ନୂଆଦିଲ୍ଲୀ: ଏଣିକି ସିଗାରେଟ ଓ ତମ୍ବାଖୁ ଉପରେ ଲାଗିବ ନୂଆ ସ୍ବାସ୍ଥ୍ୟ ସତର୍କତା । ଶୁକ୍ରବାର କେନ୍ଦ୍ର ସରକାର ସିଗାରେଟ ଓ ତମ୍ବାଖୁ ପ୍ୟାକେଟ ନିୟମରେ କିଛିଟା ସଂଶୋଧନ କରିଛନ୍ତି । ଡିସେମ୍ବର ୧ ତାରିଖରୁ ସଂଶୋଧିତ ନିୟମ ଲାଗୁ ହେବ । ଏହାକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
-
New specified health warning on tobacco product packs. The shown image to be valid for a period of twelve months following its commencement from 1st December 2022
— ANI (@ANI) July 29, 2022 " class="align-text-top noRightClick twitterSection" data="
(Pics: PIB) pic.twitter.com/ERfdmC4aqv
">New specified health warning on tobacco product packs. The shown image to be valid for a period of twelve months following its commencement from 1st December 2022
— ANI (@ANI) July 29, 2022
(Pics: PIB) pic.twitter.com/ERfdmC4aqvNew specified health warning on tobacco product packs. The shown image to be valid for a period of twelve months following its commencement from 1st December 2022
— ANI (@ANI) July 29, 2022
(Pics: PIB) pic.twitter.com/ERfdmC4aqv
ଏହାପୁର୍ବରୁ ସିଗାରେଟ ଓ ତମ୍ବାଖୁର ପ୍ୟାକେଟ ଓ ଲେବେଲ୍ ନିୟମ ୨୦୦୮ ମୁତାବକ ସମସ୍ତ ଏଭଳି ସାମଗ୍ରୀର ପ୍ୟାକେଜିଂ ହେଉଥିଲା । ଏଥିରେ ସାମାନ୍ୟ ସଂଶୋଧନ ଆଣିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ସଂଶୋଧିତ ନିୟମ ମୁତାବକ ପ୍ରତ୍ୟେକ ତମ୍ବାଖୁ ବା ସିଗାରେଟ ପ୍ୟାକେଟ୍ରେ କୌଣସି ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟ ସତର୍କତା ଚିତ୍ର ରହିବ ନାହିଁ । ପ୍ରତ୍ୟେକ ସତର୍କତା ଚିତ୍ରର ଅବଧି ଗୋଟିଏ ବର୍ଷ ରହିବ । ଏହାପରେ ଏହି ଚିତ୍ର ପରିବର୍ତ୍ତନ କରାଯିବ ।
ସେହିଭଳି ସ୍ବାସ୍ଥ୍ୟ ସଚେତନ ବାର୍ତ୍ତା ମଧ୍ୟ ପ୍ରତି ବର୍ଷ ପରିବର୍ତ୍ତନ କରାଯିବ । ଡିସେମ୍ବର ୧, ୨୦୨୨ରୁ କେଉଁ ଚିତ୍ର ସିଗାରେଟ ଓ ତମ୍ବାଖୁ ପ୍ୟାକେଟ ଉପରେ ଲାଗିବା ତାହା ନିର୍ଦ୍ଧାରିତ ହୋଇ ସାରିଛି । ସେହିଭଳି ଡିସେମ୍ବର ୧, ୨୦୨୩ରୁ କେଉଁ ଚିତ୍ର ଓ ସଚେତନତା ବାର୍ତ୍ତା ଲାଗିବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇଛି । ଡିସେମ୍ବର ମାସରୁ "Tobacco Causes Painful Death" ବା "Tobacco Users Die younger" ସଚେତନ ବାର୍ତ୍ତା ସିଗାରେଟ ବା ତମ୍ବାଖୁ ଖୋଳ ଉପରେ ଦେଖିବାକୁ ମିଳିବ ।