ETV Bharat / bharat

Sanatana controversy Remark: ମୁଁହ ଖୋଲିଲେ ପ୍ରଧାନମନ୍ତ୍ରୀ, କହିଲେ ଉଚିତ୍‌ ଜବାବ ମିଳିବା ଦରକାର

author img

By ETV Bharat Odisha Team

Published : Sep 6, 2023, 7:29 PM IST

ଉଦୟାନିଧିଙ୍କ ସନାତନ ବିରୋଧୀ ମନ୍ତବ୍ୟରେ ମୁଁହ ଖୋଲିଲେ ପ୍ରଧାନମନ୍ତ୍ରୀ । କହିଲେ ମିଳିବା ଉଚିତ ଜବାବ । ଅଧିକ ପଢନ୍ତୁ

ମୁଁହ ଖୋଲିଲେ ପ୍ରଧାନମନ୍ତ୍ରୀ, କହିଲେ ଉଚିତ ଜବାବ ମିଳିବା ଉତିତ୍‌

ନୂଆଦିଲ୍ଲୀ: ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ବିରୋଧୀ ମନ୍ତବ୍ୟକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ଓ ରାଜନୈତିକ ବୟାନବାଜୀ ଜାରି ରହିଛି । ତମାମ ବିଜେପି ନେତା ଏହି ମନ୍ତବ୍ୟକୁ ନିନ୍ଦା କରିସାରିଥିବା ବେଳେ ଆଜି ପ୍ରଥମ ଥର ପାଇଁ ମୁଁହ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରି ମନ୍ତବ୍ୟରେ ଉଚିତ ଜବାବ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରଧାନମନ୍ତ୍ରୀ ଏପରି କହିଥିବା ସୂଚନା ମିଳିଛି । ଚାରିଆଡୁ ସମାଲୋଚନା ପରେ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମ ଜାତିପ୍ରଥା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ନୂତନ ସଂସଦ ଭବନ ଲୋକାର୍ପଣ ନକରିବା ପ୍ରସଙ୍ଗକୁ ଯୋଡିଛନ୍ତି । ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ସନାତନ ଧର୍ମର ଭେଦଭାବ ନୀତି ବୋଲି ଉଦୟାନିଧି କହିବା ପରେ ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି କ୍ୟାବିନେଟ ବୈଠକରେ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗରେ ଉଦୟାନିଧି ଷ୍ଟାଲିନଙ୍କୁ ଉଚିତ ଜବାବ ଦିଆଯିବାର ଆବଶ୍ୟକତା ରହିଛି କହିବା ସହ ଏବେ ଆରମ୍ଭ ହୋଇଥିବା ଇଣ୍ଡିଆ- ଭାରତ ନାମକରଣ ପ୍ରସଙ୍ଗରେ ଯେକୌଣସି ବୟାନବାଜିରୁ ଦୂରେଇ ରହିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଜି20 ସମ୍ମିଳନୀ କାର୍ଯ୍ୟକ୍ରମ ବେଳେ ସମସ୍ତ ମନ୍ତ୍ରୀଙ୍କୁ ରାଜଧାନୀ ଦିଲ୍ଲୀରେ ରହିବା ସହ ଭିଆଇପି ଢାଞ୍ଚାରୁ ଦୂରେଇ ରହିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆଜି ମନ୍ତ୍ରୀ ପରିଷଦ ବୈଠକରେ ଜି20 କାର୍ଯ୍ୟକ୍ରମ ନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏକ ପ୍ରେଜେଣ୍ଟଟେସନ ଉପସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି । କାର୍ଯ୍ୟକ୍ରମର ପ୍ରଥମ ଦିବସ (9 ତାରିଖ)ରେ ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ହେବାକୁ ଥିବା ନୈଶ୍ୟଭୋଜିରେ ସମସ୍ତ କେନ୍ଦ୍ର ମନ୍ତ୍ରୀ ସାମିଲ ହେବେ । ଏହା ସହ ଯେଉଁ ମନ୍ତ୍ରୀମାନଙ୍କର ଦାୟିତ୍ବ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ରହିଛି, ସେମାନେ ଉକ୍ତ ଦେଶର ସଂସ୍କୃତି, ଚଳଣୀ, ଖାଦ୍ୟପେୟ ସମ୍ପର୍କରେ ଅବଗତ ରହିବା ନେଇ ମଧ୍ୟ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ:-Parliament Special Session: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ, 9ଟି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି

9 ଓ 10 ତାରିଖରେ ହେବାକୁ ଥିବା ଏହି ବୈଠକ ପାଇଁ ସମଗ୍ର ଦିଲ୍ଲୀ ଓ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତି କରିଛନ୍ତି । କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ ଓ ଭବ୍ୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଦିଲ୍ଲୀର ନବୀକରଣ ହୋଇଥିବା ପ୍ରଗତିମୈଦନ ଭାରତ ମଣ୍ଡପମରେ ମୁଖ୍ୟ କାର୍ଯ୍ୟକ୍ରମରେ ବହୁ ରାଷ୍ଟ୍ରମୁଖ୍ୟ ଓ ଅନ୍ତର୍ଜାତୀୟ ଅତିଥି ଅଂଶଗ୍ରହଣ କରିବେ । ସେହିପରି କାର୍ଯ୍ୟକ୍ରମର ପ୍ରେସବ୍ରିଫିଂ କାର୍ଯ୍ୟକ୍ରମ ଅନ୍ତର୍ଜାତୀୟ ମିଡିଆ ସେଣ୍ଟରରେ ହେବ । ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଏହି ଶିଖର ସମ୍ମିଳନୀ ଜରିଆରେ ଭାରତର ସମୃଦ୍ଧ ସଂସ୍କୃତିକୁ ସମଗ୍ର ବିଶ୍ବରେ ପରିଚିତ କରାଇବା ପାଇଁ ଏହା ଏକ ବଡ ଅବସର ବୋଲି କେନ୍ଦ୍ର ସରକାର ପ୍ରଥମରୁ କହିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.