ETV Bharat / bharat

ମୋଦିଙ୍କୁ ଭେଟିଲେ NCP ମୁଖ୍ୟ ପାଓ୍ୱାର, ଉଠାଇଲେ ED କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ

author img

By

Published : Apr 6, 2022, 5:28 PM IST

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ NCP ମୁଖ୍ୟ ଶରଦ ପାଓ୍ବାର। ଉଠାଇଲେ ED କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NCP ମୁଖ୍ୟ ଶରଦ ପାଓ୍ବାର

ନୂଆଦିଲ୍ଲୀ: ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର । ସଂସଦରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରାୟ 20 ମିନିଟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ପରେ ଗୁଜବ ଆରମ୍ଭ ହେବାରେ ଲାଗିଛି । ତେବେ ସାକ୍ଷାତକାର ପରେ ପ୍ରତିକ୍ରିୟା ରଖିଛନ୍ତି ପାଓ୍ବାର । ମହାରାଷ୍ଟ୍ରରେ ଜାରି ରହିଥିବା ଇଡି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • I brought to the notice of the PM the matter regarding (ED) attaching properties of Shiv Sena's Sanjay Raut. If a central agency takes a step like this, then they've to take responsibility for it..this action against him because he speaks against the Govt?: NCP Chief Sharad Pawar pic.twitter.com/JsUIx4jhF3

    — ANI (@ANI) April 6, 2022 " class="align-text-top noRightClick twitterSection" data=" ">

I brought to the notice of the PM the matter regarding (ED) attaching properties of Shiv Sena's Sanjay Raut. If a central agency takes a step like this, then they've to take responsibility for it..this action against him because he speaks against the Govt?: NCP Chief Sharad Pawar pic.twitter.com/JsUIx4jhF3

— ANI (@ANI) April 6, 2022

ପାଓ୍ବାର କହିଛନ୍ତି, ମହାରାଷ୍ଟ୍ରରେ ଶାସନାଧୀନ ଶିବସେନା-ଏନସିପି- କଂଗ୍ରେସ ମେଣ୍ଟର ନେତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଶିବସେନା ନେତା ସଞ୍ଜୟ ରାଓ୍ବତଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ହୋଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ କହିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା କହିଛନ୍ତି ପାଓ୍ବାର ।

ତେବେ ଶରଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ପୂର୍ବରୁ ପୁତୁରା ଅଜିତ ପାଓ୍ବାରଙ୍କୁ ଏହି ସାକ୍ଷାତକାର ସମ୍ପର୍କରେ ପଚରା ଯାଇଥିଲେ ସୁଦ୍ଧା ସେ କୌଣସି ସୂଚନା ନଥିବା ଗଣମାଧ୍ୟମକୁ କହିଥିଲେ । ଦେଶର ପ୍ରଧାନମନ୍ତ୍ରୀ ଓ ଏକ ରାଜନୈତିକ ଦଳର ମୁଖ୍ୟଙ୍କ ମଧ୍ୟରେ ବିକାଶମୂଳକ କାମକୁ ନେଇ ଆଲୋଚନା ହେବାର କୌଣସି ଅସ୍ବଭାବିକତା ନଥିବା ଅଜିତ କହିଥିଲେ । ତେବେ ଶରଦ ନିଜେ ଇଡି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର । ସଂସଦରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରାୟ 20 ମିନିଟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ପରେ ଗୁଜବ ଆରମ୍ଭ ହେବାରେ ଲାଗିଛି । ତେବେ ସାକ୍ଷାତକାର ପରେ ପ୍ରତିକ୍ରିୟା ରଖିଛନ୍ତି ପାଓ୍ବାର । ମହାରାଷ୍ଟ୍ରରେ ଜାରି ରହିଥିବା ଇଡି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • I brought to the notice of the PM the matter regarding (ED) attaching properties of Shiv Sena's Sanjay Raut. If a central agency takes a step like this, then they've to take responsibility for it..this action against him because he speaks against the Govt?: NCP Chief Sharad Pawar pic.twitter.com/JsUIx4jhF3

    — ANI (@ANI) April 6, 2022 " class="align-text-top noRightClick twitterSection" data=" ">

ପାଓ୍ବାର କହିଛନ୍ତି, ମହାରାଷ୍ଟ୍ରରେ ଶାସନାଧୀନ ଶିବସେନା-ଏନସିପି- କଂଗ୍ରେସ ମେଣ୍ଟର ନେତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଶିବସେନା ନେତା ସଞ୍ଜୟ ରାଓ୍ବତଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ହୋଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ କହିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା କହିଛନ୍ତି ପାଓ୍ବାର ।

ତେବେ ଶରଦଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ପୂର୍ବରୁ ପୁତୁରା ଅଜିତ ପାଓ୍ବାରଙ୍କୁ ଏହି ସାକ୍ଷାତକାର ସମ୍ପର୍କରେ ପଚରା ଯାଇଥିଲେ ସୁଦ୍ଧା ସେ କୌଣସି ସୂଚନା ନଥିବା ଗଣମାଧ୍ୟମକୁ କହିଥିଲେ । ଦେଶର ପ୍ରଧାନମନ୍ତ୍ରୀ ଓ ଏକ ରାଜନୈତିକ ଦଳର ମୁଖ୍ୟଙ୍କ ମଧ୍ୟରେ ବିକାଶମୂଳକ କାମକୁ ନେଇ ଆଲୋଚନା ହେବାର କୌଣସି ଅସ୍ବଭାବିକତା ନଥିବା ଅଜିତ କହିଥିଲେ । ତେବେ ଶରଦ ନିଜେ ଇଡି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.