ETV Bharat / bharat

ଯାଇନି ଓମିକ୍ରନ ଆସିଲାଣି ନୂଆ ଭାରିଏଣ୍ଟ IHU

author img

By

Published : Jan 4, 2022, 3:10 PM IST

ପାଳି କରି ମହାମାରୀ ଲହର ଆତଙ୍କ ଖେଳାଇଛି । କେତେବେଳେ ଡେଲଟା ତ ଆଉ ପୁଣି ଦକ୍ଷିଣ ଆଫ୍ରିକାର ଭାରିଏଣ୍ଟ ଓମିକ୍ରନ ଜାଲରେ ଫସିଛନ୍ତି ଦେଶବାସୀ । ବର୍ତ୍ତମାନ ବିଶ୍ବରେ ଓମିକ୍ରନ ଭାରିଏଣ୍ଟ ଭୟ ନ ଯାଉଣୁ ଆସିଲାଣି ଆଉ ଏକ ଭାରିଏଣ୍ଟ । ଫ୍ରାନ୍ସରୁ ଚିହ୍ନଟ ହୋଇଛି କୋରୋନାର ନୂଆ ମ୍ୟୁଟାଣ୍ଟ IHU (New Covid-19 variant 'IHU')। ଅଧିକ ପଢନ୍ତୁ

ଯାଇନି ଓମିକ୍ରନ ଆସିଲାଣି ନୂଆ ଭାରିଏଣ୍ଟ IHU
ଯାଇନି ଓମିକ୍ରନ ଆସିଲାଣି ନୂଆ ଭାରିଏଣ୍ଟ IHU

ନୂଆଦିଲ୍ଲୀ: ଦୁଇ ବର୍ଷ ହେବ କୋରୋନାରେ କଲବଲ ହେଉଛି ସାରା ବିଶ୍ବ । ପାଳି କରି ମହାମାରୀ ଲହର ଆତଙ୍କ ଖେଳାଇଛି । କେତେବେଳେ ଡେଲଟା ତ ଆଉ ପୁଣି ଦକ୍ଷିଣ ଆଫ୍ରିକାର ଭାରିଏଣ୍ଟ ଓମିକ୍ରନ ଜାଲରେ ଫସିଛନ୍ତି ଦେଶବାସୀ । ବର୍ତ୍ତମାନ ବିଶ୍ବରେ ଓମିକ୍ରନ ଭାରିଏଣ୍ଟ ଭୟ ନ ଯାଉଣୁ ଆସିଲାଣି ଆଉ ଏକ ଭାରିଏଣ୍ଟ (New Covid-19 variant 'IHU')। ଫ୍ରାନ୍ସରୁ ଚିହ୍ନଟ ହୋଇଛି କୋରୋନାର ନୂଆ ମ୍ୟୁଟାଣ୍ଟ IHU । ଏହି ଭାରିଏଣ୍ଟ ଖାଲି ଚିହ୍ନଟ ହୋଇନାହିଁ ଏଥିରେ ୧୨ଜଣ ସଂକ୍ରମିତ ହୋଇଛନ୍ତି ।

ଓମିକ୍ରନ ପରେ ବୈଜ୍ଞାନିକମାନେ ଏହି IHU ଭାରିଏଣ୍ଟ ଠାବ କରିଛନ୍ତି । ବର୍ତ୍ତମାନ ଆଇଏଚୟୁ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢ଼ିଛି। କୋରୋନାର ଏହି ନୂଆ ଭାରିଏଣ୍ଟ ପ୍ରାୟ ୪୬ ଥର ମ୍ୟୁଟେସନ୍‌ ହୋଇପାରେ ବୋଲି ସୂଚନା ମିଳିଛି । କୁହାଯାଉଛି ଯେ, ଏହି ଭାରିଏଣ୍ଟ ଓମିକ୍ରନ୍‌ ଭାଇରସ ଠାରୁ ମଧ୍ୟ ଅଧିକ ସଂକ୍ରାମକ ହୋଇପାରେ । ଟିକାକୁ ମଧ୍ୟ ଚକମା ଦେଇପାରେ ଆଇଏଚୟୁ ।

ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ କୋରୋନାର ଏହି ନୂଆ ଭାରିଏଣ୍ଟ B.1.640.2 ତଥା ‘IHU’ ଚିହ୍ନଟ କରାଯାଇଛି । ଫ୍ରାନ୍ସର ମାରସେଲରେ ଆଇଏଚୟୁ ଭାରିଏଣ୍ଟର ୧୨ଟି ମାମଲା ସାମ୍ନାକୁ ଆସିଛି । ଆଫ୍ରିକାର କ୍ୟାମରୁନରୁ ଫେରିଥିଲେ ଲୋକଙ୍କ ନିକଟରେ ଏହି ଭାରିଏଣ୍ଟ ଦେଖିବାକୁ ମିଳିଛି । ଏହି ଭାରିଏଣ୍ଟ କେତେ ସଂକ୍ରମକ ଓ କେତେ ଘାତକ ତାହା ସ୍ପଷ୍ଟ ହୋଇନାହିଁ ।

ପ୍ରକାଶ ଥାଉ କି, ଗତବର୍ଷ ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକୀୟ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ ହୋଇଥିଲା । ପାଖାପାଖି ୧୦୦ଦେଶକୁ ଏହା ବ୍ୟାପିଲାଣି । ୧୯ ହଜାର ଲୋକ ଏଥିରେ ସଂକ୍ରମିତ ହେଲେଣି । ୨୦୨୨ ସୁଦ୍ଧା କୋରୋନା ମହାମାରୀର ଅନ୍ତ ହେବା ନେଇ କହିଥିଲେ ହୁ ମୁଖ୍ୟ । ଯାହା ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥିଲା । ହେଲେ ଗୋଟିଏ ପରେ ଗୋଟିଏ ଭାରିଏଣ୍ଟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଲାଗିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.