ETV Bharat / bharat

ମହାଭିଯୋଗ ପ୍ରସ୍ତାବରେ ନେପାଳ ମୁଖ୍ୟ ବିଚାରପତି ପଦଚ୍ୟୁତ - ନେପାଳ ବିଚାରପତି ସଙ୍କଟ

ମହାଭିଯୋଗ ପ୍ରସ୍ତାବରେ ପଦ ହରାଇଲେ ନେପାଳ ମୁଖ୍ୟ ବିଚାରପତି । ଦୁର୍ନୀତିି ନେଇ ଗତ କିଛି ଦିନ ଧରି ତୀବ୍ର ହେବାରେ ଲାଗିଥିଲା ତାଙ୍କୁ ପଦରୁ ହଟାଇବା ଦାବି । ଅଧିକ ପଢନ୍ତୁ

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ

author img

By

Published : Feb 13, 2022, 9:57 PM IST

କାଠମାଣ୍ଡୁ: ନେପାଳର ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ । ଶାସକ ଓ ଆଇନଜୀବୀମାନେ ଦୁର୍ନୀତି ଅଭିଯୋଗରେ ମୁଖ୍ୟ ବିଚାରପତି ଚୋଲେନ୍ଦ୍ର ଶ୍ୟାମଶର ଜେ.ବି ରାଣାଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବା ପରେ ଆଜି ସଂସଦରେ ଏହା ପାରିତ ହୋଇଛି । ଫଳରେ ଏକ ତୃତୀୟାଶଂ ଭୋଟ ସହ ପ୍ରଧାନ ବିଚାରପତି ଶ୍ୟାମଶର ଜେ.ବି ରାଣା ନିଜ ପଦ ହରାଇଛନ୍ତି ।

ସଂସଦ ସଚିବାଳୟର ମୁଖପାତ୍ର ରାଜନାଥ ପାଣ୍ଡେ କହିଛନ୍ତି ଯେ ଅପରାହ୍ନ 11 ଟାରେ ଏହି ପ୍ରସ୍ତାବ ଆଗତ ହୋଇଥିଲା । ତେବେ ପ୍ରସ୍ତାବ ଆଗତ ହୋଇ ଭୋଟିଂ ମାଧ୍ୟମରେ ପାରିତ ହେବା ପରେ ତାଙ୍କୁ ପଦରୁ ନିଲମ୍ବନ କରାଯାଇଛି । 2019 ଜାନୁୟାରୀ 2 ତାରିଖରେ ପ୍ରଧାନ ବିଚାରପତି ପଦ ଗ୍ରହଣ କରିଥିଲେ ରାଣା । ପରେ ତାଙ୍କ ବିରୋଧରେ ଏକାଧିକ ଥର ଦୁର୍ନୀତି ଅଭିଯୋଗ ଆସିବା ତାଙ୍କୁ ପଦରୁ ହଟାଇବା ପାଇଁ ଦାବି ଜୋର ଧରୁଥିଲା ।

ରାଣାଙ୍କ ବିରୋଧରେ ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ଆଗତ ହେବା ପରେ ଶାସକ ଦଳର ମୋଟ 98 ଜଣ ସଦସ୍ୟ ଏହି ପ୍ରସ୍ତାବ ସପକ୍ଷରେ ଦସ୍ତଖତ କରିଥିଲେ । ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ ମୁଖ୍ୟ ବିଚାରପତି ପଦ ହରାଇବା ନେପାଳର ସାମ୍ବିଧାନିକ ବ୍ୟବସ୍ଥାର ଅନ୍ତର୍ଭୂକ୍ତ ।

ନେପାଳ ବାର ଆସୋସିଏସନ ଦ୍ୱାରା ପ୍ରଧାନ ବିଚାରପତିଙ୍କ ବିରୋଧରେ ତିନିମାସରୁ ଅଧିକ ସମୟ ଧରି ବିରୋଧ ଜାରି ରହିଥିଲା । ତେବେ ଗତ କିଛି ଦିନ ହେବ ତାଙ୍କୁ ପଦଚ୍ଯୁତ କରିବା ପାଇଁ ଅଭିଯାନ ତୀବ୍ର ହେବା ସହ ମହାଭିଯୋଗ ପ୍ରସ୍ତାବ ଆଣିବା ପ୍ରସ୍ତୁତି କରାଯାଇଥିଲା । ତେବେ ଆଜି ସଂସଦରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ ସେ ପଦ ହରାଇଛନ୍ତି ।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.