ETV Bharat / bharat

ବଦଳିଲା ମନ, ଇସ୍ତଫା ଫେରାଇନେଲେ NCP ନେତା ଶରଦ ପାୱାର

author img

By

Published : May 5, 2023, 6:10 PM IST

Updated : May 5, 2023, 6:20 PM IST

ନିଜ ଇସ୍ତଫା ପତ୍ର ଫେରାଇ ନେଲେ ବରିଷ୍ଠ ରାଜନେତା ଶରଦ ପାୱାର । ଗତ ୨ ତାରିଖରେ NCP ସଭାପତି ପଦରୁ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

NCP leader Sharad Pawar
NCP leader Sharad Pawar

ମୁମ୍ବାଇ: ନ୍ୟାସନାଲ କଂଗ୍ରେସ ପାର୍ଟି (NCP) ସଭାପତି ପଦରୁ ଦେଇଥିବା ଇସ୍ତଫା ପତ୍ରକୁ ଫେରାଇ ନେଲେ ବରିଷ୍ଠ ରାଜନେତା ଶରଦ ପାୱାର । ଆଜି ଏନସିପି କୋର କମିଟି ବୈଠକରେ ତାଙ୍କର ଇସ୍ତଫା ନାମଞ୍ଜୁର ପରେ ସେ ନିଜ ନିଷ୍ପତ୍ତି ସମ୍ପର୍କରେ ଆଉ ଥରେ ବିଚାର କରିବାକୁ ସମୟ ନେଇଥିଲେ । ତେବେ ଶେଷରେ ସେ ନିଜ ଇସ୍ତଫା ପତ୍ରକୁ ଫେରାଇ ନେଇଛନ୍ତି । ଗତ ୨ ତାରିଖରେ ଶରଦ ପାୱାର ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି ଇସ୍ତଫା ପତ୍ର ଫେରାଇ ନେଇ ସେ ନିଜ ଅଧ୍ୟକ୍ଷ ପଦ ବଜାୟ ରଖିବେ ।

ଗତ ୨ ତାରିଖରେ ସେ ସଭାପତି ପଦରୁ ଇସ୍ତଫା ଦେବା ପରେ ଏହାକୁ ଦଳୀୟ ନେତାମାନେ ବିରୋଧ କରିଥିଲେ । ଶରଦ ନିଜ ଇସ୍ତଫାକୁ ଫେରାଇ ନିଅନ୍ତୁ ବୋଲି ଦଳୀୟ କର୍ମୀମାନେ ଦାବି କରିଥିଲେ । ଏହାପରେ ଶରଦ ନିଜ ନିଷ୍ପତ୍ତି ଉପରେ ବିଚାର କରିବେ ବୋଲି ଦଳୀୟ କର୍ମୀମାନଙ୍କୁ ସମୟ ମାଗିଥିଲେ । ସେପଟେ ଆଜି ଏନସିପି କୋର କମିଟି ଏକ ପ୍ରସ୍ତାବ ଆଣି ତାଙ୍କର ଇସ୍ତଫାକୁ ଅଗ୍ରାହ୍ୟ କରିଥିଲା । ଏହାସହ ନିଜ ପଦ ବଜାୟ ରଖିବାକୁ କମିଟି ତାଙ୍କୁ ନିବେଦନ କରିଥିଲା ।

ଏହା ବି ପଢନ୍ତୁ-NCP Panel Rejects Sharad Resignation: ଶରଦ ପାୱାରଙ୍କ ଇସ୍ତଫା ନାମଞ୍ଜୁର

ଅନ୍ୟପଟେ ଶରଦ ପାୱାରଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଆଜି ମୁମ୍ବାଇ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କୋର କମିଟି ବୈଠକ ବସିଥିଲା । ପାୱାରଙ୍କୁ ଅଧ୍ୟକ୍ଷ ପଦ ଜାରି ରଖିବାକୁ ଏନସିପି ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ବୈଠକରେ ପ୍ରସ୍ତାବ ରଖିଥିଲେ । ଶେଷରେ କମିଟି ଏହି ପ୍ରସ୍ତାବକୁ ଗ୍ରହଣ କରି ତାଙ୍କର ଇସ୍ତଫା ନାମଞ୍ଜୁର କରିଥିଲା । ଏନସିପି କୋର କମିଟିରେ ଅଜିତ ପାୱାର, ପ୍ରଫୁଲ୍ଲ ପଟେଲ, ସୁପ୍ରିୟା ସୁଲେ ଏବଂ ଭୁଜବଳ ପ୍ରମୁଖ ସଦସ୍ୟ ରହିଛନ୍ତି ।

ଏହା ବି ପଢନ୍ତୁ- NCP Panel Rejects Sharad Resignation: ଶରଦ ପାୱାରଙ୍କ ଇସ୍ତଫା ନାମଞ୍ଜୁର

ଯେତେବେଳେ ଶରଦ ନିଜର ଇସ୍ତଫା ପତ୍ର ଘୋଷଣା କରିଥିଲେ, ସେତେବେଳେ ସେ କହିଥିଲେ ଯେ ଦୀର୍ଘ ଦିନ ଧରି ସେ ଦଳର ନେତୃତ୍ବ ନେଇଆସୁଥନ୍ତି । ଏବେ ସମୟ ଆସିଯାଇଛି ଦଳକୁ ନୂଆ ନେତୃତ୍ବର ଆବଶ୍ୟକତା ରହିଛି । ଦଳ ନେତାଙ୍କୁ ନିଷ୍ପତ୍ତି ନେବାକୁ ହେବ କିଏ ନୂଆ ସଭାପତି ହେବ । ଏକ କାର୍ଯ୍ୟକ୍ରମରେ ଶରଦ ଏପରି ଘୋଷଣା କରିବା ପରେ ଏନସିପି ନେତା ଜୟନ୍ତ ପାଟିଲ ଏହି ଖବର ଶୁଣି ଭାବବିହ୍ବଳ ହୋଇପଡିଥିଲେ ।

ସୂଚନା ଥାଉ କି ୧୯୯୯ ମସିହାରେ ଶରଦ ପାୱାର ଏନସିପି ଗଠନ କରିଥିଲେ । ଦୀର୍ଘ ୨୪ ବର୍ଷ ହେବ ସେ ଏନସିପି ଅଧ୍ୟକ୍ଷ ଥିଲେ । କିନ୍ତୁ ଗତ ମଙ୍ଗଳବାର ଦିନ ହଠାତ ପାୱାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଦଳକୁ ନୂଆ ନେତୃତ୍ବର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ତାଙ୍କର ଇସ୍ତଫା ପରେ କିଏ ନୂଆ ଅଧ୍ୟକ୍ଷ ହେବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲି ଥିବାବେଳେ ଶରଦ ପାୱାରଙ୍କ ଇସ୍ତଫାକୁ ଦଳୀୟ କର୍ମୀ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Last Updated : May 5, 2023, 6:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.