ETV Bharat / bharat

ଲୋକ ଲଜ୍ଜାରୁ ବର୍ତ୍ତିବାକୁ ବିଦ୍ୟାଳୟରେ ନବଜାତକକୁ ଫୋପାଡିଲେ ଯୁବତୀ, ଥାନାରେ ମାମଲା - Trichy government school news

ଅବୈଧ ସମ୍ପର୍କରୁ ଶୁିଶୁ ଜନ୍ମ ଦେବା ପରେ ବିଦ୍ୟାଳୟର ଶୌଚାଳୟରେ ଫୋପାଡି ଦେଲେ ଯୁବତୀ । ମାମଲା ରୁଜୁ କଲା ପୋଲିସ । ଅଧିକ ପଢନ୍ତୁ

ବିଦ୍ୟାଳୟ ଶୌଚାଳୟରୁ ନବଜାତକ ଉଦ୍ଧାର
ବିଦ୍ୟାଳୟ ଶୌଚାଳୟରୁ ନବଜାତକ ଉଦ୍ଧାର
author img

By

Published : Dec 12, 2022, 11:56 AM IST

ଥିରୁଅନନ୍ତପୁରମ: ସରକାରୀ ବିଦ୍ୟାଳୟର ଶୌଚାଳୟରୁ ନବଜାତ ଶିଶୁ ଉଦ୍ଧାର । ମୃତ ଶିଶୁକୁ ଜନ୍ମ ଦେଇଥିବା ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ଏଭଳି ଘଟଣା ଘଟିଛି କେରଳ ଥ୍ରଚି ଥିରୁପାରାଥୁରାଇରେ । ପଡୋଶୀଙ୍କ ସହ ଅବୈଧ ସମ୍ପର୍କ ରଖିବା ପରେ ଶିଶୁଟିକୁ ଜନ୍ମ ଦେଇଥିଲେ ଯୁବତୀ । ଏହାପରେ ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ଶିଶୁଟିକୁ ବିଦ୍ୟାଳୟର ଶୌଚାଳୟରେ ଯୁବତୀ ଜଣଙ୍କ ଫୋପାଡି ଦେଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

ଗତ ମଙ୍ଗଳବାର କାଟୁର ସ୍ଥିତ ଏକ ସରକାରୀ ଆଦି ଦ୍ରାବିଡ଼ର ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୌଚାଳୟ ଭିତରୁ ଏକ ନବଜାତ ଶିଶୁର ମୃତଦେହ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତଦନ୍ତରୁ ଜଣାପଡିଥିଲା ଯେ ଶ୍ରୀରଙ୍ଗମ ନିବାସୀ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେବା ପରେ ସ୍କୁଲର ଶୌଚାଳୟରେ ଫୋପାଡି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-Delhi liquor scam case: କବିତାଙ୍କୁ ସାଢେ ୭ ଘଣ୍ଟା ଘାଣ୍ଟିଲା CBI

ପଡୋଶୀଙ୍କ ସହ ମହିଳା ଜଣଙ୍କ ଅବୈଧ ସମ୍ପର୍କ ରଖିଥିଲେ । ଗର୍ଭବତୀ ହେବାରୁ ଶିଶୁକୁ ଏକ ଘରେ ଜନ୍ମ ଦେଇଥିଲେ । ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ସେ ଶିଶୁଟିକୁ ବିଦ୍ୟାଳୟର ଶୌଚାଳୟରେ ଫୋପାଡି ଦେଇ ପୋଲିସ ଠାରୁ ବର୍ତ୍ତିବା ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତିଯାଇଥିବା ପୋଲିସ ସମ୍ମୁଖରେ କହିଛନ୍ତି ମହିଳା ଜଣଙ୍କ । ବିଦ୍ୟାଳୟର ଶୌଚାଳୟରୁ ନବଜାତ ଶିଶୁକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଶିଶୁଟିର ଅବସ୍ଥା ଭଲ ଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.