ETV Bharat / bharat

ପଦ ସମ୍ଭାଳିଲେ ନୂଆ CDS ଅନୀଲ ଚୌହାନ, କହିଲେ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବି

author img

By

Published : Sep 30, 2022, 1:58 PM IST

ନୂଆ ସିଡିଏସ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ । ଭାରତର ଦ୍ୱିତୀୟ ସିଡିଏସ୍‌ ଭାବେ ନେଇଛନ୍ତି ଦାୟିତ୍ବ । ଅଧିକ ପଢନ୍ତୁ

CDS General Anil Chauhan took charge today
ପଦ ସମ୍ଭାଳିଲେ ନୂଆ CDS ଅନୀଲ ଚୌହାନ

ନୂଆଦିଲ୍ଲୀ: ଭାରତର ନୂଆ ସିଡିଏସ ଭାବେ ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ଆଜି ଦାୟିତ୍ବ ନେଇଛନ୍ତି । ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଭାର ସମ୍ଭାଳିବେ । ପତ୍ନୀ ଓ ପରିବାର ସହିତ ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ସେନାପତି ଭାର ଗ୍ରହଣ କରିଛନ୍ତି ଅନୀଲ ଚୌହାନ । ଦାୟିତ୍ୱ ନେବା ପରେ ୩ ସେନା ସମସ୍ତ ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବେ ଓ ମିଳିତ ଭାବେ ସବୁ ସମସ୍ୟାର ସାମାଧାନ କରାଯିବ ବୋଲି ଜେନେରାଲ ଚୌହାନ କହିଛନ୍ତି ।

CDS General Anil Chauhan took charge today
CDS ଅନୀଲ ଚୌହାନ

ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ ହେଉଛନ୍ତି ଇଷ୍ଟର୍ଣ୍ଣ ଆର୍ମିର ପୂର୍ବତନ କମାଣ୍ଡର । ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ହେଲିକପ୍ଟର କ୍ରାସରେ ପ୍ରାଣ ହରାଇବାର ପ୍ରାୟ ୯ ମାସ ପରେ ସେ ଏହି ପଦ ପାଇଛନ୍ତି ସେ । ଜେନେରାଲ ଚୌହାନ କହିଛନ୍ତି, ''ମୁଁ ୩ ସେନା ବାହିନୀର ସମସ୍ତ ଆଶାକୁ ପୂରଣ କରିବାକୁ ଚେଷ୍ଟା କରିବି । ଆମେ ସମସ୍ତ ପ୍ରକାରର ଚ୍ୟାଲେଞ୍ଜ ଓ ସମସ୍ୟାକୁ ମିଳିତ ଭାବେ ମୁକାବିଲା କରିବୁ ।'' ଆଗାମୀ ଦିନରେ ଆସିବାକୁ ଥିବା ସମସ୍ତ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ସିଡିଏସଙ୍କ ସ୍ବତନ୍ତ୍ର ଯୋଜନା ଉପରେ ନଜର ରହିବ ।

CDS ଅନୀଲ ଚୌହାନ
CDS ଅନୀଲ ଚୌହାନ

ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ସେନାର ନୂଆ ସେନାପତି ତଥା ଚିଫ ଅଫ ଡିଫେନ୍ସ ଷ୍ଟାଫ ଭାବେ ଦାୟିତ୍ବ ନେଇଛନ୍ତି । ଏହା ଛଡା ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ କାମ କରିବେ । ଭାରତୀୟ ସେନାରେ ଦୀର୍ଘ 40 ବର୍ଷ ସେବା ପ୍ରଦାନ କରିଥିବା ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ଅନେକ କମାଣ୍ଡର ନେତୃତ୍ବ ନେଇଛନ୍ତି ।

ବାପାଙ୍କ ସହ ସିଡିଏସ

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ଆତଙ୍କବାଦୀ ଗତିବିଧୀ ଅପରେସନରେ ଅନେକ ଅଭିଜ୍ଞତା ରହିଛି । 2019 ବାଲାକୋଟ ଏୟାର ଷ୍ଟ୍ରାଇକ ବେଳେ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ସାମରିକ ଅପରେସନ ବିଭାଗ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସିଡିଏ ଗତବର୍ଷ ମେ’ ୩୧ରେ ସେନା ବାହିନୀରୁ ଅବସର ନେଇଥିଲେ ।

ଏହା ବି ପଢନ୍ତୁ...CDS ନିଯୁକ୍ତ ହେଲେ ଅନୀଲ ଚୌହ୍ବାନ, ପୈତୃକ ଗ୍ରାମରେ ଉତ୍ସବର ମାହୋଲ

ସୂଚନାଯୋଗ୍ୟ ଯେ, ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ( CDS General Bipin Rawat) ଙ୍କ ଦୁଃଖଦ ନିଧନ ଗତ ବର୍ଷ ଡିସେମ୍ବର 8 ତାରିଖରେ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା । ତାମିଲନାଡୁର କୁନ୍ନୁରକୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଯାଉଥିବା ବେଳେ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ (Coonoor helicopter Crash) ହୋଇଥିଲା । ଏଥିରେ ସିଡିଏସ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୩ ଜଣଙ୍କର ନିଧନ ହୋଇଥିଲା । ୩୦ ଡିସେମ୍ବର ୨୦୧୯ ରେ ଜେନେରାଲ ବିପିନ ରାୱତ ପ୍ରଥମ ସିଡିଏସ (Chief of Defence Staff ) ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.