ETV Bharat / bharat

ପୁଣି ନୱାବଙ୍କ ବିସ୍ଫୋରକ ବୟାନ: ଆର୍ଯ୍ୟନଙ୍କୁ ଗିରଫ ନୁହେଁ, ଅପହରଣ ହୋଇଥିଲା - ମୋହିତ କମ୍ବୋଜ

ପୁଣି ବିସ୍ଫୋରକ ବୟାନ ଦେଲେ ଏନସିପି ନେତା ନୱାବ ମଲିକ । ଆର୍ଯ୍ୟନ ଖାନଙ୍କୁ ଗିରଫ ନୁହେଁ ଅପହରଣ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ । ଅଧିକ ପଢନ୍ତୁ...

ପୁଣି ନୱାବଙ୍କ ବିସ୍ଫୋରକ ବୟାନ: ଆର୍ଯ୍ୟନଙ୍କୁ ଗିରଫ ନୁହେଁ, ଅପହରଣ ହୋଇଥିଲା

author img

By

Published : Nov 7, 2021, 1:49 PM IST

ମୁମ୍ବାଇ: ଶାହାରୁଖ ଖାନ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ ନୁହେଁ ଅପହରଣ କରିଥିଲେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ । ଆଉ ଏଥିରେ ମାଷ୍ଟର ମାଇଣ୍ଡ ଥିଲେ ବିଜେପି ନେତା ମୋହିତ କମ୍ବୋଜ । ଏପରି ଅଭିଯୋଗ କରିଛନ୍ତି ଏନସିପି ନେତା ନୱାବ ମଲିକ । ଗତକାଲି(ଶନିବାର) ମୋହିତ ଡ୍ରଗ୍ସ ପାର୍ଟି ମାମଲାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଏଥିରେ ସମୀର ପଟେଲଙ୍କ ଲିଙ୍କ ଥିବା ଅଭିଯୋଗ କରିବା ପରେ ଆଜି ଏପରି ଜବାବ ରଖିଛନ୍ତି ନୱାବ । ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, କ୍ରୁଜ୍ ପାର୍ଟି ପାଇଁ ଆର୍ଯ୍ୟନ ଟିକେଟ୍ କିଣି ନଥିଲେ। ପ୍ରତୀକ ଗାବା ଓ ଅମୀର ଫର୍ଣ୍ଣିଚରୱାଲା ତାଙ୍କୁ ସେଠାକୁ ନେଇ ଯାଇଥିଲେ ।

ଏହା ଏକ ଅପହରଣ ଓ ବଟି ଆଦାୟ କରିବା ମାମଲା । ମୋହିତ କମ୍ବୋଜ ଏହି ଅପହରଣ ମାମଲାର ମାଷ୍ଟର ମାଇଣ୍ଡ । ବଟି ଆଦାୟ କରିବାରେ ସେ ସମୀର ୱାଙ୍ଖଡେଙ୍କ ପାର୍ଟନର ବୋଲି ନୱାବ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ମୋହିତ ଓ ସମୀର ଖୁବ୍ ଘନିଷ୍ଠ । ଅକ୍ଟୋବର ୭ ତାରିଖ ରାତିରେ ଏକ ଶ୍ମଶାନ ନିକଟରେ ସେମାନଙ୍କ ମଧ୍ୟରେ ଭେଟ ହୋଇଥିଲା । ଏକଥା ଜଣାପଡ଼ିବା ପରେ ସମୀର ଭୟଭୀତ ହୋଇଯାଇଥିଲେ ଓ ପୋଲିସ୍ ତାଙ୍କ ପଛରେ ପଡ଼ିଯାଇଛି ବୋଲି ଅଭିଯୋଗ କରିଥିଲେ । ସେମାନଙ୍କ ଭାଗ୍ୟ ଭଲ ଯେ, ପାଖରେ ଥିବା ଏକ ସିସିଟିଭି ଖରାପ ହୋଇଯାଇଥିଲା । ନହେଲେ ଆହୁରି ତଥ୍ୟ ସାମ୍ନାକୁ ଆସିଥାନ୍ତା ।

ଏହା ମଧ୍ୟ ପଢନ୍ତୁ:-ଡ୍ରଗ ପାର୍ଟିର ନୂଆ ଟ୍ବିଷ୍ଟ: ବିଜେପିର ଆକ୍ଷେପ ପରେ ଆଜି ନୱାବଙ୍କ ପ୍ରେସମିଟ୍

ନବାବ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ଆରମ୍ଭରୁ ଶାହରୁଖ ଖାନଙ୍କୁ ଧମକ ଦିଆଯାଉଥିଲା । ମୁଁ ଅନୁରୋଧ କରୁଛି ସେ ସାମ୍ନାକୁ ଆସନ୍ତୁ ଓ ସବୁ କଥା କୁହନ୍ତୁ । ତେବେ ଅପହୃତ ପୁଅକୁ ଆଣିବା ପାଇଁ ଟଙ୍କା ଦେବା ଅପରାଧ ନୁହେଁ ବୋଲି ନବାବ କହିଛନ୍ତି ।

ତେବେ ଗତକାଲି କମ୍ବୋଜ ନୱାବ ଏବଂ ସୁନୀଲ ପଟେଲଙ୍କ ମଧ୍ୟରେ ସମ୍ପର୍କ ଅଛି, ସୁନୀଲ କ୍ରୁଜ ପାର୍ଟି କଥା ପୁର୍ବରୁ ଜାଣିଥିଲେ ଏବଂ ସେ ଏହାର ମାଷ୍ଟର ମାଇଣ୍ଡ ବୋଲି ଅଭିଯୋଗ ପରେ ନୱାବଙ୍କ ଏପରି ଅଭିଯୋଗ କାହାଣୀ ପରି ମନେ ହେଉଛି । ଯଦି ଆର୍ଯ୍ୟନ ବେଆଇନ ନିଶା ସେବନ ଏବଂ କାରବାରରେ ସଂଶ୍ଳିଷ୍ଟ ନ ଥିଲେ, ତାଙ୍କୁ ଗିରଫ ନୁହେଁ ଅପହରଣ କରାଯାଇଥିଲା ବୋଲି ନୱାବ ଜାଣିଥିଲେ, ତେବେ ସେ ପୂର୍ବରୁ ଏସବୁର ଖୁଲାସା କାହିଁକି କରୁନଥିଲେ ବୋଲି ପ୍ରଶ୍ନ ଉଠିଛି । କମ୍ବୋଜଙ୍କ ଅଭିଯୋଗ ପରେ ନୱାବଙ୍କ ଏପରି ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.