ETV Bharat / bharat

News Click row: ୫ ଦିନ ବଢିଲା ସମ୍ପାଦକ ପୁରାକାୟାସ୍ଥା, ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତ

ମାଲାୟାଲାମ ନ୍ୟୁଜ ପୋର୍ଟାଲ 'News Click' ବିରୋଧରେ ଦେଶଦ୍ରୋହ ମାମଲା । ୫ ଦିନ ବଢିଲା ସମ୍ପାଦକ ପୁରାକାୟାସ୍ଥା, ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 20, 2023, 10:27 PM IST

Etv Bharat
Etv Bharat

ନୂଆଦିଲ୍ଲୀ: ମାଲାୟାଲାମ ନ୍ୟୁଜ ପୋର୍ଟାଲ 'News Click' ର ସମ୍ପାଦକ ତଥା ପ୍ରତିଷ୍ଠାତା ପ୍ରବୀର ପୁରାକାୟାସ୍ଥା ଓ ସଂସ୍ଥାର ମାନବ ସମ୍ବଳର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତକୁ ଆଉ ୫ ଦିନ ବୃଦ୍ଧି କରିଛନ୍ତି ଦିଲ୍ଲୀ କୋର୍ଟ । ପ୍ରବୀର ଓ ଅମତିଙ୍କ ବିରୋଧରେ ଦେଶଦ୍ରୋହ ତଥା ଜାତୀୟ ବିରୋଧୀ ଖବର ପ୍ରସାରଣ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି । ଏହାସହିତ ଚୀନ ସମର୍ଥକ କାର୍ଯ୍ୟକଳାପ ଲାଗି ଚୀନଠାରୁ ପାଣ୍ଠି ସଂଗ୍ରହ କରୁଥିବା ଭଳି ଅଭିଯୋଗ ରହିଛି ।

ଆଜି ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ସେମାନଙ୍କୁ କୋର୍ଟରେ ହାଜର କରି ନ୍ୟାୟିକ ହେପାଜତକୁ ବୃଦ୍ଧି କରିବା ଲାଗି ଦାବି କରିଥିଲା । ଏହାର ଶୁଣାଣି କରି ଆଡିସିନାଲ ସେସନ କୋର୍ଟର ବିଚାରପତି ହରଦ୍ବୀପ କୌର ଆଉ ୫ ଦିନ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ଉଭୟଙ୍କୁ ଗିରଫ କରିଥିଲା । ଏଫଆଇଆର ଅନୁସାରେ ଏହି ନ୍ୟୁଜ ପୋର୍ଟାଲ ଚୀନ ସମର୍ଥିତ କାର୍ଯ୍ୟକଳାପ ଲାଗି ଚୀନଠାରୁ ବିପୁଳ ମାତ୍ରାରେ ପାଣ୍ଠି ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ- ଚୀନଠୁ ପାଣ୍ଠି ସଂଗ୍ରହ ମାମଲା; ୭ ଦିନିଆ ପୋଲିସ ହେପାଜତକୁ ଗଲେ ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତା

ଆହୁରି ଅଭିଯୋଗ ହୋଇଥିଲା ଯେ ସଂସ୍ଥାର ପ୍ରତିଷ୍ଠାତା ତଥା ସମ୍ପାଦକ ପୁରାକାୟାସ୍ଥା ପିପୁଲ୍ସ ଆଲିଆନ୍ସ ଫର ଡେମୋକ୍ରାସି ଆଣ୍ଡ ସିକ୍ୟୁଲାରିଜମ (PADS) ସହିତ ଏକ ଷଡ଼ଯନ୍ତ୍ରରେ ମିଶି ୨୦୧୯ ଲୋକସଭା ନିର୍ବାଚନରେ ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିଥିଲେ । ଏଫଆଇଆର ଅନୁସାରେ ଅକ୍ଟୋବର ୩ ତାରିଖ ଦିନ ଦିଲ୍ଲୀର ୮୮ଟି ସ୍ଥାନ ଓ ଅନ୍ୟ ରାଜ୍ୟର ୭ଟି ସ୍ଥାନରେ ରେଡ ହୋଇଥିଲା । ନ୍ୟୁଜକ୍ଲିକ ସଂସ୍ଥାର ଅଫିସରୁ ପ୍ରାୟ ୩୦୦ରୁ ଅଧିକ ବୈଦ୍ୟୁତିକ ଉପକରଣକୁ ଜବତ କରାଯାଇଥିଲା । ଏହାସହିତ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଘରେ ରେଡ ହୋଇଥିଲା । ଏହି ରେଡ ସମୟରେ ୪୬ ଜଣ ବ୍ୟକ୍ତିବିଶେଷ ଓ ୯ ଜଣ ସାମ୍ବାଦିକାଙ୍କୁ ପଚରାଉଚରା କରାଯାଇଥିଲା ।

ଏହା ବି ପଢନ୍ତୁ-Journalism: ଜନ କଲ୍ୟାଣର ମୂଳଦୁଆ 'ମୁକ୍ତ ସାମ୍ବାଦିକତା'

'ନ୍ୟୁଜ୍ କ୍ଲିକ୍' ବିରୋଧରେ ଏବେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ, ପୂର୍ବରୁ ମଧ୍ୟ ଅଫିସ ଉପରେ ରେଡ ହୋଇଛି । ଦୁଇ ବର୍ଷ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ ଏବଂ ଦିଲ୍ଲୀ ପୋଲିସର ଆର୍ଥିକ ଅଫେନ୍ସ ୱିଙ୍ଗ ଅର୍ଥ ହେରଫେର ସନ୍ଦେହରେ 'ନ୍ୟୁଜ୍ କ୍ଲିକ୍' କର୍ମଚାରୀଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ରେଡ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.