ETV Bharat / bharat

Presidential Election: କାଲି ଦିଲ୍ଲୀରେ NDA ନେତାଙ୍କ ବୈଠକ

author img

By

Published : Jul 9, 2022, 7:55 AM IST

ରାଷ୍ଟ୍ରପତି ନିର୍ବାଚନ ନେଇ 10ରେ ବସିବ NDA ନେତାଙ୍କ ବୈଠକ । ଅଧିକ ପଢନ୍ତୁ

Presidential election: କାଲିରେ ଦିଲ୍ଲୀରେ NDA ନେତାଙ୍କ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି (10 ତାରିଖ) ଦିଲ୍ଲୀରେ ଏକାଠି ହେବେ ବିଜେପି ନେତୃତ୍ବାଧୀନ NDA ମେଣ୍ଟର ନେତୃମଣ୍ଡଳୀ । ଜୁଲାଇ 18 ତାରିଖରେ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାରୁ ଉଭୟ ରାଷ୍ଟ୍ରପତି ନିର୍ବାଚନ ଓ ଅଧିବେଶନ ପାଇଁ ଏହି ବୈଠକ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି । ଏହି ଦୁଇ ଅଧିବେଶନରେ NDA ନେତା ମେଣ୍ଟର ରଣନୀତି ନେଇ ଆଲୋଚନା କରିବେ ।

ଏହି ବୈଠକରେ ଉଭୟ ଗୃହର ସମସ୍ତ NDA ସାଂସଦ ଉପସ୍ଥିତ ରହିବେ । ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ ପ୍ରକ୍ରିୟା ନେଇ ଆଲୋଚନା ହେବା ସହ ଭୋଟିଂ ପ୍ରକ୍ରିୟା ନେଇ ମଧ୍ୟ ଏକ ମକଡ୍ରିଲ ମଧ୍ୟ ହୋଇପାରେ । ବୈଠକରେ ତମାମ ଶୀର୍ଷ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ହେବେ । କାର୍ଯ୍ୟକ୍ରମ ଶେଷରେ ସଦସ୍ୟମାନଙ୍କ ପାଇଁ ଏକ ନୈଶ୍ୟଭୋଜି ମଧ୍ୟ ରଖାଯାଇଛି ।

ଆଦିବାସୀ ଓ ମହିଳା କାର୍ଡ ଖେଳିଥିବା ଏନଡିଏ ମେଣ୍ଟ ଝାଡଖଣ୍ଡ ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି । ମୁର୍ମୁ ମଧ୍ୟ ଜୁନ 24ରେ ନାମାଙ୍କନ ଭରି ସାରିଛନ୍ତି । ଆବଶକୀୟ ସଂଖ୍ୟା ଦୃଷ୍ଟିରୁ ଏନଡିଏ ମେଣ୍ଟ ପ୍ରାର୍ଥୀ ମୁର୍ମୁଙ୍କ ଜିତିବାରେ କୌଣସି ଜଟିଳତା ମଧ୍ୟ ନାହିଁ । ବର୍ତ୍ତମାନ ସୁଦ୍ଧା ବିଜେଡି, ଓ୍ବାଇଏସଆର କଂଗ୍ରେସ ଓ ପଞ୍ଜାବର ଅକାଳୀ ଦଳ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିସାରିଛନ୍ତି । ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.