସମ୍ପତ୍ତିକୁ ଅଧିକୃତ କରିଛନ୍ତି ସରକାର। 2020 ରେ ମଧ୍ୟ ତାଙ୍କର ସମ୍ପତ୍ତି ଆଟାଚ୍ ହୋଇଥିଲା । ଅର୍ଥାତ୍ ସେ ସମ୍ପତ୍ତି ବିକ୍ରୟ ପାଇଁ ଅନୁମତି ନଥିଲା। ହେଲେ ଏହି ପଦକ୍ଷେପ ପରେ ପନ୍ନୁ ସମ୍ପତ୍ତିର ମାଲିକାନାରୁ ବଞ୍ଚିତ ହୋଇଛନ୍ତି । ପନ୍ନୁର ଏହି ସମସ୍ତ ସମ୍ପତ୍ତି ମୋହଲି କୋର୍ଟଙ୍କ ନିର୍ଦ୍ଦେଶରେ ଏନଆଇଏ ଦ୍ୱାରା ଜବତ କରାଯାଇଥିବା ଜଣାପଡିଛି।

୨୦୧୯ ଜୁଲାଇ ୧୦ତାରିଖରେ ଆତଙ୍କବାଦୀ କାର୍ଯ୍ୟକଳାପ କରିଥିବା ଅଭିଯୋଗରେ UAPA ଅଧୀନରେ ପନ୍ନୁଙ୍କ ସଂଗଠନ ଶିଖ୍ ଫର ଜଷ୍ଟିସ (SFJ) ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପଞ୍ଜାବରେ ଉଗ୍ରବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରାଯାଉଥିବା ନେଇ ଅଭଇଯୋଗ ରହିଥିଲା । ପରେ 2020 ରେ, ପନ୍ନୁ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବା ଏବଂ ପଞ୍ଜାବର ଶିଖ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଇ ଉତ୍ସାହିତ କରିବା ଭଳି ଅଭିଯୋଗ ହୋଇଥିଲା। ଆଉ 1 ଜୁଲାଇ 2020 ରେ କେନ୍ଦ୍ର ସରକାର ପନ୍ନୁଙ୍କୁ UAPA ଅଧୀନରେ ଆତଙ୍କବାଦୀ ଘୋଷିତ କରିଥିଲେ। 2020 ମସିହାରେ ସରକାର 40 ରୁ ଅଧିକ SFJ ସମ୍ବନ୍ଧୀୟ ୟୁଟ୍ୟୁବ ଚ୍ୟାନେଲ ଓ ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ।

ଏହା ବି ପଢନ୍ତୁ...Canada vs India: ହିନ୍ଦୁଙ୍କୁ କାନାଡା ଛାଡିବାକୁ ଖଲିସ୍ତାନୀଙ୍କ ଧମକ, ସତର୍କ ରହିବାକୁ ସାଂସଦଙ୍କ ପରାମର୍ଶ

ଭାରତ ସରକାର ଏସ୍ଏଫଜେକୁ ଏକ ବେଆଇନ ସଂଗଠନ ଘୋଷଣା କରିବା ସହ ଏହାକୁ ୫ ବର୍ଷ ପାଇଁ ନିଷିଦ୍ଧ କରିଥିଲେ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇ କୁହାଯାଇଥିଲା ଯେ, ଏହି ସଂଗଠନ ଖୋଲାଖୋଲି ଭାବେ ଖଲିସ୍ତାନକୁ ସମର୍ଥନ କରୁଛି । ଏହି ସଂଗଠନ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ କ୍ଷତି ପହଞ୍ଚାଉଛି। ତେବେ ଖଲିସ୍ତାନ ସମର୍ଥକ ତଥା ବ୍ୟାନ ହୋଇଥିବା ଶିଖ୍ ଫର ଜଷ୍ଟିସ (SFJ) ସଂଗଠନର ସଦସ୍ୟ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି NIA । ଚଣ୍ଡିଗଡ଼ ଓ ଅମୃତସରରେ ଥିବା ସମ୍ପତ୍ତିକୁ ଏନଆଇଏ ଜବତ କରିଥିବା ଜଣାପଡିଛି।

ଏହା ବି ପଢନ୍ତୁ...Canada-India Row: ଟ୍ରୁଡୋ କହିଲେ କାନାଡା ଆଇନର ଶାସନ ଉପରେ ଆଧାରିତ, ଭାରତ ସରକାର ଆମକୁ ସହଯୋଗ କରନ୍ତୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.