ETV Bharat / bharat

Mumbai Cruise Drug Case: ବଲିଉଡ ବାଦଶାହଙ୍କ ପୁଅକୁ ଗିରଫ କଲା NCB - ମୁମ୍ବାଇ ଡ୍ରଗ୍ସ ମାମଲା

ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ । ଦୀର୍ଘ ଘଣ୍ଟାର ପଚରାଉଚୁରା ପରେ ଶେଷରେ ଆର୍ଯ୍ୟନଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଅଧିକ ପଢନ୍ତୁ...

Mumbai Cruise Drug Case: ବଲିଉଡ ବାଦଶାହଙ୍କ ପୁଅକୁ ଗିରଫ କଲା NCB

author img

By

Published : Oct 3, 2021, 4:49 PM IST

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ । ଦୀର୍ଘ ଘଣ୍ଟାର ପଚରାଉଚୁରା ପରେ ଶେଷରେ ଆର୍ଯ୍ୟନଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜରେ ଚଢାଉ କରିଥିଲା ଏନସିବି । ଏଥିରେ ଥିବା ୮ ଜଣଙ୍କୁ ଅଟକ ରଖିଥିଲା ଏନସିବି ।

ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ନେତୃତ୍ବରେ କ୍ରୁଜରେ ଶନିବାର ବିଳମ୍ବିତ ରାତିରେ ଚଢାଉ ହୋଇଥିଲା । ଏହି ସମୟପରେ ଡ୍ରଗ୍ସ ଜବତ କରିଥିଲା ଏନସିବି । କ୍ରୁଜଟି ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମୁମ୍ବାଇରୁ ବାହାରିବା ମାତ୍ରେ ଡ୍ରଗ୍ସ ପାର୍ଟି ଆରମ୍ଭ ହୋଇଥିଲା ।

ଖବର ପାଇ ଏନସିବି ଟିମ ପୂର୍ବରୁ କ୍ରୁଜ ଉପରେ ନଜର ରଖିଥିଲା । ଚଢାଉରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଫୋନ ବନ୍ଦ କରିଦିଆଯାଇଥିଲା । ରେଡ ଶେଷ ନହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଫୋନ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଥିଲା । ୪ ପ୍ରକାର ଡ୍ରଗ୍ସ ଜବତ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ଏନସିବି ଜେରା ସମୟରେ ପାର୍ଟିର ଗେଷ୍ଟ୍‌ ହୋଇ ପହଞ୍ଚିଥିଲେ ବୋଲି ନିଜ ପକ୍ଷ ରଖିଛନ୍ତି ଆର୍ଯ୍ୟନ । ପାର୍ଟିରେ ସାମିଲ ହେବା ପାଇଁ ସେ କୌଣସି ଟଙ୍କା ଦେଇନଥିବା ସଫେଇ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.