ETV Bharat / bharat

ଦେଶ ପଢିବ ‘ଓଡିଶା ଇତିହାସ’, ପୁସ୍ତକ ଉନ୍ମୋଚନ କଲେ ପିଏମ ମୋଦି

ଆଜି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଳ କେଶରୀ ଡଃ ହେରକୃଷ୍ଣ ମହତାବଙ୍କ ରଚିତ 'ଓଡିଶା ଇତିହାସ'ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ଓଡିଶାରେ ଥିହା ସମସ୍ତ ଘଟଣାବଳୀକୁ ଦେଶର ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ପିଏମ ମୋଦି
ପିଏମ ମୋଦି
author img

By

Published : Apr 9, 2021, 2:55 PM IST

ନୂଆଦିଲ୍ଲୀ: ଆଜି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କଳ କେଶରୀ ଡଃ ହେରକୃଷ୍ଣ ମହତାବଙ୍କ ରଚିତ 'ଓଡିଶା ଇତିହାସ'ର ହିନ୍ଦୀ ସଂସ୍କରଣକୁ ଉନ୍ମୋଚିତ କରିଛନ୍ତି । ଏହି ପୁସ୍ତକ ଓଡିଶାରେ ଥିହା ସମସ୍ତ ଘଟଣାବଳୀକୁ ଦେଶର ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହି ପୁସ୍ତକ ଉନ୍ମୋଚନ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଓଡିଶାର ବିସୃତତା ଓ ବିବିଧତା ଦେଶର ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିବାର ଆବଶ୍ୟତକା ରହିଛି । କିଛି ଦିନ ପୂର୍ବରୁ ଆମେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ 120ତମ ଜୟନ୍ତୀ ପାଳନ କରିଛୁ । ଆଜି ତାଙ୍କର ପ୍ରସିଦ୍ଧ ପୁସ୍ତକ ଓଡିଶା ଇତିହାସର ହିନ୍ଦୀ ସଂସ୍କରଣର ଉନ୍ମୋଚିତ କରୁଛି । ଏହା ଓଡିଶାର ଇତିହାସକୁ ଦେଶବାସୀଙ୍କୁ ଜଣାଇବ ବୋଲି କହିଛନ୍ତି ମୋଦି ।

ଭାରତୀୟ କଂଗ୍ରେସ ଇତିହାସରେ ମହତାବଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଡିଶା ଇତିହାସକୁ ଜାତୀୟସ୍ତରକୁ ନେବାରେ ମହତାବଙ୍କ ଭୂମିକା ଅତୁଳନୀୟ । ମହତାବଙ୍କ ଅବଦାନରେ ଓଡିଶାରେ ସଂଗ୍ରହାଳୟ, ଅଭିଲେଖାଗାର ଓ ପ୍ରତ୍ନତାତ୍ତ୍ୱିକ ରହିଛି ବୋଲି କହିଛନ୍ତି ପ୍ରଧାନନ୍ତ୍ରୀ ।

ଉତ୍କଳ କେଶରୀ ଡଃ ହେରକୃଷ୍ଣ ମହତାବ 1946ରୁ 1950 ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ରହିଥଲେ । ଏହା ପରେ 1956ରୁ 1961 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ ଓଡିଶାର ସେବା କରିଥିଲେ । ସେ ଅହମ୍ମଦାନଗର ଫୋର୍ଟ ଜେଲରେ ଓଡିଶା ଇତିହାସ ପୁସ୍ତକ ରଚନା କରିଥିଲେ । ପୂର୍ବରୁ ଏହି ପୁସ୍ତକ ଓଡିଆ ଓ ଇଂରାଜୀରେ ରହିଥିଲା । ଏହାକୁ ଶଙ୍କର ଲାଲ ହିନ୍ଦୀରେ ଅନୁବାଦ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.