ETV Bharat / bharat

ସଫଦରଗଞ୍ଜ ହସ୍ପିଟାଲରେ ଚରମ ଅବହେଳା, ବାହାରେ ପ୍ରସବ କଲେ ମହିଳା

ରାଜଧାନୀରୁ ପୁଣି ସ୍ବାସ୍ଥ୍ୟ ବ୍ୟବସ୍ଥାର ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ସଫଦରଗଞ୍ଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ

author img

By

Published : Jul 20, 2022, 1:01 PM IST

ନୂଆଦିଲ୍ଲୀ: ରାଜଧାନୀରୁ ପୁଣି ସ୍ବାସ୍ଥ୍ୟ ବ୍ୟବସ୍ଥାର ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି । ଫଳରେ ଜଣେ ମହିଳା ହସ୍ପିଟାଲ ବାହାରେ ପ୍ରସବ କରିଥିବା ନେଇ ଖବର ସାମ୍ନାକୁ ଆସିଛି । ଏହି ଘଟଣା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଟିମ୍ ସଫଦରଜଙ୍ଗ ହସ୍ପିଟାଲ ପରିଦର୍ଶନ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ପାଞ୍ଚ ଜଣ ଡାକ୍ତରଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ମହିଳା ଏବଂ ନବଜାତ ଶିଶୁ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ଦିଲ୍ଲୀ ମହିଳା ଆୟୋଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସଫଦରଗଞ୍ଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ
ସଫଦରଗଞ୍ଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ

ପରିବାର ସଦସ୍ୟଙ୍କ କହିବାନୁସାରେ, ମହିଳା ଜଣକ ସୋମବାର ରାତିରେ ପ୍ରସବ ବେଦନାଗ୍ରସ୍ତ ହେବାରୁ ପରିବାର ଲୋକେ ତାଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ତାଙ୍କୁ ଠିକ ସମୟରେ ଭର୍ତ୍ତି କରାଯାଇନଥିଲା। ଫଳରେ ବାଧ୍ୟହେୋଇ ସ୍ଥାନୀୟ ମହିଳା ଓ ପରିବାରଲୋକେ ମିଶି ହସ୍ପିଟାଲ ବାହାରେ ପ୍ରସବ କରାଇଥିଲେ । ତେବେ ପ୍ରସବ ପରେ ମହିଳା ଏବଂ ନବଜାତ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ପରିବାର ଲେକେ ଅଭିଯୋଗ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣାକୁ ନେଇ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ କହିଛନ୍ତି ଯେ, ଆମେ ଭିଡିଓକୁ ସୋସିଆଲ ମିଡିଆରେ ଦେଖିଛୁ। ଯେଉଁ ମହିଳାମାନେ ସେମାନଙ୍କ ପାଖରେ ଛିଡା ହୋଇ ପ୍ରସବ କରାଇଛନ୍ତି ସେମାନେ କହୁଛନ୍ତି ଯେ, ମହିଳା ଜଣକ ରାତିସାରା ଡାକ୍ତରଖାନା ବାହାରେ ଶୋଇଥିଲେ ଏବଂ ତାଙ୍କୁ ଭର୍ତ୍ତି କରାଯାଇନଥିଲା । ଏହା ଏକ ଲଜ୍ଜାଜନକ ବିଷୟ । ଏହି ପ୍ରସଙ୍ଗରେ ସଫଦରଜଙ୍ଗ ହସ୍ପିଟାଲକୁ ନୋଟିସ ଜାରି କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.