ETV Bharat / bharat

Omicron Scare: ମହାରାଷ୍ଟରେ ୮ ନୂଆ ସଂକ୍ରମିତ, ଦେଶରେ ୫୭କୁ ବଢିଲା ମୋଟ ମାମଲା - ମହାରାଷ୍ଟ୍ରରେ ୮ ନୂଆ ଓମିକ୍ରନ ମାମଲା ଚିହ୍ନଟ

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୮ ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଦେଶରେ ୫୭କୁ ବୃଦ୍ଧି ପାଇଲା ମୋଟ ମାମଲା । ଅଧିକ ପଢନ୍ତୁ

Omicron scare: ମହାରାଷ୍ଟରେ ୮ ନୂଆ ସଂକ୍ରମିତ, ଦେଶରେ ୫୭କୁ ବଢିଲା ମୋଟ ମାମଲା

author img

By

Published : Dec 15, 2021, 6:49 AM IST

ମୁମ୍ବାଇ: ମହାରାଷ୍ଟ୍ରରେ କାୟା ମେଲାଉଛି ଓମିକ୍ରନ । ମଙ୍ଗଳବାର ଗୋଟିଏ ଦିନରେ ରାଜ୍ୟରୁ ୮ଟି ନୂଆ ମାମଲା ଚିହ୍ନଟ ହୋଇଛି । ଚିନ୍ତାର ବିଷୟ ହେଉଛି କି, ଅଧିକାଂଶ ଓମିକ୍ରନ ସଂକ୍ରମିତ ମୁମ୍ବାଇରୁ ଠାବ ହୋଇଛନ୍ତି । ୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ମାୟାନଗରୀର ଅଟନ୍ତି । ପୁଣି ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

କୋରୋନାର ଏହି ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ବିମାନବନ୍ଦରରେ ନିୟମକୁ କଡାକଡି କରିଛନ୍ତି । ଅଧିକ ଆଶଙ୍କା ସମ୍ପନ୍ନ ରାଷ୍ଟ୍ର(high risk countries)ରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ ରହିବା ଲାଗି ପରାମର୍ଶ ଦିଆଯାଇଛି । ସେପଟେ ଦିନକୁ ଦିନ ମହାରାଷ୍ଟ୍ରର ସ୍ଥିତି ବିଗୁଡୁଥିବାର ଦେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁମ୍ବାଇରେ କରିବାକୁ ଥିବା କଂଗ୍ରେସ ରାଲି ରଦ୍ଦ କରିଛନ୍ତି ।

ବର୍ତ୍ତମାନ ମହାରାଷ୍ଟ୍ର ସମେତ ଗୁଜୁରାଟ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଦିଲ୍ଲୀ ଭଳି ଦେଶର ପ୍ରମୁଖ ରାଜ୍ୟରେ ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୮ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ରାଜସ୍ଥାନ, ଦିଲ୍ଲୀରେ ୪ଟି ଲେଖାଏଁ ଓ ଗୁଜୁରାଟରେ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି ।

ଏଯାବତ୍ ମହାରାଷ୍ଟ୍ରରୁ ୨୮, ରାଜସ୍ଥାନରୁ ୧୩, କର୍ଣ୍ଣାଟକରୁ ୩, ଗୁଜୁରାଟରୁ ୪, କେରଳରୁ ୧, ଆନ୍ଧ୍ରପ୍ରଦେଶରେ ୧, ଦିଲ୍ଲୀରେ ୬ ଏବଂ ଚଣ୍ଡିଗଡରେ ଗୋଟିଏ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ପ୍ରଥମେ କର୍ଣ୍ଣାଟକରେ ହିଁ ଦେଶର ପ୍ରଥମ ଓମିକ୍ରନ ମାମଲା ଠାବ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.