ETV Bharat / bharat

ଭୟଙ୍କର ସ୍ଥିତିରେ ଦେଶ, ଦିନକରେ 3 ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ - ଭାରତରେ କୋରୋନା ଅପଡେଟ

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3 ଲକ୍ଷ ଟପିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଭୟଙ୍କର ସ୍ଥିତିରେ ଦେଶ, 3 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Apr 22, 2021, 10:10 AM IST

ନୂଆଦିଲ୍ଲୀ: ଦେଶରେ ଭୟଙ୍କରରୁ ଅତି ଭୟଙ୍କର ହେବାରେ ଲାଗିଛି କୋରୋନା ମହାମାରୀ । ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ମହାମାରୀର ଦ୍ବିତୀୟ ଲହରୀ । ଗତ 24 ଘଣ୍ଟାରେ ଦେଶରେ 3 ଲକ୍ଷ ଟପିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହିତ 2104ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ନୂଆ 3 ଲକ୍ଷ 14 ହଜାର 835 ଜଣ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 59 ଲକ୍ଷ 30 ହଜାର 965ରେ ପହଞ୍ଚିଛି । 1 ଲକ୍ଷ 78 ହଜାର 841 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 1 କୋଟି 34 ଲକ୍ଷ 54 ହଜାର 880ରେ ପହଞ୍ଚିଛି । ଗତ 24 ଘଣ୍ଟାରେ ମୃତ୍ୟୁ ହୋଇଥିବା 2104ଜଣଙ୍କୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା 1 ଲକ୍ଷ 84 ହଜାର 657ରେ ପହଞ୍ଚିଥିବା ଜଣାପଡ଼ିଛି । ତେବେ ଏବେ ମଧ୍ୟ 22 ଲକ୍ଷ 91 ହଜାର 428 ଜଣ ସକ୍ରିୟ ମାମଲା ରହିଛି ।

କୋରୋନା ସଂକ୍ରମଣ ବ୍ୟାପି ଚାଲିଥିବା ବେଳେ କେନ୍ଦ୍ର ସରକାର ଟୀକାକରଣ ପ୍ରକ୍ରିୟାକୁ ମଧ୍ୟ ଜାରି ରଖିଛନ୍ତି । ଗତ ବୁଧବାର ସୁଦ୍ଧା ଦେଶରେ ମୋଟ 13 କୋଟି 23 ଲକ୍ଷ 30 ହଜାର 644 ଜଣଙ୍କୁ ଟିକା ଦିଆଯାଇଛି । ଟୀକାକରଣ ପରେ ମଧ୍ୟ ସଂକ୍ରମଣ ହେଉଥିବାରୁ ଦେଶବାସୀଙ୍କୁ କୋଭିଡ ନିୟମ ସଠିକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନୁରୋଧ କରିଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ସାନିଟାଇଜ କଲେ କୋରୋନା ଭାଇରସଠାରୁ ରକ୍ଷା ମିଳିପାରିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.