ETV Bharat / bharat

ଆଗାମୀ ପ୍ରଜାତି ହୋଇପାରେ ଅଧିକ ବିପଦପୂର୍ଣ୍ଣ, ସତର୍କ କରାଇଲା WHO - କୋଭିଡ ନୂଆ ଭ୍ୟାରିଏଣ୍ଟ

କୋଭିଡ ଭୂତାଣୁର ଆଗାମୀ ପ୍ରଜାତି ଅଧିକ ବିପଦପୂର୍ଣ୍ଣ ହେବା ନେଇ ଚେତାଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କୋଭିଡ ପ୍ରୋଟୋକଲ ଓ ଟିକାକରଣ ଡ୍ରାଇଭ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଲା ହୁ। ଅଧିକ ପଢନ୍ତୁ

ଆଗାମି ପ୍ରଜାତି ଅଧିକ ବିପଦପୂର୍ଣ୍ଣ, ସତର୍କ କରାଇଲା WHO

author img

By

Published : Feb 9, 2022, 9:28 PM IST

ନୂଆଦିଲ୍ଲୀ: କୋଭିଡ ଭୂତାଣୁ ନେଇ ପୁଣି ଏକ ଉଦବେଗଜନକ ତଥ୍ୟ ଆଣିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ବର୍ତ୍ତମାନ ସାରା ବିଶ୍ବରେ କୋଭିଡର ସଦ୍ୟତମ ପ୍ରଜାତି ‘ଓମିକ୍ରନ’ ଚିନ୍ତା ବଢାଇଥିବାବେଳେ ଏହା କୋଭିଡ ଭ୍ୟାରିଏଣ୍ଟର ଶେଷତମ ପ୍ରଜାତି ନୁହେଁ । ଏହାର ପରବର୍ତ୍ତୀ ପ୍ରଜାତି ମଧ୍ୟ ସୃଷ୍ଟି ହେବାର ଆଶଙ୍କା ଯଥେଷ୍ଟ । ତେବେ ଚିନ୍ତାଜନକ ବିଷୟ ଏହା ଯେ, ପରବର୍ତ୍ତୀ ପ୍ରଜାତିର ଭୂତାଣୁ ବର୍ତ୍ତମାନ ତୁଳନାରେ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ ହୋଇପାରେ ବୋଲି ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

WHOର କୋଭିଡ ବୈଷୟିକ ମୁଖ୍ୟ ମାରିଆ ୱାନ୍ କେର୍ଖୋଭ କହିଛନ୍ତି, ନୂତନ ଭ୍ୟାରିଏଣ୍ଟରେ ରହିଥିବା ପ୍ରଭାବ ବର୍ତ୍ତମାନର କୋଭିଡ ଟିକା ଦ୍ବାରା ପ୍ରତିହତ ହେବାରେ ବିଫଳ ହୋଇପାରେ । ବର୍ତ୍ତମାନର ଟିକା ଆଗାମୀ କୋଭିଡ ପ୍ରଜାତି ଅନୁସାରେ ମଧ୍ୟ କ୍ରମ ବିକଶିତ ହେବାର ଆବଶ୍ୟକତା ଯଥେଷ୍ଟ ମାତ୍ରାରେ ରହିଛି । କୋଭି଼ଡ ଟିକା ଭ୍ୟାରିଏଣ୍ଟ ବିରୋଧରେ ସଂକ୍ରମଣ ହାର ସମ୍ପୂର୍ଣ୍ଣ ହ୍ରାସ ନକରି ପାରିଲେ ମଧ୍ୟ ମୃତ୍ୟୁ ହାର କମ କରିବାରେ ବେସ ସହାୟକ ହୋଇପାରେ । ତେଣୁ ଟିକାକରଣ କୋଭିଡ ଲଢେଇର ଏକ ପ୍ରମୁଖ ଉପାଦାନ ।

ତେଣୁ ବର୍ତ୍ତମାନ ବିଶ୍ବର ପ୍ରମୁଖ ଦେଶମାନେ କୋଭିଡ ଟିକାକରଣର ପରବର୍ତ୍ତୀ ଗବେଷଣା ଓ ବିକାଶ ଜାରି ରଖିବା ସହ ଟିକାକରଣ ଡ୍ରାଇଭ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ଡା.ମାରିଆ ୱାନ୍ କେର୍ଖୋଭ ଆହୁରି ମଧ୍ୟ କହିଛନ୍ତି, ସଠିକ କୋଭିଡ ପ୍ରୋଟୋକଲର ଅନୁପାଳନ କରିବା ଫଳରେ ଆମେ ଆଗାମୀ ଦିନରେ କୋଭିଡର ବ୍ଯାପକତା ଓ ଭୟାବହତାକୁ ହ୍ରାସ କରି ପାରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.