ETV Bharat / bharat

ଯୁବତୀଙ୍କ ସହ ଦୁଷ୍କର୍ମ କରିବାରୁ ନିଜ ସାଥିକୁ ମୃତ୍ୟୁଦଣ୍ଡ ଦେଲେ ନକ୍ସଲ

author img

By

Published : Jun 22, 2023, 8:48 AM IST

ଯୁବତୀଙ୍କ ସହ ଦୁଷ୍କର୍ମ ଘଟଣାରେ ନିଜ ସାଥିକୁ ମୃତ୍ୟୁଦଣ୍ଡ ଦେଲେ ନକ୍ସଲ । ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ । ଅଧିକ ପଢନ୍ତୁ

ଦୁଷ୍କର୍ମ ଘଟଣାରେ ନିଜ ସାଥିକୁ ମୃତ୍ୟୁଦଣ୍ଡ ଦେଲେ ନକ୍ସଲ

ରାୟପୁର: ଛତିଶଗଡ କାଙ୍କେର ଜିଲ୍ଲାରେ ନକ୍ସଲମାନେ ନିଜର ଜଣେ ସାଥିକୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି । କୋୟଲିବେଡା ଜଙ୍ଗଲରୁ ଉକ୍ତ ନକ୍ସଲର ମୃତଦେହ ଉଦ୍ଧାର ହୋଇଛି । ମୃତକ ନାମ ମନୁ ଦୁଗା । ସେ କେସୋକୋଡି ଏରିଆ କମିଟିର ସଦସ୍ୟ ଥିଲା । ୨୦୦୬ ମସିହାରୁ ନକ୍ସଲ ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲା । ତା'ର ମୃତଦେହ ନିକଟରୁ ଏକ ଚିଠି ମିଳିଛି । ଯେଉଁଥିରେ, ସେ ସଂଗଠନର ମହିଳାଙ୍କ ସହ ଦୁର୍ବ୍ୟବହାର ତଥା ଅସଦାଚରଣ କରୁଥିବା ଲେଖାଯାଇଛି । ତେବେ ନିକଟରେ ସେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା । ଏହି ଅପରାଧ ପାଇଁ ନକ୍ସଲମାନେ ନିଜର ସାଥି ମନୁ ଦୁଗାକୁ ମୃତ୍ୟୁଦଣ୍ଡ ଦେଇଥିବା ଜଣାପଡିଛି ।

ମୃତଦେହ ପାଖରୁ ମିଳିଥିବା ଚିଠି ବସ୍ତର ଡିଭିଜନ କମିଟି ପକ୍ଷରୁ ଜାରି କରାଯାଇଛି । ଏଥିରେ ଲେଖାଯାଇଛି, ନାରାୟଣପୁରର ଭରଣ୍ଡା ଗ୍ରାମ ନିବାସୀ ମନୁ ଦୁଗା ୨୦୦୬ରୁ ଆମ ପିଏଲଜିଏରେ କାମ କରୁଥିଲା । ହେଲେ ପ୍ରଥମରୁ ହିଁ ତା'ର ଆଚରଣ ଖରାପ ଥିଲା । ଏହାସହିତ ସେ ସଂଗଠନର ମହିଳାଙ୍କ ସହ ଅଶାଳୀନ ବ୍ୟବହାର ଏବଂ ଅତ୍ୟାଚାର କରିବାକୁ ଚେଷ୍ଟା କରୁଥିଲା । ଯେଉଁ କାରଣରୁ ମହିଳାମାନେ ଅସୁରକ୍ଷିତ ଅନୁଭବ କରୁଥିଲେ । ଏନେଇ ପାର୍ଟି ପକ୍ଷରୁ ଅନେକ ଥର ତାକୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ବୁଝାସୁଝା କରାଯାଇଥିଲା । ତା' ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ଏସବୁ ସତ୍ତ୍ବେ ତା' ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା । ଏମିତିକି କିଛି ଦିନ ତଳେ ସେ ଗାଁର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଏ କଥା ଜଣାପଡିବା ପରେ ଫେରାର୍ ହୋଇଯିବାକୁ ଚେଷ୍ଟା କରୁଥିଲା । ହେଲେ ତାକୁ କାବୁ କରି ଜନ ଅଦାଲତରେ ଜନତାଙ୍କ ରାୟ ଅନୁସାରେ ମୃତ୍ୟୁଦଣ୍ଡ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ବିଜେପି ନେତାଙ୍କୁ ହାଣି ହତ୍ୟା କଲେ ନକ୍ସଲ

ପ୍ରକାଶଥାଉ କି, ନିକଟରେ ଛୋଟେବଟିୟା ଥାନା ଅନ୍ତର୍ଗତ ବିନାଗୁଣ୍ଡା ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ କାଙ୍କେର ପୋଲିସ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଛି । ଏହି ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲର ମୃତ୍ୟୁ ହୋଇଥିଲା । ମୃତକ ନାଁ ସୁନୀତା ଓ ସେ ଏରିଆ କମିଟି ସଦସ୍ୟ ଥିଲେ । ହେଲେ କେଉଁ ଏରିଆ କମିଟିର ତାହା ଜଣାବାକୁ ପୋଲିସ ଛାନଭିନ କରୁଛି । ଏହି ମହିଳା ନକ୍ସଲ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.