ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଭାଇରସର ଭୟାବହତା ମଧ୍ୟରେ NEET ପିଜି ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଟ୍ ପିଜି ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।
18 ଏପ୍ରିଲରେ ହେବାର ଥିଲା ନିଟ ପିଜି ପ୍ରବେଶିକା ପରୀକ୍ଷା । ଏହି ପରୀକ୍ଷା ଦିନ 2ଟାରୁ ସଂଧ୍ୟା 5ଟା 30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସମୟ ନିର୍ଦ୍ଧାରିତ ହୋଇଥିଲା । ନିଟ ପିଜି ପରୀକ୍ଷାକୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ(NBE) ପକ୍ଷରୁ ଆୟୋଜନ କରାଯାଇଥାଏ ।