ETV Bharat / bharat

ଏସ ଜୟଶଙ୍କରଙ୍କୁ ଭେଟିଲେ ନେପାଳ ବୈଦେଶିକ ମନ୍ତ୍ରୀ - ନେପାଳ ବୈଦେଶିକ ମନ୍ତ୍ରୀ

ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ବାୱାଲି ଶୁକ୍ରବାର ଦିନ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିଛନ୍ତି। ଅଧିକ ପଢନ୍ତୁ...

ନେପାଳ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ
ନେପାଳ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ
author img

By

Published : Jan 15, 2021, 4:13 PM IST

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ନେପାଳ ବୈଦେଶିକ ମନ୍ତ୍ରୀ । ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ବାୱାଲି ଶୁକ୍ରବାର ଦିନ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କୁ ଭେଟିଛନ୍ତି।

ଗ୍ବାୱାଲୀ ଷଷ୍ଠ ଭାରତ-ନେପାଳ ମିଳିତ ଆୟୋଗ ବୈଠକରେ ସହ-ଅଧ୍ୟକ୍ଷତା କରିବେ। ତେବେ ଗତ ବର୍ଷ ନେପାଳ ଏକ ନୂଆ ରାଜନୈତିକ ମାନଚିତ୍ର ପ୍ରକାଶ କରିଥିଲା । ଯେଉଁଥିରେ ଭାରତର 3 ଅଞ୍ଚଳ ଲିମ୍ପିଆଧୁରା, କାଲାପାନି ଏବଂ ଲିପୁଲେଖକୁ ନେପାଳର ଅଂଶ ଭାବରେ ଦର୍ଶାଇଥିଲା। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ସାମା ବିବାଦ ଉପୁଜିଥିଲା । ତେବେ ନେପାଳ ବୈଦେଶିକ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ହୋଇଥିବା ସୀମା ବିବାଦକୁ ଦୃଷ୍ଟିରେ ରଖି ଏହି ଗସ୍ତରେ ଆସିଛନ୍ତି ।

ଏହାପୂର୍ବରୁ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଦ୍ବିପାକ୍ଷିକ ସମ୍ପର୍କକୁ ପୁନଃସ୍ଥାପନ କରିବା ପାଇଁ ନଭେମ୍ବରରେ ନେପାଳ ଗସ୍ତ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.