ETV Bharat / bharat

ତିହାର ଜେଲରେ ନୂଆ ବ୍ୟବସ୍ଥା, ଲାଗିବ HCBC ସିଷ୍ଟମ - ନୂଆ ଟେକ୍ନିକାଲ ସିଷ୍ଟମ

ତିହାର ଜେଲରେ ବ୍ୟବହାର ହେବ ନୂଆ ଟେକ୍ନିକାଲ ସିଷ୍ଟମର (new technical safety systems) । ଯାହାକି କଏଦୀମାନଙ୍କ ଉପରେ ତୀକ୍ଷ୍ନ ନଜର ରଖିବ । ଅଧିକ ପଢନ୍ତୁ

ତିହାର ଜେଲ
ତିହାର ଜେଲ
author img

By

Published : Dec 21, 2022, 5:41 PM IST

ନୂଆଦିଲ୍ଲୀ: ତିହାର ଜେଲରେ କଏଦୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ଜେଲ୍‌ କର୍ତ୍ତୃପକ୍ଷ । ଜେଲ୍‌ରେ କଏଦୀଙ୍କ ମୋବାଇଲ ବ୍ୟବହାର ଉପରେ ନଜର ରଖିବା ପାଇଁ ସୁରକ୍ଷାକୁ ଆହୁରି ଜୋରଦାର କରାଯାଉଛି । ଏଥିପାଇଁ ନୂଆ ଟେକ୍ନିକାଲ ସିଷ୍ଟମର (new technical safety systems) ବ୍ୟବହାର କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ତିହାର ଜେଲର AIG HPS ସରନ ।

ସରନଙ୍କ କହିବାନୁଯାୟୀ, "ମାଣ୍ଡୋଲି ଜେଲ୍‌ରେ ଏକ ଜାମର ଲଗାଯାଇଛି । ବିଶେଷ କରି ଏହା ଜେଲ୍‌ ନମ୍ବର 13, 14 ଏବଂ 15 ପାଇଁ ଅଟେ । ଏହା ସହିତ ମୋବାଇଲ ବ୍ୟବହାର ବନ୍ଦ କରିବା ପାଇଁ ତିହାର ଜେଲ୍‌ରେ 3ଟି ଜାମର ଲଗାଯାଇଛି । ଏହି ନୂଆ ସିଷ୍ଟମ ହେଲା ହରମୋନିୟସ୍ କଲ୍ ବ୍ଲକିଂ ସିଷ୍ଟମ୍(Harmonious Call Blocking System) । ଏହି ଜାମ୍‌ରେ ଲାଗିଥିବା ଆଣ୍ଟିନା ଏତେ ଶକ୍ତ ଯେ, ଯଦି କେହି କୌଣସି ସ୍ଥାନକୁ କଲ୍‌ କରିବା ପାଇଁ ଚେଷ୍ଟା କରେ ତାହେଲେ ଫୋନ ଲାଗିବ ନାହିଁ ।"

ସୂଚନାଅନୁସାରେ, ବର୍ତ୍ତମାନର 4G ଏବଂ 5G ସେବା ଯୋଗୁଁ ବ୍ୟବହୃତ ହେଉଥିବା ପୁରୁଣା ଟେକ୍ନୋଲୋଜି ଜେଲ୍‌ରେ ଫୋନ କଲ୍‌ ରୋକିବାକୁ ସମ୍ଭବ ହୋଇପାରୁନାହିଁ । ତେବେ ଏହାକୁ ରୋକିବା ପାଇଁ ତିହାର ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଉଦ୍ୟମ କରୁଥିବା କଥା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାହୁଲଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିଠି: କୋଭିଡ ନିୟମ ମାନନ୍ତୁ, ନଚେତ୍‌ ଭାରତ ଯୋଡ ଯାତ୍ରା ବନ୍ଦ କରନ୍ତୁ

ତିହାର ଜେଲ କର୍ତ୍ତୃପକ୍ଷ କହିଛନ୍ତି," ନୂତନ ଟେକ୍ନୋଲୋଜିର ତ୍ରୁଟିଗୁଡିକ ମଧ୍ୟ ନିରନ୍ତର ସମୀକ୍ଷା କରାଯାଉଛି । କିପରି କଏଦୀ ଜେଲରେ ଫୋନ ବ୍ୟବହାର କରିପାରିବେ ନାହିଁ ତା ଉପରେ ନଜର ରଖାଯାଇଛି । ଏହା ବ୍ୟତୀତ ଗତ କିଛି ସପ୍ତାହ ଧରି କ୍ରମାଗତ ଭାବରେ ଡୋମିନାଣ୍ଟ ଟାୱାର କାର୍ଯ୍ୟ କରୁଥିବା ସ୍ଥାନକୁ ଅନୁସନ୍ଧାନ କରାଯାଉଛି । "

ତିହାର ଜେଲର AIG HPS ସରନ ଆହୁରି ମଧ୍ୟ କହିଛନ୍ତି ଯେ, "ଜେଲ୍‌ରେ ଜିପିଏସ୍ ସହିତ ଏକ ଘଣ୍ଟା ଆସିବ । ଏହା ଜେଲ କର୍ମଚାରୀଙ୍କଙ୍କ ଉପରେ ନଜର ରଖାଯିବା ସହ କଏଦୀମାନଙ୍କ ଉପରେ ନଜର ରଖିବ । କଏଦୀମାନଙ୍କୁ କେହି ଦେଖା କରିବାକୁ ଆସୁଥିଲେ ମଧ୍ୟ ସେ ବିଷୟରେ ଏହା ସୂଚିତ କରିବ । ଆଗାମୀ ଦିନରେ ତିହାର ସହିତ ମାଣ୍ଡୋଲି ଏବଂ ରୋହିଣୀ ଜେଲରେ ପାନିକ୍ ବଟନ୍ ବ୍ୟବସ୍ଥା ମଧ୍ୟ କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.