ETV Bharat / bharat

ପଶ୍ଚିମବଙ୍ଗରେ ଶହୀଦ ଯାତ୍ରା କରିବେ ୪ କେନ୍ଦ୍ରମନ୍ତ୍ରୀ

author img

By

Published : Aug 14, 2021, 9:36 PM IST

ପଶ୍ଚିମବଙ୍ଗରେ ଶହୀଦ ଯାତ୍ରା କରିବେ ୪ ନୂଆ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ ରାଜନୈତିକ ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ପରିବାରକୁ ଭେଟିବେ । ଅଧିକ ପଢନ୍ତୁ...

newly appointed four Union ministers from West Bengal will take out Shahid Yatra
ପଶ୍ଚିମବଙ୍ଗରେ ଶହୀଦ ଯାତ୍ରା କରିବେ ୪ କେନ୍ଦ୍ରମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗର ଶହୀଦ ଯାତ୍ରା କରିବେ ୪ କେନ୍ଦ୍ରମନ୍ତ୍ରୀ । ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ । ପଶ୍ଚିମବଙ୍ଗରେ ନିର୍ବାଚନର ପରବର୍ତ୍ତୀ ହିଂସାର ଶିକାର ହୋଇ ବିଜେପିର ପ୍ରାୟ ୫୦ରୁ ଅଧିକ କର୍ମୀ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ବିଜେପି ସେମାନଙ୍କ ପାଖକୁ ଯାଇ ସମବେଦନା ଜଣାଇବ।

ପିଏମ ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ ପରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଏହି କ୍ୟାବିନେଟ ବିସ୍ତାରରେ ପଶ୍ଚିମବଙ୍ଗରୁ ୪ ଜଣ ସାମିଲ ହୋଇଛନ୍ତି । କୁଚବିହାର ସାଂସଦ ନିଶିଥ ପ୍ରମାଣିକ, ଆଳିପୁରଦୁଆରସାଂସଦ ଜନ ବାର୍ଲା ଓ ସାଂସଦ ଶାନ୍ତନୁ ଠାକୁର ଏଭଂ ଡ. ଶୁଭାଷ ସରକାର ମୋଦି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି । ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପରେ ପ୍ରଥମ ଥର ପାଇଁ ନିଜ ରାଜ୍ୟକୁ ଯିବେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଶହୀଦ ଯାତ୍ରାରେ ଯାଇ ବିଜେପି କର୍ମକର୍ତ୍ତାଙ୍କ ଘରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ । ଏହା ସହ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କୁ ପାଖକୁ ଯାଇ ସମବେଦନା ଜଣାଇବେ କେନ୍ଦ୍ରମନ୍ତ୍ରୀ ।

ସୂଚନାଥାଉକି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ଜୋରଦାର ଲଢେଇ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଜି ମାରିନେଇଛନ୍ତି । ନିର୍ବାଚନ ପରବର୍ତ୍ତୀ ସମୟରେ ରାଜ୍ୟରେ ବ୍ୟାପକ ରାଜନୈତିକ ହିଂସା ହୋଇଛି । ବିଜେପିର ପାଖାପାଖି ୫୫ କର୍ମୀ ହିଂସାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ସବୁବେଳେ କାଠଗଡାର ଛିଡା କରିଛି ଏବଂ ମମତା ବାନାର୍ଜୀ ସରକାରକୁ ଟାର୍ଗେଟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.