ETV Bharat / bharat

29 ପ୍ରତିଶତ ବଢିଲା ନୂଆ ସଂସଦ ଗୃହ ନିର୍ମାଣ ଖର୍ଚ୍ଚ

author img

By

Published : Jan 21, 2022, 1:56 PM IST

ବଢିଲା ନୂଆ ସଂସଦ ଗୃହ ନିର୍ମାଣ ଖର୍ଚ୍ଚ । କେନ୍ଦ୍ରୀୟ ଭିସ୍ତା ପ୍ରୋଜେକ୍ଟ ଅଧୀନରେ (Central Vista Redevelopment Project) ନିର୍ମାଣ ହେଉଥିବା ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଖର୍ଚ୍ଚ ପାଖାପାଖି ୨୦୦ କୋଟି ଯାଏଁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

29 ପ୍ରତିଶତ ବଢିଲା ନୂଆ ପାର୍ଲାମେଣ୍ଟ ନିର୍ମାଣ ଖର୍ଚ୍ଚ

ନୂଆଦିଲ୍ଲୀ: ବଢିଲା ନୂଆ ସଂସଦ ଗୃହ ନିର୍ମାଣ ଖର୍ଚ୍ଚ । କେନ୍ଦ୍ରୀୟ ଭିସ୍ତା ପ୍ରୋଜେକ୍ଟ ଅଧୀନରେ (Central Vista Redevelopment Project) ନିର୍ମାଣ ହେଉଥିବା ନୂଆ ପାର୍ଲାମେଣ୍ଟ ବିଲ୍ଡିଂର ଖର୍ଚ୍ଚ ପାଖାପାଖି ୨୦୦ କୋଟି ଯାଏଁ ବୃଦ୍ଧି ହୋଇଛି । ସୁପ୍ରିମକୋର୍ଟର ନିର୍ଦ୍ଦେଶର ଅନୁପାଳନ କରିବା ସହ ଷ୍ଟିଲ, ଇଲେକଟ୍ରୋନିକ୍ସ ଉପକରଣର ଦରଦାମ ବୃଦ୍ଧି ସହ ଅନ୍ୟାନ କାର୍ଯ୍ୟ ପାଇଁ ଖର୍ଚ୍ଚରେ ବୃଦ୍ଧି ହୋଇଛି ।

ପାଖାପାଖି ୯୭୧ କୋଟିରୁ ୧୨୦୦ କୋଟି ଯାଏଁ ଖର୍ଚ୍ଚ ହେବା ନେଇ ଅନୁମାନ କରାଯାଉଛି । ଏହା ସହିତ ନିର୍ମାଣ ବଜେଟରେ ୨୯ ପ୍ରତିଶତ ବୃ୍ଦ୍ଧି ହୋଇଛି । କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ(CPWD) ଲୋକସଭା ସଚିବାଳୟଙ୍କୁ ଖର୍ଚ୍ଚର ଅନୁମୋଦନ ପାଇବ ବୋଲି ଆଶା କରାଯାଉଛି । ୨୦୨୦ ଡିସେମ୍ବରେ ଟାଟା ପ୍ରୋଜେକ୍ଟ ଏହି ନୂଆ ପାର୍ଲାମେଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ବର୍ଷେ ଭିତରେ ଏହାର ୪୦ ପ୍ରତିଶତ କାମ ଶେଷ ହୋଇଛି । ୪ ମହଲା ବିଶିଷ୍ଟ ଏହି ବିଲ୍ଡିଂ ୬୪, ୫୦୦ ଏକର ଜମିରେ ନିର୍ମାଣ ହୋଇଛି ।

ପାର୍ଲାମେଣ୍ଟକୁ ଯିବାକୁ ୬ଟି ରାସ୍ତା ନିର୍ମାଣ ହୋଇଛି । ଗୋଟିଏ ପିଏମ ଓ ରାଷ୍ଟ୍ରପତିଙ୍କ ପାଇଁ ଗୋଟିଏ ଲୋକସଭା ବାଚସ୍ପତିଙ୍କ ପାଇଁ ଗୋଟିଏ ରାଜ୍ୟସଭା ବାଚସ୍ପତି, ଗୋଟିଏ ସାଂସଦଙ୍କ ପାଇଁ ଦୁଇଟି ପବ୍ଲିକ ଏଣ୍ଟ୍ରି ପାଇଁ ବ୍ୟବସ୍ଥା ରହିଛି । ନୂଆ ବିଲ୍ଡିଂରେ ୧୨୦ କାର୍ଯ୍ୟାଳୟ ରହିବ । ଏହି ପ୍ରକଳ୍ପରେ ଲଗାତାର କମ୍ପାନୀ କାର୍ଯ୍ୟ କରୁଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ସୁପ୍ରିମକୋର୍ଟ ଏହାର ନିର୍ମାଣରେ କିଛି ପରିବର୍ତ୍ତନ ଆଣିଛନ୍ତି ।

3015 ବର୍ଗ ମିଟର ପରିସରରେ ଲୋକସଭା ଗୃହ ନିର୍ମାଣ ହେବ । 543 ଟି ସିଟ୍ ବଦଳରେ 888 ଟି ସିଟ୍ ରହିବ । ରାଜ୍ୟସଭା 3220 ବର୍ଗ ମିଟର ପରିସରରେ ହେବ ଯେଉଁଥିରେ 245 ପରିବର୍ତ୍ତେ 384 ସାଂସଦ ବସିପାରିବେ । ନୂତନ ବିଲ୍ଡିଂରେ ଏକ ବୃହତ ସମ୍ବିଧାନ ହଲ୍ ରହିବ ଯେଉଁଥିରେ ଭାରତର ଗଣତାନ୍ତ୍ରିକ ଐତିହ୍ୟର ଝଲକ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.