ETV Bharat / bharat

ଆର୍ଯ୍ୟନ ଡ୍ରଗ୍ସ ମାମଲାରୁ ହଟିଲେ ସମୀର ୱାଙ୍ଖଡେ - ବହୁଚର୍ଚ୍ଚିତ ଆର୍ୟାନ ଖାନ ଡ୍ରଗ୍ସ ମାମଲା

ବହୁ ଚର୍ଚ୍ଚିତ ମୁମ୍ବାଇ ଜ୍ରୁଜ୍ ଡ୍ରଗ୍ସ ମାମଲାରୁ ହଟିଲେ ଏନସିବି ଅଫିସର ସମୀର ୱାଙ୍ଖଡେ । ଆର୍ଯ୍ୟନ ଖାନ ମାମଲା ସମେତ ଅନ୍ୟ 5ଟି ମାମଲାରୁ ସମୀରଙ୍କୁ ହଟାଯାଇଛି । ଅଧିକ ପଢନ୍ତୁ...

NCB officer sameer Wankhede removed from Aryan khan drugs case
ଆର୍ୟାନ ଡ୍ରଗ୍ସ ମାମଲାରୁ ହଟିଲେ ଏନସିବି ଅଫିସର ସମୀର ୱାଙ୍ଖାଡେ
author img

By

Published : Nov 5, 2021, 8:23 PM IST

ମୁମ୍ବାଇ: ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରୁ ହଟିଲେ ଏନସିବି ଅଫିସର ସମୀର ୱାଙ୍ଖଡେ । ଆର୍ଯ୍ୟନ ଖାନ ମାମଲା ସମେତ ଅନ୍ୟ 5 ଟି ମାମଲାରୁ ସମୀର ୱାଙ୍ଖଡେଙ୍କୁ ହଟାଯାଇଛି । ଏହି ସମସ୍ତ ମାମଲାର ତଦନ୍ତ ଏନସିବିର ଦିଲ୍ଲୀ ଟିମ କରିବ । ଏନେଇ ଏନସିବିର ଦକ୍ଷିଣ-ପଶ୍ଚିମାଞ୍ଚଳର ଉପମହାନିର୍ଦ୍ଦେଶକ ମୁଥା ଅଶୋକ ଜୈନ ସୂଚନା ଦେଇଛନ୍ତି ।

ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୃଜ ପାର୍ଟିରେ ଚଢାଉ କରି ଡ୍ରଗ୍ସ ମାମଲାରେ ବଲିଉଡ ସେଲିବ୍ରେଟିଙ୍କ ପୁଅ ଓ ଝିଅଙ୍କୁ ଗିରଫ କରିଥିଲେ ଏନସିବି ଅଫିସର ସମୀର ୱାଙ୍ଖଡେ । ରାତାରାତି ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ ସମୀର ୱାଙ୍ଖଡେ । ତେବେ ବଲିଉଡ ଷ୍ଟାରଙ୍କ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଗିରଫ ହେବା ପରେ ଏନସିବି ଅଫିସରକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକ ଓ ଏନସିବି ଅଫିସର ସମୀର ୱାଙ୍ଖାଡେ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ନବାବ ମଲ୍ଲିକ ଓ ସମୀର ୱାଙ୍ଖଡେଙ୍କ ବିବାଦ ଶେଷରେ ଚରମ ସୀମାରେ ପହଞ୍ଚିଥିଲା । ନବାବ ମଲ୍ଲିକ ବ୍ୟକ୍ତିଗତସ୍ତରକୁ ଖସିଆସିଥିଲେ ଏବଂ ସମୀର ୱାଙ୍ଖାଡେଙ୍କ ବିବାହ, ଜନ୍ମପ୍ରମାଣ ପତ୍ର ନେଇ ବେଶ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନାଥାଉକି, ବଲିଉଡ ଷ୍ଟାର କିଡ ଆର୍ଯ୍ୟନ ଖାନ, ମୁନମୁନ ଧମେଚା, ଆର୍ବାଜ ମାର୍ଚ୍ଚାଣ୍ଟଙ୍କୁ ମୁମ୍ବାଇ କ୍ରୃଜ ପାର୍ଟିରେ ଚଢାଉ କରି ଗିରଫ କରିଥିଲା ଏନସିବି ଟିମ । ଯାହାର ନେତୃତ୍ବ ନେଇଥିଲେ ଏନସିବି ଅଫିସର ସମୀର ୱାଙ୍ଖଡେ ।

ତେବେ ୨୫ ରୁ ୨୬ ଦିନ ଜେଲରେ ରହିବା ପରେ ମୁମ୍ବାଇ ହାଇକୋର୍ଟରୁ ଜାମିନ ପାଇଥିଲେ ଆର୍ଯ୍ୟନ ଖାନ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.