ETV Bharat / bharat

ବିଜେପିରେ ମିଶିବେନି ଅଜିତ, ଚର୍ଚ୍ଚାକୁ ଗୁଜବ କହି କଲେ ଖଣ୍ଡନ - ବିଜେପିରେ ସାମିଲ ହେବ ଏନସିପି

ବିଜେପିରେ ସାମିଲ ଚର୍ଚ୍ଚାକୁ ଖଣ୍ଡନ କଲେ ଏନସିପି ନେତା ଅଜିତ ପାଓ୍ବାର । କହିଲେ କେବଳ ଚର୍ଚ୍ଚା । ନେଇନାହାନ୍ତି ବିଧାୟକଙ୍କ ଦସ୍ତଖତ । ଅଧିକ ପଢନ୍ତୁ

‘କେବଳ ଗୁଜବ ସୃଷ୍ଟି କରାଯାଉଛି, ବିଜେପିରେ ମିଶିବା ନେଇ କୌଣସି ଆଲୋଚନା ହୋଇନି’

author img

By

Published : Apr 18, 2023, 4:10 PM IST

ମୁମ୍ବାଇ: ଏନସିପି ନେତା ତଥା ମହାରାଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବର ବିଜେପିରେ ମିଶିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ସେ ବିଜେପି ସହ ସମ୍ପର୍କରେ ଅଛନ୍ତି । ବିଜେପିରେ ମିଶିବା ପାଇଁ ଆଲୋଚନା ମଧ୍ୟ ଜାରି ରଖିଛନ୍ତି । ସେଥିପାଇଁ ସେ ଅନ୍ୟ କିଛି ଏନସିପି ବିଧାୟକଙ୍କ ହସ୍ତାକ୍ଷର ସଂଗ୍ରହ କରିଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଅଜିତ୍‌ । କହିଛନ୍ତି ଏଥିରେ ସତ୍ୟତା ନାହିଁ, କେବଳ ତାଙ୍କ ସମ୍ପର୍କରେ ଗୁଜବ ସୃଷ୍ଟି କରାଯାଉଛି । ଏପରି ଅନ୍ୟ ଦଳ ସହ କୌଣସି ଆଲୋଚନା କିମ୍ବା ହସ୍ତାକ୍ଷର ସଂଗ୍ରହ କରାଯାଇନାହିଁ ।

ଅଜିତ ପାଓ୍ବାର ହେଉଛନ୍ତି ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବରଙ୍କ ପୁତୁରା । ସେ ଫଡନାଭିସ ନେତୃତ୍ବାଧୀନ ମେଣ୍ଟ ସରକାରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ । ଏବେ ସେ ବିଜେପିରେ ସାମିଲ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଲାଗିରହିଛି । ସେ ନିଜେ ଏହି ଚର୍ଚ୍ଚାକୁ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ।

କହିଛନ୍ତି, ‘‘ମୁଁ ଏନସିପିରେ ଅଛି, ଆଗକୁ ମଧ୍ୟ ଦଳ ସହ ରହିବି । ମୋ ସମ୍ପର୍କରେ ଦଳ ବଦଳ ନେଇ କେବଳ ଗୁଜବ ସୃଷ୍ଟି କରାଯାଉଛି । ବିଜେପିରେ ସାମିଲ ହେବା ନେଇ କୌଣସି ଆଲୋଚନା ମଧ୍ୟ ହୋଇନାହିଁ । ମୁଁ ଦଳୀୟ ବିଧାୟକଙ୍କ କିମ୍ବା ଅନ୍ୟ କୌଣସି କାର୍ଯ୍ୟକର୍ତ୍ତାଙ୍କର ଦସ୍ତକ୍ଷତ ମଧ୍ୟ ସଂଗ୍ରହ କରିନାହିଁ । ଜାରି ରହିଥିବା ସମସ୍ତ ଚର୍ଚ୍ଚା କେବଳ ଏକ ଗୁଜବ । ଏଥିରେ ସତ୍ୟତା ନାହିଁ । ଏହାକୁ ତୁରନ୍ତ ବନ୍ଦ ମଧ୍ୟ କରାଯିବ ଉଚିତ ।’’

ଏନସିପି, ଉଦ୍ଧବ ଠାକରେ ନତୃତ୍ବାଧୀନ ସରକାରରେ ସହଯୋଗୀ ଭାବେ ରହିଥିଲା । ସରକାର ଭାଙ୍ଗିବା ପରେ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଏକନାଥ ସିନ୍ଦେ ବିଜେପି ସହଯୋଗରେ ସରକାର ଗଠନ କରିବା ସହ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ ଅଜିତ ସିନ୍ଦେ-ବିଜେପି ମେଣ୍ଟରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

ଏପରିକି ସେ ତାଙ୍କ ଦଳୀୟ ବିଧାୟକଙ୍କ ଦସ୍ତଖତ ସଂଗ୍ରହ କରିଥିବା ମଧ୍ୟ କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏପରି କରି ସେ ଦଳ ମୁଖ୍ୟ ତଥା ଦାଦା ଶରଦଙ୍କ ବିରୋଧରେ ବିଦ୍ରୋହ କରି ନିଜର ସମର୍ଥକଙ୍କ ବିଧାୟକଙ୍କ ସହ ସିନ୍ଦେ-ବିଜେପି ଶାସକ ମେଣ୍ଟରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଯାହାକୁ ନେଇ ସେ ଆଜି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିବା ସହ ସମସ୍ତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.