ETV Bharat / bharat

NCP ମୁଖ୍ୟ ଶରଦ ପାୱାରଙ୍କୁ କୋରୋନା

author img

By

Published : Jan 25, 2022, 8:07 AM IST

ଏନସିପି ମୁଖ୍ୟ ଶରଦ ପାୱାର କୋରୋନା ସଂକ୍ରମିତ ଚିହ୍ନଟ । ଫୋନ ଯୋଗେ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

NCP ମୁଖ୍ୟ ଶରଦ ପାୱାର କୋରୋନା ସଂକ୍ରମିତ
NCP ମୁଖ୍ୟ ଶରଦ ପାୱାର କୋରୋନା ସଂକ୍ରମିତ

ନୂଆଦିଲ୍ଲୀ: ଶରଦ ପାୱାରଙ୍କୁ କୋରୋନା । ଏନସିପି ମୁଖ୍ୟ ଶରଦ ପାୱାର ସୋମବାର କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି(Sharad Pawar tests Covid positive) । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ଠାରେ କୋରୋନାର ସାମାନ୍ୟ ଲକ୍ଷଣ ରହିଛି । ୮୧ ବର୍ଷୀୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ମୁଖ୍ୟ ଶରଦ ପାୱାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।

  • I have tested Covid positive but there is no cause for concern. I am following the treatment as suggested by my doctor.
    I request all those who have been in contact with me in the past few days to get themselves tested and take all necessary precautions.

    — Sharad Pawar (@PawarSpeaks) January 24, 2022 " class="align-text-top noRightClick twitterSection" data=" ">

ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର ଟେଷ୍ଟ କରାଇବା ସହ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପାୱାର ସଂକ୍ରମିତ ଥିବା ଜାଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଫୋନ କରି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପାୱାରଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିପାଇଁ ନିଜର ସମସ୍ତ ଶୁଭେଚ୍ଛୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ୍ ଯୋଗେ ଧନ୍ୟବାଦ ଦେଇଛନ୍ତି ପାୱାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.