ETV Bharat / bharat

ହାଇଦ୍ରାବାଦରେ ସପ୍ତାହକରେ 5 ଦୁଷ୍କର୍ମ: ମାମଲାରେ ତ୍ବରିତ ପଦକ୍ଷେପ ଗ୍ରହଣ ନେଇ ତେଲେଙ୍ଗାନା ପୋଲିସକୁ NCWର ନିର୍ଦ୍ଦେଶ

author img

By

Published : Jun 7, 2022, 9:40 PM IST

ହାଇଦ୍ରାବାଦ ଜିଲ୍ଲାରେ ସପ୍ତାହକରେ ସାମ୍ନାକୁ ଆସିଲାଣି 5 ଦୁଷ୍କର୍ମ ମାମଲା । ଗଭୀର ଉଦବେଗ ପ୍ରକାଶ କଲେ ଜାତୀୟ ମହିଳା କମିଶନ । ଉଚିତ ପଦକ୍ଷେପ ସହ ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ତେଲେଙ୍ଗାନା ପୋଲିସକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ସପ୍ତାହକରେ 5 ଦୁଷ୍କର୍ମ: ମାମଲାରେ ଉଚିତ ପଦକ୍ଷେପ ଗ୍ରହଣ କରି ରିପୋର୍ଟ ଦାଖଲ ପାଇଁ ତେଲେଙ୍ଗାନା ପୋଲିସକୁ NCW ନିର୍ଦ୍ଦେଶ

ହାଇଦ୍ରାବାଦ: ଗତ କିଛି ସପ୍ତାହ ମଧ୍ୟରେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାବାଳିକା ଓ ମହିଳାଙ୍କ ବିରୋଧରେ ଦେଖିବାକୁ ମିଳିଥିବା ଏକାଧିକ ଜଘନ୍ୟକାଣ୍ଡ ନେଇ ଉଦବେଗ ପ୍ରକାଶ କରିଛି ଜାତୀୟ ମହିଳା ଆୟୋଗ (NCW)। ଏହି ଘଟଣାରେ ତେଲେଙ୍ଗାନା ପୋଲିସ ତ୍ବରିତ ହସ୍ତକ୍ଷେପ କରିବା ସହ ମହିଳାଙ୍କ ସୁରକ୍ଷା ଓ ଏପରି ହିଂସାକୁ ଏଡାଇବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ଏନେଇ ଏକ ସପ୍ତାହ ମଧ୍ୟରେ ଆୟୋଗଙ୍କ ନିକଟରେ ସବିଶେଷ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ଅଧ୍ୟକ୍ଷା ରେଖା ଶର୍ମା ।

ଏକ ବିବୃତ୍ତିରେ ମହିଳା ଆୟୁକ୍ତ କହିଛନ୍ତି, ମାତ୍ର ଗତ ସପ୍ତାହକ ମଧ୍ୟରେ ହାଇଦ୍ରାବାଦ ଜିଲ୍ଲାରେ ନାବାଳିକାଙ୍କୁ ଦୁଷ୍କର୍ମର 5ଟି ମାମଲା ସାମ୍ନାକୁ ଆସିଛି । ମୁଖ୍ୟତଃ ହାଇଦ୍ରାବାଦ ପରି ଜିଲ୍ଲାରେ ଏପରି ଜଘନ୍ୟ କାଣ୍ଡର ହାର ବୃଦ୍ଧି ପାଇବା ଅତ୍ୟନ୍ତ ଉଦବେଗଜନକ ସ୍ଥିତି ସୃଷ୍ଟି କଲାଣି । କେବଳ ସୁରକ୍ଷା ପ୍ରଦାନ କରିବା ପୋଲିସର କାମ ନୁହେଁ ବରଂ ଏପରି ଅପରାଧ କ୍ଷେତ୍ରରେ ପୋଲିସ ତ୍ବରିତ ତଥା ଉଦାହରଣ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏହି ଘଟଣାରେ ପୋଲିସ କ’ଣ କାମ କରୁଛି ତାହା ଆୟୋଗ ଜାଣିବାକୁ ଚାହୁଁଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତକାଲି (ସୋମବାର) ଆସିଥିବା ଦୁଇଟି ଦୁଷ୍କର୍ମ ମାମଲା ମଧ୍ୟରୁ ପ୍ରଥମ ମାମଲା ହାଇଦ୍ରାବାଦ ଜିଲ୍ଲା ଅଧୀନ ରାମଗୋପାଲପେଟ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ବେଳେ ଦ୍ୱିତୀୟଟି ରାଜେନ୍ଦ୍ରନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ଏହାପୂର୍ବରୁ ରବିବାର ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ ସମ୍ପର୍କିତ ଦୁଇଟି ନୂଆ ମାମଲା ରୁଜୁ ହୋଇଥିଲା । ଗତ ମାସରେ, ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.