ETV Bharat / bharat

China-Pakକୁ ଜବାବ ଦେବ ନୂଆ ଓ ଶକ୍ତିଶାଳୀ ଭାରତ: Rajnath Singh

author img

By

Published : Nov 21, 2021, 3:17 PM IST

ଉତ୍ତରାଖଣ୍ଡ ପିଥୋରାଗଡ ଶହୀଦ ସମ୍ମାନ ଯାତ୍ରାରେ ଯୋଗ ଦେଇ ଚୀନ୍ ଓ ପାକିସ୍ତାନକୁ ଚେତାବାନୀ ଦେଲେ ରାଜନାଥ ସିଂହ । କହିଲେ ଦେଶରେ ଶାନ୍ତି ନଷ୍ଟ କରିବାକୁ ଚେଷ୍ଟା କଲେ ମିଳିବ କଡା ଜବାବ । ଅଧିକ ପଢନ୍ତୁ

ଚିନ-ପାକକୁ ଜବାବା ଦେବ  ନୂଆ ଓ ଶକ୍ତିଶାଳୀ ଭାରତ : ରାଜନାଥ ସିଂ

ଡେରାଡୁନ: ନୂଆ ଓ ଶକ୍ତିଶାଳୀ ଭାରତ ଶତ୍ରୁକୁ କଡା ଜବାବ ଦେବ । ଦେଶରେ ଯିଏ ଶାନ୍ତି ନଷ୍ଟ କରିବାକୁ ଚେଷ୍ଟା କରିବ ସେମାନଙ୍କୁ ଭାରତ କଢା ଜବାବ ଦେବ ଏବଂ ଶତ୍ରୁକୁ ଆଦୌ ନିସ୍ତାର ମିଳିବ ନାହିଁ । ଉତ୍ତରାଖଣ୍ଡ ପିଥୋରାଗଡରେ ଏକ ଶହୀଦ ସମ୍ମାନ ଯାତ୍ରାରେ ଯୋଗ ଦେଇ ଚୀନ୍ ଓ ପାକିସ୍ତାନକୁ ଏପରି ଚେତାବାନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ(Rajnath Singh) । ଭାରତରେ ଶାନ୍ତିରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ସବୁ ପ୍ରକାର ଉଦ୍ୟମ କରୁଛି କିନ୍ତୁ ଭାରତ ସେମାନଙ୍କୁ ସ୍ପଷ୍ଟ କରିଦେଉଛି ଯେ ଆମେ ଏହାର କଡା ଜବାବା ଦେବାକୁ କେବେ ବି ପଛାଇବୁନାହିଁ ।

ସେହିପରି ଚୀନର ନାଁ ନନେଇ କହିଥିଲେ, ଆମର ଆଉ ଜଣେ ପଡୋଶୀ ଅଛନ୍ତି ଯିଏ କିଛି ବିଝିପାରୁନଥିବା ମନେ ହେଉଛି । କୁମାୟୁଁ ବାଟାଲିୟନକୁ ପ୍ରଶଂସା କରି ରାଜନାଥ କହିଥିଲେ ଯେ ରେଜାଙ୍ଗଲା ଯୁଦ୍ଧରେ ଏହି ବାଟାଲିୟନର ୧୧୪ ଯବାନ ଶହୀଦ ହେବା ପୂର୍ବରୁ ଚୀନର ୧୨୦୦ ସୈନିକଙ୍କୁ ହତ୍ୟା କରିଥିଲେ । ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କୁମାୟୁଁ ବାଟାଲିୟନର ୧୨୪ଜଣ ଯବାନ ଯେଉଁ ପରାକ୍ରମ ଦେଖାଇଥିଲେ ତାହା କେବେବି ଭୁଲି ହେବନାହିଁ ।

ଜିଲ୍ଲାର ସୀମାରେ ଚୀନ୍ ସହ ଯୁଦ୍ଧ କରି ୨୩୨ ଭାତୀୟ ଯବାନ ଶହୀଦ ହୋଇଥିଲେ । ଯବାନଙ୍କ ସମ୍ମାନ ଅର୍ଥେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ଶହୀଦ ସମ୍ମାନ ଯାତ୍ରାରେ ଯୋଗ ଦେଇ ପାକସ୍ତାନ ଓ ଚିନକୁ ଏପରି ଚେତାବନୀ ଦେଇଥିଲେ । ଏହି ଯାତ୍ରା ପିଥୋରାଗଡରୁ ଦେହରାଡୁନ୍ ଅଭିମୁଖେ ଯିବ ଯେଉଁଠାରୁ ୨୩୨ ସାହସୀ ଯବାନ ସେମାନଙ୍କ ଜୀବନ ଦେଇଥିଲେ ।

ରାଜନାଥ ସିଂ ଆହୁରି ମଧ୍ୟ କହିଥିଲେ ଭାରତ ପଡୋଶୀ ଦେଶ ସହ ଭଲ ସମ୍ପର୍କ ଚାହୁଁଛି ଏବଂ କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ । ଭାରତ କେବେ ବି ବିଦେଶୀ ଅଞ୍ଚଳ ଦଖଲ କରି ନାହିଁ । ପଡୋଶୀ ଦେଶମାନଙ୍କ ସହ ଭଲ ସମ୍ପର୍କ ରହିବା ଭାରତର ସଂସ୍କୃତି କିନ୍ତୁ କିଛି ଲୋକ ଏହାକୁ ବୁଝୁନାହାନ୍ତି । ଯଦି ପାକିସ୍ତାନ ପଶ୍ଚିମ ସିମା ଅତିକ୍ରମ କରେ ତେବେ କେବଳ ଭାରତ ପ୍ରତିଶୋଧ ନେବ ନାହିଁ ବରଂ ଅଞ୍ଚଳ ମଧ୍ୟକୁ ପ୍ରବେଶ କରି ସର୍ଜିକାଲ ଏବଂ ଏୟାର ଷ୍ଟ୍ରାଇକ୍ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.