ETV Bharat / bharat

ଟ୍ରାକ୍ଟର ରାଲିରେ ହିଂସା ପ୍ରଦର୍ଶନକୁ ନେଇ କେନ୍ଦ୍ରକୁ ଦାୟୀ କଲେ ଶରଦ ପାୱାର

author img

By

Published : Jan 26, 2021, 7:49 PM IST

ପୂର୍ବତନ କୃଷିମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାର କୃଷକଙ୍କ ଟ୍ରାକ୍ଟର ରାଲିରେ ହିଂସାକୁ ନିନ୍ଦା କରିଛନ୍ତି । କିନ୍ତୁ ଏହାର ଦାୟିତ୍ବକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶରଦ । କେନ୍ଦ୍ର ସରକାର ଏହି ମାମଲାକୁ ଗମ୍ଭୀରତା ସହ ନେଇନାହାଁନ୍ତି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ncp leader sarad power
ଟ୍ରାକ୍ଟର ରାଲିରେ ହିଂସା ପ୍ରଦର୍ଶନକୁ ନେଇ କେନ୍ଦ୍ରକୁ ଦ୍ବାୟୀ କଲେ ଶରଦ ପାୱାର

ମୁମ୍ବାଇ: ଦିଲ୍ଲୀରେ କୃଷକ ଆନ୍ଦୋଳନରେ ଟ୍ରାକ୍ଟର ରାଲିକୁ ନେଇ ମୁହିଁ ଖୋଲିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର । ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ହିଂସାକୁ ନେଇ ଏନସିପି ସୁପ୍ରିମୋ କେନ୍ଦ୍ର ସରକାରଙ୍କୁ କଡା ନିନ୍ଦା କରିଛନ୍ତି।

ଦିଲ୍ଲୀର ସୀମାରେ ଦୀର୍ଘ ଦିନ ହେଲା ପଞ୍ଜାବ,ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର କୃଷକ ଆନ୍ଦୋଳନ ଜାରି ରହିଥିଲା । ଦୀର୍ଘ 60 ଦିନ ପରେ ସାଧାରଣତନ୍ତ୍ର ଦିବସ ଦିନ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିଛନ୍ତି । ଆଜି ଏହି ଟ୍ରାକ୍ଟର ରାଲି ବେଳେ ସାରା ଦିଲ୍ଲୀ ରଣକ୍ଷେତ୍ର ପାଲଟିଛି । ଲାଲକିଲ୍ଲା ସହ ଦିଲ୍ଲୀରେ ଚାଷୀମାନଙ୍କ ପ୍ରଦର୍ଶନ ହିଂସା ସୃଷ୍ଟି କରିଛି । ସରକାର ସେମାନଙ୍କୁ ଗମ୍ଭୀରତରା ସହ ନେଇନଥିଲେ । ଟ୍ରାକ୍ଟର ରାଲିକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ ରହିଛି କିନ୍ତୁ ସେମାନେ ବିଫଳ ହୋଇଛନ୍ତି। ଶରଦ ପାୱାର ଆହୁରୀ ମଧ୍ୟ କହିଛନ୍ତି ଯେ ଆଜି ଯାହା ଘଟିଛି ତାହା କେହି ସମର୍ଥନ କରିବେ ନାହିଁ, କିନ୍ତୁ ଏହା ପଛର କାରଣକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ। କେନ୍ଦ୍ର ସରକାର ପରିପକ୍ବତାର ସହ କାର୍ଯ୍ୟ କରିବା ଉଚିତ ଏବଂ ସଠିକ୍ ନିଷ୍ପତ୍ତି ନେବା ଉଚିତ ବୋଲି କହିଛନ୍ତି |

ସୂଚନା ଥାଉକି ଦିଲ୍ଲୀର ଟ୍ରାକ୍ଟର ରାଲି ବେଳେ ହିଂସା ପ୍ରଦର୍ଶନ ଯୋଗୁଁ ଦିଲ୍ଲୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏହାକୁ ନେଇ ସରକାର ଦିଲ୍ଲୀରେ ହିଂସା ସୃଷ୍ଟି ହୋଇଥିବା ସ୍ଥାନରେ ଇଣ୍ଟରନେଟ ବନ୍ଦ କରିବା ସହ ମେଟ୍ରୋ ସେବାରେ ବାଧା ଉପୁଜିଛି । କେନ୍ଦ୍ର ସରକାର ଆଣିଥିବା ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.